//BREAKING//
Loading...

ମାଟିଆ ରେ ଯାଦବ ସମାଜ ଓ ଗିରିଗୋବର୍ଧନ ପୂଜା କମିଟି ସଦସ୍ୟଙ୍କ ଆଲୋଚନା



 

ଭବାନୀପାଟଣା:---(ତର୍ଜମା ନ୍ୟୁଜ )  ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକର ମାଟିଆ ଗ୍ରାମ ପଞ୍ଚାୟତ ଶିବ ମନ୍ଦିର ପ୍ରାଙ୍ଗଣରେ ଯାଦବ ସମାଜ ତଥା ଗିରି ଗୋବର୍ଦ୍ଧନ ପୂଜା କମିଟି ସଦସ୍ୟ ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବିଜେଡ଼ି ବରିଷ୍ଠ ଉପ ସଭାପତି ଶ୍ରୀ ମଣ୍ଟୁ ନାଏକ ଯୋଗଦେଇ ପୂଜା କମିଟି ସହ ଆଲୋଚନା କରିବା ସହ ସେମାନେ ଉପସ୍ଥାପନ କରିଥିବା ବିଭିନ୍ନ ସମସ୍ୟାକୁ ସମାଧାନ ପାଇଁ ଉଦ୍ୟମ କରିବା ସହ ବିଭିନ୍ନ ଫୋରମ୍ ରେ ଉପସ୍ଥାପନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। 

ଏହି ବୈଠକରେ କମିଟି ସଭାପତି ହାତୀରାମ ଜୁଆଡ, ସମ୍ପାଦକ ସ୍ୟାମସୁନ୍ଦର ବାଗ, ବରିଷ୍ଠ ବିଜେଡି ନେତା ମାୟା ମାଝି, ସେଁପୁର ସରପଞ୍ଚ ତରୁ ମାଝୀ,  କେନ୍ଦୁପାଟି ସରପଞ୍ଚ ସୁଧୀର ଗହୀର, ମାଟିଆ ପୂର୍ବତନ ସରପଞ୍ଚ ତିରଣ ସାହୁ, ସୁନିଲ ସୁନା, ରୋସନ ତାଣ୍ଡୀ, ବିକ୍ରମ ତାଣ୍ଡି, କଣ୍ଣ ତାଣ୍ଡୀ ତଥା ମିଲକୀ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe