//BREAKING//
Loading...

ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

                  


ଗୋଲାମୁଣ୍ଡା:--– (ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ଗ୍ରାମର ଜନୈକ ବ୍ୟକ୍ତି ଭାଲୁ ଆକ୍ରମଣର ଶିକାର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଆଜି ସକାଳ ସମୟରେ ଚପ୍ରିଆ ଗ୍ରାମର କହ୍ନେଇ ଚନ୍ଦନ(୪୫) ସ୍ଥାନୀୟ ବିଶିପୂର୍ଣି ଜଙ୍ଗଲକୁ ଛେଳି ଚରାଇ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା । ଭାଲୁ ତାଙ୍କୁ ଗୁପ୍ତାଙ୍ଗକୁ କାମୁଡି ଧରିଥିବା ବେଳେ ସେ ଯୋରରେ ପାଟି କରିବାରୁ ସଙ୍ଗରେ ଯାଇଥିବା ଜଣେ ବ୍ୟକ୍ତି ଭାଲୁକୁ ଏକ ଠେଙ୍ଗାରେ ପିଟିବାରୁ ଭାଲୁ ତାଙ୍କୁ ଛାଡି ଚାଲିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା ଚାଲୁଥିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲୁଥିବା ଜଣାପଡିଛି । ଗୁରୁତର ବ୍ୟକ୍ତିଙ୍କୁ ଜଙ୍ଗଲ ବିଭାଗରୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe