//BREAKING//
Loading...

ଜୁନାଗଡ଼ ରେ କଂଗ୍ରେସ ର ଭାରତ ଯୋଡୋ ଯାତ୍ରା


 

ଜୁନାଗଡ଼:- (ତର୍ଜମା ନ୍ୟୁଜ)  ଭାରତୀୟ ଜାତୀୟ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ସାରା ଦେଶରେ କଂଗ୍ରେସ ର ଭାରତ ଯୋଡୋ ଯାତ୍ରା ଜାରି ରହିଛି।ଏହି ପରିପ୍ରେକ୍ଷୀରେ ଆଜି କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଜୁନାଗଡ଼ ଠାରେ କଂଗ୍ରେସ ର ଭାରତ ଯୋଡୋ ଯାତ୍ରା ଆୟୋଜନ ହୋଇଥିଲା।ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିହାର, ମିଜୋରାମ ଓ ମଣିପୁର ପ୍ରଦେଶ କଂଗ୍ରେସ ପ୍ରଭାରୀ ଶ୍ରୀଭକ୍ତ ଚରଣ ଦାସ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ଶରତ  ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ସାଂସଦ ନକୁଳ ନାଏକ, ବିଧାୟକ ତାରା ପ୍ରସାଦ ବାହିନୀପତି,ସନ୍ତୋଷ ସିଂ ସାଲୁଜା,ଅଧିରାଜ ପାଣିଗ୍ରାହୀ,ଦାଶରଥି ଗମାଙ୍ଗୋ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି, ମୁନ୍ନା ତ୍ରିପାଠୀ,  ଭାରତ ଭୂଷଣ ବେମାଲ ଙ୍କ ସମେତ ଅନେକ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। 

ଏହି ଅବସରରେ ବିଜେଡି ଛାଡି ନିଜ ସହସ୍ରାଅଧିକ ସମର୍ଥକଙ୍କ ସହ ପୂର୍ବତନ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ବର ନାଏକ ଓ ଲାଞ୍ଜିଗଡ଼ ବ୍ଲକର ସହସ୍ରାଧିକ ବିଜେଡି ଓ ବିଜେପି କର୍ମୀ କଂଗ୍ରେସ ରେ ଯୋଗଦାନ କରିଥିଲେ ।ଆସନ୍ତା ଦିନରେ ତୃଣମୂଳ ସ୍ଥରରେ କଂଗ୍ରେସ କୁ ମଜଭୁତ କରିବା ସହ ୯ ରୁ ୯୦ ଜଣ ବିଧାୟକ ଙ୍କୁ ଜିତାଇ ଆସନ୍ତା ୨୦୨୪ ରେ ରାଜ୍ୟରେ କଂଗ୍ରେସ ସରକାର ଗଢିବ  ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ପିସିସି ସଭାପତି ।ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ  ଜନ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା  କରି ଆଗାମୀ ଦିନରେ ସମଗ୍ର ରାଜ୍ୟରେ କଂଗ୍ରେସ ଦଳ ତରଫରୁ ପଦଯାତ୍ରା କରାଯିବ ବୋଲି ସୂଚନା ଦେଇଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe