ଭବାନୀପାଟଣା:----(ତର୍ଜମା ନ୍ୟୁଜ)ଆଦିବାସୀ ବହୁଳ ସଦର ବ୍ଲକ ଅଞ୍ଚଳ ର କଲମ ଗ୍ରା:ପ:ଅନ୍ତର୍ଗତ ବରଗାଁ ରେ ନୂଆଁଖାଇ ବାସୀ କୁ ପରମ୍ପରା କୁ ବାଦ ଦେଇ ପାଳନ କରିଛନ୍ତି ଗ୍ରାମବାସୀ ।ବରଗାଁ ଗୌନ୍ତିଆ ଶୀଯୁକ୍ତ ବିଜୟ ମାଝି ଙ୍କ ସମେତ ଗ୍ରାମବାସୀ ନୂଆଁଖାଇ ବାସୀ ଦିନ ଏକତ୍ରିତ ହୋଇ ଗ୍ରାମ ପରିକ୍ରମା କରି ନୂଆଁଖାଇ ଭେଟ ଘାଟ କରିବା ସହ ଗ୍ରାମରେ ନିଶା ନିବାରଣ, ପରିମଳ ଓ ସ୍ୱଚ୍ଛତା ସଚେତନ ଉପରେ ଗୁରୁତ୍ୱ ଦେଇଥିଲେ ।ଏହି ଅବସରରେ ପୂର୍ବତନ ପ୍ରଧାନ ଶିକ୍ଷକଜନ୍ମେଜୟ ମାଝି, ୱାର୍ଡ ମେମ୍ବର ସଞୟ ମାଝି ଏବଂ ଗ୍ରାମର ଦେବେନ୍ଦ୍ର ମାଝି, ହଳଧର କାଣ୍ଡ , ଭୁଜବଳ ଚଲାନ, ବିନୋଦ ଚଲାନ, ନିଲାଞ୍ଚଲ ଚଲାନ, ରୁକଧର ଦୁର୍ଗା, ମୁନା ମାଝି ଏବଂ ଗ୍ରାମବାସୀ ସମସ୍ତେ ମିଶି ନୂଆଁଖାଇ ବାସୀ ଅବସରରେ ନିଷ୍ପତ୍ତି ନେଇ ଏଜ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି।
ନୂଆଁଖାଇ ବାସୀ ରେ ନିଶା ନିବାରଣ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ।
By: Tarzama News
0
Tags
ଭବାନୀପାଟଣା
Post a Comment