ଭବାନିପାଟଣା:- (ତର୍ଜମା ନ୍ୟୁଜ) 76 ତମ ସ୍ବାଧିନତା ଦିବସ ତଥା ଆଜାଦିର 75 ତମ ଅମୃତ ମହୋତ୍ସବଭବାନୀପାଟଣା ସ୍ଥିତ ମଦରସା ହବିବୁଲ ମଦାରିସ ରେ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି ପବିତ୍ର ସ୍ବାଧିନତା ଦିବସରେ ମଦରସା ହଵିଵୁଲ ମଦାରିସରେ ଭବାନୀପାଟଣା ରେ ମାନ୍ୟବର ପୂର୍ବତନ ସଦର ବିଧାୟକ ଶ୍ରୀଯୁକ୍ତ ଅନାମ ନାଏକ ମଦରସାର ମୋହତମିମ (ସଭାପତି) ଜନାଵ ହାଜି ମହମ୍ମଦ ଅକିଲ ହଵିଵି, ଅନ୍ୟ ସଦସ୍ୟ ବୃନ୍ଦ ତଥା ସହରର ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଗହଣରେ ଶ୍ରୀଯୁକ୍ତ ଅନାମ ନାଏକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ପରେ ଜାତୀୟ ସଂଗୀତ ଗାନ କରାଗଲା। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅନାମ ନାଏକ ମାତୃଭୂମି ର ସ୍ବାଧିନତା ସଂଗ୍ରାମୀ ଙ୍କ ବଳିଦାନ ସ୍ମରଣ କରିବାସହ ଦେଶର ବିକାଶ ସମ୍ବନ୍ଧ ରେ ଉଦବୋଧନ ଦେଲେ । ମିଷ୍ଟାନ୍ନ ବଣ୍ଟନ ପରେ ମୁଖ୍ୟ ଅତିଥି ଙ୍କୁ ଧନ୍ୟବାଦ ସହ କାର୍ଯ୍ୟକ୍ରମ ସମାପନ କରାଗଲା ।



Post a Comment