//BREAKING//
Loading...

ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ


ଧର୍ମଗଡ:- (ତର୍ଜମା ନ୍ୟୁଜ) ପୁଣି ଭାଙ୍ଗିଲା ଇନ୍ଦ୍ରାବତୀ ବାମ କେନାଲ…୪୦ରୁ ଅଧିକ ଏକର ଚାଷ ଜମି ଜଳ ମଗ୍ନପୁଣି ଭାଙ୍ଗିଲା ଉପର ଇନ୍ଦ୍ରାବତୀ ବାମ କେନାଲ l କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବଗାଡ ଗ୍ରାମ ଠାରେ ଭାଙ୍ଗିଲା ଉପର ଇନ୍ଦ୍ରାବତୀରେ ବାମ କେନାଲ ଫଳରେ ୪୦ରୁ ଅଧିକ ଏକର ଚାଷ ଜମି ଜଳ ମଗ୍ନ ହୋଇଛି ଦୀର୍ଘ ଦିନ ଧରି କେନାଲ ରେ ପଙ୍କ ଉଦ୍ଧାର ନ ହେବା ଓ ବିଭାଗ ଅଧିକାରୀ ଙ୍କ ଅବହେଳା ଯୋଗୁଁ କେନାଲ ଭାଙ୍ଗି ପଡ଼ିଛି ଓ ଘାଇ ସୃଷ୍ଟି ହେଉଛିଏହି କେନାଲ ଭାଙ୍ଗିବା ଦ୍ଵାରା ପ୍ରାୟ ବଗାଡ ଗାଁ ର କେନାଲ ତଳ ମୁଣ୍ଡ ରେ ଥିବା ୫୯ରୁ ଉର୍ଦ୍ଧ୍ବ ଚାଷୀ ଙ୍କ ଜମି ଜଳ ମଗ୍ନ ହୋଇ ଥିବା ବେଳେ ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ବିଭାଗୀୟ ଅଧିକାରୀ ପହଞ୍ଚି ପାରି ନ ଥିବା ଜଣା ଯାଏ ନିମ୍ନ ମାନର କାର୍ଯ୍ୟ ଯୋଗୁଁ କେନାଲ ହୁଡ଼ା ଭାଙ୍ଗି ଚାଷୀଙ୍କ ଶହ ଶହ ଏକର ଚାଷ ନଷ୍ଟ ହେଉଥିଲେ ହେଁ ବିଭାଗୀୟ କର୍ତ୍ତୃପକ୍ଷ ଆଗତୁରା କୌଣସି ପଦକ୍ଷେପ ନେଉ ନ ଥିବାରୁ ବାରମ୍ୱାର ଏଭଳି ଦୁର୍ଘଟଣା ଘଟୁଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। 

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe