//BREAKING//
Loading...

କଳାହାଣ୍ଡି ଜିଲ୍ଲା କଂଗ୍ରେସ କର୍ମୀ ସମ୍ମିଳନୀ


 

ଭବାନୀପାଟଣା:---(ତର୍ଜମା ନ୍ୟୁଜ )  ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ଜିଲ୍ଲା ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ଭାରତ ଭୂଷଣ ବେମାଲ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀ ରେ ବରିଷ୍ଠ ନେତା ରବୀନ୍ଦ୍ର ପଟ୍ଟଯୋଶୀ ମଞ୍ଚ ପରିଚାଳନା କରିଥିଲେ ।ଏହି କର୍ମୀ ସମ୍ମିଳନୀ ରେଅଖିଳ ଭାରତୀୟ ଜାତୀୟ କଂଗ୍ରେସ ସ୍ଥାୟୀ କମିଟି ସଦସ୍ୟ, ମଣିପୁର, ମିଜୋରାମ ଓ ବିହାର ପ୍ରଦେଶ କଂଗ୍ରେସ ପ୍ରଭାରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଶ୍ରୀ ଭକ୍ତ ଚରଣ ଦାସ,  ମହିଳା କଂଗ୍ରେସ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମହେନ୍ଦ୍ରୀ ସାହୁ, ରାଜ୍ୟ  ମହିଳା କଂଗ୍ରେସ ସମ୍ପାଦିକା ଶ୍ରୀମତୀ ଦ୍ରୌପଦୀ ମାଝୀ, ଶ୍ରୀମତୀ ମାଣିକ୍ୟ ସୁନା, ବରିଷ୍ଠ କଂଗ୍ରେସ ନେତା ପରମାନନ୍ଦ ମାଝୀ, ଜିଲ୍ଲା କଂଗ୍ରେସ ମିଡ଼ିଆ ସେଲ ଆବାହକ ମହମ୍ମଦ ଅଲ୍ଲୀ ଖାଁ, ସନ୍ତୋଷ ମୁଣ୍ଡ, ବ୍ରଜ ସାହୁ, ଦିଗାମ୍ବର ଦୁରିଆ, ବିଭୁତି ମହାକୁଡ଼, ଧନୁର୍ଦ୍ଧର ଗହୀର ,ପୂର୍ବତନ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁକାନ୍ତି ସରାଫ,ପୁରୁଷୋତ୍ତମ ଗୁପ୍ତା, ମହମ୍ମଦ ସାହେବ, ରୁଦ୍ର ନାରାୟଣ ସିଂହ, ସରୋଜ କୁମାର ବାଗ, ସୁବାଷ ପ୍ରଧାନ, ସମୀର ଚାନ୍ଦ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶ୍ରୀ ସୁଶାନ୍ତ ପ୍ରଧାନୀ, ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଜ୍ୟୋଷ୍ନା ବଗର୍ତ୍ତି,ସୁରେଶ ଚୌଧରୀ, ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଶେଷଦେଵ ମାଝୀ ଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ ।କଳାହାଣ୍ଡି ଜିଲ୍ଲାରେ କଂଗ୍ରେସ ଦଳ କୁ ସୁଦୃଢ଼ କରିବା ପାଇଁ ମତ ପ୍ରକାଶ ପାଇଥିଲା ।

 ଗୋଳାମୁଣ୍ଡା, ସଦର ବ୍ଲକ ର ଶତାଧିକ ବିଜେଡି ଓ ବିଜେପି କର୍ମୀ ଙ୍କ କଂଗ୍ରେସ ଦଳରେ ଯୋଗଦାନ ।ସମସ୍ତଙ୍କୁ ଭକ୍ତଦାସ ସ୍ୱାଗତ କରିଥିଲେ । ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସରପଞ୍ଚ ଗୌରଚନ୍ଦ୍ର ବାଗ ଙ୍କ ପରଲୋକରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।କଳାହାଣ୍ଡି ପ୍ରତି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପାତର ଅନ୍ତର ନୀତି କୁ ନେଇ ଶ୍ରୀ ଦାସ ତୀବ୍ର ସମାଲୋଚନା କରିବା ସହ ଆଗାମୀ ଦିନରେ ସଂଗଠିତ ଭାବେ ଜିଲ୍ଲାର ବିକାଶ ପାଇଁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଆହ୍ବାନ ଦେଇଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe