ଭବାନୀପାଟଣା:---(ତର୍ଜମା ନ୍ୟୁଜ)କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଜଙ୍ଗଲ ନଷ୍ଟ ସହ ବନ ବିଭାଗ ର ଘନ ଘନ ଚଢ଼ାଉ ଯୋଗୁଁ କୌଣସି ବ୍ୟକ୍ତି ଙ୍କ ପରଲୋକ ହେଲେ ପ୍ରତି ଶବଦାହ ପାଇଁ ୩ ରୁ ୫ଘଣ୍ଟା ସାମାଜିକ ପ୍ରତିକ୍ରିୟାରେ କାଠ ଉପରେ ନିର୍ଭର କରି ଶବଦାହ ପ୍ରକ୍ରିୟା ସମାପ୍ତ କରାଯାଇଥାଏ । ସମୟାନୁସାରେ କାଠ ନମିଳିବା ଏକ କଷ୍ଟକର ବ୍ୟାପାର ଏବଂ ସମସ୍ତ ସ୍ଥାନରେ ପାଖାପାଖି ୩ ରୁ ୫ କ୍ଵିଣ୍ଟାଲ କାଠ ମିଳିବା ସହଜ ସାଧ୍ୟ ନୁହେଁ । ବିଶେଷ କରି କଳାହାଣ୍ଡି ଜିଲ୍ଲାର ସହରାଞ୍ଚଳ ରେ କାଠ ପାଇଁ ପରିବାର ଲୋକେ ଦୁଃଖଦ ସମୟରେ ନାହିଁ ନ ଥିବା ଦୁର୍ଦ୍ଦଶା ର ସମ୍ମୁଖୀନ ହେଉଥିବା ବେଳେ ପରିବର୍ତନ ଶୀଳ ସମାଜ ରେ ଏହାର ମୁକାବିଲା କରିବା ପାଇଁ ସାରା ଭାରତ ବର୍ଷରେ ବିଦ୍ୟୁତ ଶବଦାହ ଗୃହ ପ୍ରତିଷ୍ଠା କରାଯାଉଛି । ଏହାର ଚାହିଦା ବଢୁଛି । ଏହାଦ୍ୱାରା ଶବଦାହ ଜନିତ ପାଖାପାଖି ୩ ରୁ ୫୦୦୦ ଟଙ୍କା ଖର୍ଚ୍ଚ ବଦଳରେ ବିଦ୍ୟୁତ ଶବଦାହ ଗୃହରେ ୧୫ ରୁ ୧୭୦୦ ଟଙ୍କାରେ ଶବ ସଂସ୍କାର ହେଇ ପାରିବ ହୋଇ ପାରିବ ବୋଲି ଏକ ରିପୋର୍ଟରୁ ଜଣାପଡୁଛି । ଏଣୁ ଏହାକୁ ଆଖି ଆଗରେ ରଖି ସାଇଁନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ ଡ଼. ଭବାନୀ ଶଙ୍କର ନିଆଲ ଜିଲ୍ଲାପାଳ କଳାହାଣ୍ଡି କୁ ଏକ ସ୍ମାରକ ପତ୍ର ଜରିଆରେ ଏବଂ ଭବାନୀପାଟଣା, କେସିଙ୍ଗା, ଜୁନାଗଡ଼ ଓ ଧର୍ମଗଡ଼ ଠାରେ ବିଦ୍ୟୁତ ଶବଦାହ ଗୃହ ସ୍ଥାପନ ପାଇଁ ନିବେଦନ ସହ ଭବାନୀପାଟଣା ଓ କେସିଙ୍ଗା, ଜୁନାଗଡ଼ ଓ ଧର୍ମଗଡ଼ ସହରର ପୌରାଧକ୍ଷ ଓ ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷଙ୍କୁ ଏହାର ପ୍ରତିଲିପି ପ୍ରଦାନ କରିଛନ୍ତି । ଜିଲ୍ଲାର ଏହି ଚାରିଟି ମୁନିସିପାଲଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।
ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼ ଏବଂ କେସିଙ୍ଗା ଠାରେ ବିଦ୍ୟୁତ ଶବଦାହ ଗୃହ ସ୍ଥାପନ ପାଇଁ ଦାବି
By: Tarzama News
0
Post a Comment