//BREAKING//
Loading...

କାଠ ଖୁଣ୍ଟ ରେ ତାର ବାଡ ଦେଇ ଦାୟିତ୍ବ ସାରିଦେଲେ ଜୁନାଗଡ ତହସିଲଦାର


 

ଜୁନାଗଡ଼:---( ତର୍ଜମା ନ୍ୟୁଜ )  କଳାହାଣ୍ଡି ଜିଲ୍ଲା ଜୁନାଗଡ  ସହର ଅଞ୍ଚଳରେ ଥିବା ସରକାରୀ ଜମି ସବୁ କୁ ଜୁନାଗଡ ତହସିଲଦାର ସୁରକ୍ଷା ଦେଇ ପାରୁ ନ ଥିବାର ଅଭିଯୋଗ ସମ୍ପର୍କରେ ଗଣମାଧ୍ୟମରେ ବିସ୍ତୃତ ଚର୍ଚା ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଥିପ୍ରତି ନିର୍ଦେଶ ଦିଆଯାଇଥିବା ଜଣା ପଡିଛି ।   ଜୁନାଗଡ ତହସିଲଦାର ସାପ ମରିବ ନାହିଁ କି  ବାଡି ଭାଙ୍ଗିବ ନହିଁ ନୀତିରେ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ସରକାରୀ ଜମି ରେ ଥିବା ପୁରୁଣା ତାର ବାଡ କୁ  ଜବର ଦଖଳକାରୀ ମାନଙ୍କ ଦ୍ବାରା ମାଟି  ପକାଇ ଥିବା ସ୍ଥାନରେ ସରୁ କାଠ ଖୁଣ୍ଟ ସାହାଯ୍ୟରେ ନାମକୁ ମାତ୍ର  ତାର ବାଡ କରି ନିଜ ଦାୟିତ୍ବ ସାରି ଦେଇଥିବା ଦେଖା ଯାଇଛି ।  ପୁରୁଣା ତାର ବାଡ ଉପରେ ମାଟୀ ପକାଇ ଦେଇ ଭିତରେ ଥିବା ପ୍ରାଇଭେଟ ଜମିକୁ ଯିବା ପାଇଁ ରାସ୍ତା ତିଆରି କରୁଥିବା ଜବରଦଖଲ କାରୀଙ୍କୁ ଶୁହାଇବା ଭଳି ଏବଂ ଉଚ୍ଚ ପଦାଧିକାରୀଙ୍କ ଆଦେଶ ପାଳନ କରିବା ଭଳି କେବଳ ଦେଖାଣିଆ ଓ ଫାଇଲ ପତ୍ରରେ କାଗଜାତ କରିବା ପାଇଁ ସେଭଲି କରୁଥିବା ସାଧାରଣ ରେ ଆଲୋଚନା ହେଉଛି ।  


ଅନ୍ୟ ପକ୍ଷରେ ବନାମାଳୀପୁର ନିକଟସ୍ଥ ପରୁଆଭାଡି ଡଙ୍ଗର ପାଦ ଦେଶରୁ ଦୀର୍ଘ ଦିନ ହେବ ଜମି ମାଫିଆ ମାନେ ମାଟି ଉଠାଇ ନେଉଥିବା ସମ୍ପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି ।  ସେହିପରି  ଡାକ ଘର ପାଖ ପୁରୁଣା ବସଷ୍ଟାଣ୍ଡ ଠାରୁ ପଶ୍ଚିମ ଦିଗକୁ ଏନ ଏଚ  ଉପରେ ଅଳ୍ପ ଦୂରରେ ବାମ ପାର୍ଶ୍ବରେ ଥିବା ସରକାରୀ ଅନାବାଦି ଜମି ଜୁନାଗଡ ନଜୁଲ ସିଟ ନଂ-୧ ଅନ୍ତର୍ଗତ ପ୍ଲଟ ନଂ ୧୨୯୭ କିମ୍ବା ୧୨୯୮ ଜମିକୁ ଜମି ମାଫିଆ ମାନେ ଦାଖଲ କରି ଭିତରେ ଥିବା ପ୍ରାଇଭେଟ ଜମିରେ ମାଟୀ ପକାଇ ଘର ଉପଯୋଗୀ କରୁଥିବା ଏବଂ ସେହି ଜମିକୁ ପ୍ରାୟ ଦଶ କୋଟି  ଟଙ୍କାରେ ବିକ୍ରି କରୁଥିବା ମଧ୍ୟ ସାଧାରଣରେ ଚର୍ଚା ହେଉଛି ।  ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଜମି ଦଖଲ କରି ରାସ୍ତା ନିର୍ମାଣ କଲେ ହିଁ ଭିତରେ ଥିବା ଜମି ର ମୂଲ୍ୟ ବୃଦ୍ଧି ହେବ ଅନ୍ୟଥା  ଜାତୀୟ ରାଜପଥ କୁ ସିଧା ସଳଖ ରାସ୍ତା ନହେଲେ ଭିତରେ ଥିବା ଜମିର ମୂଲ୍ୟ ବୃଦ୍ଧି ହୋଇ ପାରିବ ନାହିଁ । ନବେ ଦଶକରେ ଜାତୀୟ ରାଜପଥ ପାର୍ଶ୍ବସ୍ଥ ସେହି ଜମି ଉପରେ ଏକ ଜଗନ୍ନାଥ ମନ୍ଦିର ଥିଲା  ଏବଂ ସରକାରୀ ଜମି ଉପରେ ଥିବା ହେତୁ ତତ୍କାଳୀନ ତହସିଲଦାର ଜଗନ୍ନାଥ ମହାନ୍ତି ଉକ୍ତ ଜଗନ୍ନାଥ ମନ୍ଦିର କୁ ଭାଙ୍ଗି ଦେଇଥିଲେ । ହେଲେ ବର୍ତ୍ତମାନ ର ତହସିଲଦାର ଜାତୀୟ ରାଜପଥ ପାର୍ଶ୍ବସ୍ଥ ସେହି ସରକାରୀ ଜମିକୁ ସୁରକ୍ଷା ଦେବା ବଦଳରେ ମାଫିଆ ମାନଙ୍କୁ ଶୁହାଇବା ପାଇଁ ନୀରବ ରହୁଥିବା ଦେଖା ଯାଉଛି ।  ଏଠାରେ କୁହା ଯାଇପାରେ ଯେ ଯଦିଓ  ରାଜପଥ ପାର୍ଶ୍ୱସ୍ଥ ଉକ୍ତ ଜମି କୁ ଅକ୍ତିଆର କରାଯାଇ ନ ଥିଲେ ଭିତରେ ଥିବା ପ୍ରାଇଭେଟ୍ ଜମିର ବଜାର ମୂଲ୍ୟ ନଗଣ୍ୟ ଏବଂ  ଉକ୍ତ ସରକାରୀ ଜମିକୁ ଜବର ଦଖଲ କରି ରାସ୍ତା କଲେ ହିଁ ଭିତରେ ଥିବା ଜମିର ବଜାର ମୂଲ୍ୟ ବହୁ ଗୁଣରେ ବଢି ଯାଉଛି । ହୁଏତ ସରକାରୀ ଜମି ୧୦ କିମ୍ବା ୨୦ ଡିଶିମିଲ ହୋଇଥାଇପାରେ କିନ୍ତୁ ସେଠାରେ ସର୍ବ ସାଧାରଣ ଙ୍କ ପାଇଁ ଥିବା ମନ୍ଦିର ଥିବା ବେଳେ ତାହା ଅତୀତରେ ଭଙ୍ଗା ଯାଇଥିଲା । ବର୍ତ୍ତମାନ ସେହି ଜମିକୁ ମଫିଆ ମାନେ ଜବର ଦାଖଲ କରି ସେହି ଜମି ମାଧ୍ୟମରେ କୋଟି କୋଟି ଟଙ୍କା ଆୟ୍ କରିବାର ଯୋଜନା କରିଛନ୍ତି ଏବଂ ଏହି କାରବାର ରେ ଜୁନାଗଡ ତହସିଲଦାର ନୀରବ ଦ୍ରଷ୍ଟା ହୋଇଥିବାରୁ ତାହା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ଏସମ୍ପର୍କରେ ଜୁନାଗଡ ତହସିଲଦାର ନୀରବ ରହୁଥିବା ବେଳେ ସରକାରୀ ଜମି ସରକାରୀ ଖାତାରେ ହି ରହିଛି ବୋଲି ବୁଝାଇ ବାକୁ ଚେଷ୍ଟା କରି ପରୋକ୍ଷରେ ଜମି ମାଫିଆ ମାନଙ୍କୁ ସୁରକ୍ଷା ଦେଉଥିବା ଚର୍ଚା ହେଉଛି ।  ସେହି ଅଞ୍ଚଳରେ କମ୍ୟୁନିଟି  ହଲ, ଶୌଚାଳୟ ତଥା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଜୁନାଗଡ ଏନ ଏ ସି ଜମି ଖୋଜୁ ଥିବା ବେଳେ ସେହି ସରକାରୀ ଜମିକୁ କାହିଁକି ଦିଆଯାଉ ନାହି ବୋଲି ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି ଓ ସେହି ଜମିରେ ରାସ୍ତା ନିର୍ମାଣ କଲେ ମଫିଆ ମାନେ ମାଲେମାଳ ହେଉଥିବା ସହିତ ତହସିଲଦାର ନୀରବ ଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe