//BREAKING//
Loading...

କଳାହାଣ୍ଡି ଜିଲ୍ଲାରେ ହଜରତ ମହମ୍ମଦ ଜୟନ୍ତୀ ମହା ସମାରୋହରେ ପାଳିତ ।


 

ଭବାନୀପାଟଣା:---(ତର୍ଜମା ନ୍ୟୁଜ )  କଳାହାଣ୍ଡି ଜିଲ୍ଲାରେ ମୁସଲିମ ସମ୍ପ୍ରଦାୟ ତରଫରୁ ହଜରତ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି ।ଏହି ଅବସରରେ ମୁସଲିମ ସମ୍ପ୍ରଦାୟ ତରଫରୁ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ।ମସଜିଦ ରେ ଲଂଗର ବ୍ୟବସ୍ଥା ସହ ମୁଖ୍ୟ ଡାକ୍ତରଖାନା ଶିଶୁ ୱାର୍ଡ ରେ ମୁସଲିମ ଜମାତ ତରଫରୁ ଫଳ ବଣ୍ଟନ କାର୍ଯ୍ୟକ୍ରମ ସହ ମସଜିଦ ରେ ହଜରତ ମହମ୍ମଦ ଙ୍କ ମୁଏ ମୁବାରକ ଦର୍ଶନ ସକାଶେ ବ୍ୟବସ୍ଥା କରାଯାଇଥିଲା ।ଭବାନୀପାଟଣା ମସଜିଦ ପରିଚାଳନା କମିଟି, ମଦ୍ରାସା ପରିଚାଳନା କମିଟି, କବରସ୍ଥାନ ପରିଚାଳନା କମିଟି ଓ ଇମାମ ବାଡ଼ା ପରିଚାଳନା କମିଟି ର ସମସ୍ତ ସଦସ୍ୟ ଓ  ସମସ୍ତ ମୁସଲିମ ସମ୍ପ୍ରଦାୟ ଉପସ୍ଥିତ ଥିଲେ ।ଜିଲ୍ଲା ର କେସିଙ୍ଗା, ଜୁନାଗଡ଼, ଜୟପାଟଣା, ମିନଗୁର ରେ ମଧ୍ୟ ହଜରତ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି ।



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe