//BREAKING//
Loading...

ଦାସୀଗାଁ ଗ୍ରାମ ପଂଚାୟତ ରେ ପି ଡି ଏସ ଚାଉଳ ବଣ୍ଟନ ରେ ମହା ଘୋଟାଲା : ବର୍ଷ ବର୍ଷ ଧରି ଚାଉଳ ଭୁତ ନେଉଛି ଚାଉଳ ।


କଳାହାଣ୍ଡି:-( ତର୍ଜମା ନ୍ୟୁଜ)ରାଜ୍ୟ ସରକାର  ଖାଦ୍ୟ ନିରାପତ୍ତା ଯୋଜନାରେ ରାଜ୍ୟର ଗରିବ, ଅସହାୟ ଓ ଆର୍ଥିକ ଅନଗ୍ରସର ମାନଙ୍କୁ  ଖାଦ୍ୟ ନିରାପତ୍ତା ଯୋଜନା ରେ ସାମିଲ କରି ମାସକୁ ମୁଣ୍ଡ ପିଛା 5 kg ଚାଉଲ ଦେବାର ବ୍ୟବସ୍ଥା କରିଛନ୍ତି । ହେଲେ କିଛି ଅସାଧୁ କର୍ମଚାରୀ ଏହି ଯୋଜନା ମାଧ୍ୟମରେ ନିଜେ ଲକ୍ଷପତି ହେଇଛନ୍ତି । ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦାସିଗାଁ  ଗ୍ରାମ ପଞ୍ଚାୟତ ରେ ।ଏହି ପଂଚାୟତ ର ଯୋଗାଣ ସହାୟକ ମୃତ୍ୟୁ ହେଇଥିବା ଶହ ଶହ ବ୍ୟକ୍ତି ଙ୍କ ନାଁରେ ଦୀର୍ଘ ବର୍ଷ ହେଲା ପି ଡ଼ି ଏସ ଚାଉଳ ଉଠାଇ ନିଜେ ଖୋଲା ମାର୍କେଟ ରେ ବିକ୍ରି  କରି ନିଜେ ମଲେମାଲ ହେଉଥିବା ଅଭିଯୋଗ ହେଉଛି । ଦାସୀଗାଁ ଗ୍ରାମ ପଞ୍ଚାୟତ ରେ ପି ଏଚ ଏସ କାର୍ଡ 1887,ଅନ୍ତଦୟ କାର୍ଡ 205, ଏସ ଏ ଏସ ଏସ କାର୍ଡ 20 ,ଅନ୍ନପୂର୍ଣା କାର୍ଡ 8 ଟି ରହିଥିବା ବେଳେ ବହୁତ ହିତାଧିକାରୀଙ୍କ  ମୃତ୍ୟୁ ହେଇଥିବା ସତ୍ତ୍ୱେ ଦାୟିତ୍ୱ ରେ ଥିବା କର୍ମଚାରୀ ମୃତ୍ୟୁ ହେଇଥିବା ହିତାଧିକାରୀଙ୍କ ସମ୍ପର୍କୀୟ ଙ୍କ ଅଗୋଚର ରେ ବର୍ଷ ବର୍ଷ ହେଲା ଚାଉଳ ଉଠାଉ ଥିବା ଅଭିଯୋଗ ହେଇଛି। ମୃତ୍ୟୁ ହେଇ ଥିବା ହିତାଧିକାରୀ ହେଲେ ସୁଭଦ୍ରା ମଝି,ସୁରଭି ମାଝୀ, କୁନ୍ତୀ ପ୍ରଧାନୀ, ବାସମାତି ହରିଜନ,ଡମ୍ବରୁ ନାଗ, ତ୍ରିନାଥ ସୁନାନୀ,ବିଲ ନିଆଲ,ମେଜେଟ ବେବା,ଲଷ୍ମୀ ହଳଧର, ସତ୍ୟବାନ ବାଗ,ରବି ଶବର,ପର୍ଶୁ ରାମ ମାଝୀ,ଖଗେଶ୍ୱର ବେମାଲ,ଲଷ୍ମୀ ବେମାଲ ଏପରି ଅନେକ ହିତାଧିକାରୀଙ୍କ ମୃତ୍ୟୁ ହେଇ ଥିଲେ ମଧ୍ୟ ଯୋଗାଣ ସହାୟକ କୌଶଳ କ୍ରମେ ମୃତ ହିତାଧିକାରୀ ଙ୍କ ଚାଉଳ ଉଠାଇ ବିକ୍ରି କରୁଥିବା ଅଭିଯୋଗ ହେଉଛି ।ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କଲେ  ମୃତ ବ୍ୟକ୍ତି ଙ୍କ ନାଁ ରେ ଭୁତ ଚାଉଳ ନେଉଛି ନା ଆଉ କିଏ ଉପଯୁକ୍ତ ତଦନ୍ତ କଲେ ଅନେକ ଗୁମର ଫିଟିବ ବୋଲି ଆଲୋଚନା ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe