//BREAKING//
Loading...

ଆଇ ଆର ବି ନବମ ବାଟାଳୀଆନ ଦ୍ବାରା ୬୩ ତମ ଶହୀଦ ଦିବସ ପାଳିତ ।


 

ଭବାନୀପାଟଣା:---(ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ଜାରିଙ୍ଗସ୍ଥିତ ନବମ ଆଇ ଆର ବି ବାଟାଲିଆନ ଦ୍ବାରା ୬୩ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ୩ ଜଣ ଶହୀଦ ସମେତ ସାରା ଦେଶରେ ଶହୀଦ ହୋଇଥିବା ମୋଟ ୨୬୫ ଜଣ ଙ୍କୁ ଶହୀଦ ସ୍ତମ୍ଭ ନିକଟରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଏହି ଅବସରରେ ନବମ ବାଟାଳିଆନ ର କମାଣ୍ଡାଣ୍ଟ ଅକ୍ଷୟ କୁମାର ନାୟକ OAPS ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଇନ୍ସପେକ୍ଟର ବିଜଯ କୁମାର ନନ୍ଦ ଙ୍କ ନେତୃତ୍ବ ରେ ଅନୁଷ୍ଠିତ ପେରେଡ ରେ ଅଭିବାଦନ ଗ୍ରହଣ କରି ନବମ ବାଟାଳୀଆନ ସର୍ବଦା ଦେଶ ମାତୃକା ର ସେବା କରିବା ପାଇଁ ତତ୍ପର ଏବଂ ଉତ୍ସର୍ଗୀକୃତ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଓଡ଼ିଶାର କନ୍ଧମାଳ ଜିଲ୍ଲା ଜି ଉଦୟଗିରି ୨୦୦୬ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ଆଇ ଆର ବି ତୃତୀୟ ବାଟାଳୀଆନ ସିପାହୀ ତନୁର୍ଜୟ ଦୁରିଆ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଶହିଦ ଙ୍କ ଧର୍ମପତ୍ନୀ ଙ୍କୁ ଉପଢୌକନ ଇତ୍ୟାଦି ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଡେପୁଟି କମାଣ୍ଡାଣ୍ଟ ପାତାର ସୋରେଙ୍ଗ OAPS ଓ ସନ୍ତୋଷ ବିଶ୍ବାଳ OAPS ତଥା ଅଶିଷ୍ଟାଣ୍ଟ କମାଣ୍ଡାଣ୍ଟ କଲି ଚରଣ ମାଝି OAPS, ଶରତ କୁମାର ସୁନା OAPS ଓ ମହେନ୍ଦ୍ର ଭୋଇ OAPS ଙ୍କ ସମେତ ସମସ୍ତ ସୁବେଦାର, ସହକାରୀ ସୁବେଦାର ତଥା ସିପାହୀ ଙ୍କ ସମେତ ସ୍ଥାନୀୟ ଜଣା ପ୍ରତିନିଧି ତଥା ବୁଦ୍ଧିଜୀବି ଉପସ୍ଥିତ ଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe