କର୍ଲାମୁଣ୍ଡା:--(ତର୍ଜମା ନ୍ୟୁଜ) ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣୀ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ କର୍ଲାମୁଣ୍ଡା ବ୍ଲକ ଦୁର୍ଗାମଣ୍ଡପ ପରିସର ରେ କଳାହାଣ୍ଡି ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ତରଫ ରୁ ପାଳନ କରାଯାଇଛି। ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ବରିଷ୍ଠ କବି ସୁଶାନ୍ତ କୁମାର ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ପ୍ରତେକ ବ୍ୟକ୍ତି ଗୋପବନ୍ଧୁ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ସମାଜ ସେବା, ଭାତୃଭାବ, ଦେଶପ୍ରେମ , ରାଷ୍ଟ୍ରଗଠନ ରେ ସାମିଲ ହେବା ପାଇଁ ସମସ୍ତ ଅତିଥି ଗଣ ଆହ୍ୱାନ ଦେଇଥିଲେ। ବିବେକସେନା ର କାର୍ଲମୁଣ୍ଡା ବ୍ଲକ ସଭାପତି ଧରଣୀ ସାହୁ ସଭା ପରିଚାଳନା କରିଥିବାବେଳେ ବିବେକସେନା ବ୍ଲକ ସମ୍ପଦକ ଦାଶରଥି ସାହୁ ଧନ୍ୟବାଦ ଦେଇଥିଲେ। ଉତ୍କଳମଣୀ ଗୋପବନ୍ଧୁ ଦାସ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ କରାଯାଇଥିଲା। ପ୍ରକାଶ ଚନ୍ଦ୍ର ନାଗ, ଭୁପିନ୍ଦର ସାହୁ, ଯୋଗେଶ୍ୱର ସାହୁ, ଉପେନ୍ଦ୍ର କୁମାର ସାହୁ, ନରେନ୍ଦ୍ର ସାହୁ ଓ ସୁଶାନ୍ତ ନାଏକ ସକ୍ରିୟଅଂଶ ଗ୍ରହଣ କରି ସହଯୋଗ କରିଥିଲେ।
ଉତ୍କଳମଣୀ ଗୋପବନ୍ଧୁ ଦାସ ଙ୍କ ଜୟନ୍ତୀ ପାଳିତ
By: Tarzama News
0



Post a Comment