//BREAKING//
Loading...

କଳାହାଣ୍ଡି :-ଜିଲ୍ଲା ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ବ୍ଲକର ଆମପାଣି ଘାଟିରେ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି


 

କଳାହାଣ୍ଡି :-ଜିଲ୍ଲା ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ବ୍ଲକର ଆମପାଣି ଘାଟିରେ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆଜି ଏଠାରେ ଏକ ଯାତ୍ରୀବାହୀ ସରକାରୀ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଜୟପୁରରୁ ଭବାନୀପାଟଣା ଆସୁଥିବା ବସ୍ ଓ ନବରଙ୍ଗପୁର ପଟେ ଯାଉଥିବା ମାଲବୋଝେଇ ଟ୍ରକ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା। ବସ୍ ଓ ଟ୍ରକର ଆଗପଟ ଦୁର୍ଘଟଣାରେ ଚୁରମାର ହୋଇଥିବା ବେଳେ ଉଭୟ ଗାଡି ଡ୍ରାଇଭର ସମେତ କିଛି ଯାତ୍ରୀ ଦୁର୍ଘଟଣାରେ ଗୁରୁତର ଥିବା ଜଣାପଡିଛି l ସୂଚନା ପାଇ ଘଟଣାସ୍ଥଳରେ ଆମପାଣି ପୁଲିସ ଓ ଦମକଲ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଘାଟି ରାସ୍ତାରେ ଟ୍ରାଫିକ ଜାମ ରହିଛି l

 

କଳାହାଣ୍ଡି ଜିଲ୍ଲା, କୋକସରା ରୁ ଗଣେଶ ଭାଟି ଙ୍କ ରିପୋର୍ଟ ତର୍ଜମା ନ୍ୟୁଜ 


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe