ଭବାନୀପାଟଣା:-(ତର୍ଜମା ନ୍ୟୁଜ) ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷକଙ୍କ ଦରମା ବାବଦକୁ ପ୍ରାୟ ୩୯ ଲକ୍ଷରୁ ଅଧିକ ଟଙ୍କା ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ହଡପ କରିଥିବା ଅଭିଯୋଗ ହୋଇଛି । ଏ ନେଇ ସ୍ଥାନୀୟ ବିଇଓ ଠାକୁର ସାହୁ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି ।
ଅନ୍ୟପକ୍ଷେ, ପିଏଫ୍ଏମ୍ଏସ୍ ଜରିଆରେ ଦରମା ନ ଦେଇ ଚେକ ମାଧ୍ୟମରେ ଟଙ୍କା ପ୍ରଦାନ କରିବା ଘଟଣା ତଦନ୍ତ ସାପେକ୍ଷ । ଏତେ ବଡ କେଳେଙ୍କାରୀ ପରେ ବିଇଓ କାର୍ଯ୍ୟାଳୟ ର ଅଧିକାରୀ କିଭଳି ଜାଣିପାରିଲେ ନାହିଁ ତା’କୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳା କର୍ମଚାରୀ ଶୁଚିସ୍ମିତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ମାତ୍ର ୭୯ ହଜାର ଟଙ୍କା ଥିବା ପୋଲିସ ର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଟାଉନଥାନା ପକ୍ଷରୁ ଏ ନେଇ ଥାନା କେସ ନମ୍ବର ନଂ. ୪୩୧/୨୨ ଅନୁସାରେ ଏକ କେସ ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଆଇଆଇସି ଶ୍ରୀ ପ୍ରଦୀପ କୁମାର ଧରୁଆ ସୂଚନା ଦେଇଛନ୍ତି ।ତେବେ ଏହିପରି ଏକ ଘଟଣା ର ନିଜ ତରଫରୁ ତଦନ୍ତ କରିବା ପାଇଁ ଜୟପୁର ଭିଜିଲାନ୍ସ ଟିମ କଳାହାଣ୍ଡି ଏସପି ଙ୍କୁ ଭେଟି ଆଲୋଚନା କରି ଥିବା ଓ ଉକ୍ତ କେଶ କୁ ଭିଜିଲାନ୍ସ କୁ ଦେବାପାଇଁ ଅନୁରୋଧ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।ଏଠାରେ ସୂଚନା ଯୋଗ୍ୟଯେ, କଳାହାଣ୍ଡି ଶିକ୍ଷା ବିଭାଗ ରେ ଅତୀତରେ ଜୟପାଟଣା ର ପୂର୍ବତନ ବିଇଓ ଙ୍କ ଦ୍ଵାରା ହୋଇଥିବା ୯୫ ଲକ୍ଷ ରୁ ଅଧିକ ଆର୍ଥିକ ଦୁର୍ନୀତି ଘଟଣା ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ "ମାର ମାର ଭଣ୍ଡାରିଆ କୁ ମାର"ନୀତିରେ ପଡିରହିଛି ଏହି ଲେଙ୍କାରୀ ପଛରେ ମାଷ୍ଟର ମାଇଣ୍ଡ କିଏ ଓ ବଡ଼ ବଡ଼ କ୍ଷମତାଶାଳୀ ପ୍ରଶାସନିକ ଅଧିକାରୀ ଏବଂ ବ୍ୟକ୍ତିଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ସାଧାରଣରେ ଆଲୋଚନା ହେଉଛି ।





Post a Comment