ଭବାନୀପାଟଣା:----(ତର୍ଜମା ନ୍ୟୁଜ) ଆଜି ଧର୍ମଗଡ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ,କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ ଶ୍ରୀ ସୁଶାନ୍ତ କୁମାର ପଟେଲ,ଉପ ଜିଲ୍ଲାପାଳ ଧର୍ମଗଡ ଶ୍ରୀ ପାୱାର ସଚିନ ପ୍ରକାଶ,ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷିଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ,ବି ଡି ଓ ଶ୍ରୀ ଶରତ ସେଠୀ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୧୪୭ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୩୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୯ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୮ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଅଭିଯୋଗ ମୁଖ୍ୟତଃ ଆବାସ ଗୃହ, ଭତ୍ତା,ରାସ୍ତାଘାଟ ଉପରେ ଥିଲା।ଆଜି ଏହା ସହିତ ୧୨ ଟି ବ୍ଲକର ୧୨ଟି ଗ୍ରାମ ପଂଚାୟତରେ ବିଡ଼ିଓ ଏବଂ ତହସିଲଦାରଙ୍କ ମିଳିତ ଅଧ୍ୟକ୍ଷତାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା।ଭବାନୀପାଟଣାର ବୋର୍ଡ଼ା, କେସିଙ୍ଗା ର ଫଟକାମାଲ,କର୍ଲାମୁଣ୍ଡାର ପୋରକେଳା,ଏମ ରାମପୁର ର ଦୁଦ୍କରଞ୍ଜା, ନର୍ଲା ର ଶେରଗଡ଼,ଲାଞ୍ଜିଗଡ଼ର ତ୍ରିଲୋଚନପୂର୍,ଥୁଆମୁଲ ରାମପୁର ର ନା କରୁଣ୍ଡି,ଯୁନାଗଡର ବୁଢୀଦୋରୋ,କୋକସରା ର କଉଡୋଲା,ଜୟପାଟଣା ର ଅଇଲଭଟା,କଲମପୁର ର ବନ୍ଧକନା,ଗୋଲାମୁଣ୍ଡା ର ବୋରଗୁଡ଼ାରେ ଅନୁଷ୍ଠିତ ହୋଇଥିଲା।
ଧର୍ମଗଡଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ।
By: Tarzama News
0
Tags
ଭବାନୀପାଟଣା
Post a Comment