//BREAKING//
Loading...

ବ୍ରିଟ୍ରେନ ର ନୂଆ ପ୍ରଧାନମନ୍ତ୍ରୀ ମନୋନୀତ ହୋଇଛନ୍ତି ଲିଜ ଟ୍ରସ


 (ତର୍ଜମା ବ୍ୟୁରୋ ନ୍ୟୁଜ) :------ ବ୍ରିଟିଶ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ମନୋନୀତ ହୋଇଛନ୍ତି । ବ୍ରିଟେନରେ ଶାସନ କରୁଥିବା କଂଜରଭେଟିଭ ଦଳ ପକ୍ଷରୁ ତାଙ୍କୁ ନେତା ନିର୍ବାଚିତ କରାଯିବା ପରେ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।ଲିଜ୍ ଟ୍ରସଙ୍କ ସଂପୂର୍ଣ୍ଣ ନାମ ହେଉଛି ମେରି ଏଲିଜାବେଥ ଟ୍ରସ୍ । ୨୬ ଜୁଲାଇ, ୧୯୭୫ରେ ଇଂଲଣ୍ଡର ଅକ୍ସଫୋର୍ଡରେ ଜନ୍ମ ଗ୍ରହଣ କରିଥିବା ଟ୍ରସ୍ ଗତ ୨୦୨୧ରୁ ବ୍ରିଟେନର ବିଦେଶ, ରାଜ୍ୟଗୋଷ୍ଠୀ ଓ ଉନ୍ନୟନ ବ୍ୟାପାର ମନ୍ତ୍ରୀ ଅଛନ୍ତି । ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟରେ ପଢିଥିବା ଟ୍ରସ ପୂର୍ବରୁ ତୈଳ କମ୍ପାନି ସେଲରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରିଥିଲେ ।ଗତ ୧୭ ଜୁଲାଇରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ବନ୍ଦିତା ପରେ ଟ୍ରସ୍ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ କଂଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି ।ଲିଜଙ୍କୁ ୮୧,୩୨୬ଟି ଭୋଟ ମିଳିଥିବାବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଥିଲା ।ଶକ୍ତି ସଂକଟ, ମାନ୍ଦାବସ୍ଥା ପରି କେତେକ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ରିଟେନର ଅର୍ଥନୀତିକୁ ସଜାଡ଼ିବା ନୂଆ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ କରିଛନ୍ତି ।ପ୍ରଧାନମନ୍ତ୍ରୀ ପଦ ପାଇଁ ନାମ ଘୋଷଣା ହେବା ପରେ ଲିଜ କହିଛନ୍ତି ଯେ ସେ ଟିକସ ହ୍ରାସ, ଅର୍ଥନୀତିକୁ ଆଗକୁ ନେବା ଓ ଶକ୍ତି ସଂକଟ ଓ ଲୋକଙ୍କ ବିଦ୍ୟୁତ ବିଲ ବାବଦରେ ସେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ । ଏହାଛଡ଼ା ଜାତୀୟ ସ୍ବାସ୍ଥ୍ୟ ସେବା ମଧ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe