ଭବାନୀପାଟଣା:--(ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ତରଫରୁ ସ୍ଥାନୀୟ ଅମଲା ଭବନ ଠାରେ ଭାରତ ଯୋଡୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଯୁବ ଆଇନଜୀବୀ ବକ୍ତିଆର ଅଲ୍ଲୀ ଖାଁ ଏବଂ ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ ସେଲ ସମ୍ପାଦକ ଅବଦୁଲ ସାଜିଦ ଙ୍କ ଆବହକତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଜନାଵ ଜିଆଉଲ୍ଲ ହକ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର, ମିଜୋରାମ ଓ ମଣିପୁର ପ୍ରଭାରୀ ଭକ୍ତ ଚରଣ ଦାସ, ବିଧାୟକ ତାରା ପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ, ମୋହନ ଜେନା, ଦାଶରଥି ଗମାଙ୍ଗ,ସନ୍ତୋଷ ସିଂହ ସାଲୁଜା, ପୂର୍ବତନ ସାଂସଦ ନକୁଳ ନାୟକ ରାଜ୍ୟ ସଂଖ୍ୟାଲଘୁ ସେଲ ପ୍ରଭାରୀ ଅବଦୁଲ କଲାମ ପ୍ରମୁଖ ଉପସ୍ଥିତ ଥିଲେ ।ଦେଶର ଏକତା, ଅଖଣ୍ଡତା ଓ ଭାଇଚାରା ବଜାୟ ରଖିବା ସହ ଏକଜୁଟ ହୋଇ ଦେଶ ନିର୍ମାଣ ରେ ସହଭାଗିତା ପାଇଁ ମତ ପ୍ରକାଶ କରିଥିଲେ ।ଜିଲ୍ଲା କଂଗ୍ରେସ ସଭାପତି, ଭାରତ ଭୂଷଣ ବେମାଲ, ଜିଲ୍ଲା ମିଡ଼ିଆ ସେଲ ଆବାହକ ମହମ୍ମଦ ଅଲ୍ଲୀ, ମହମ୍ମଦ ସାହେବ ଙ୍କ ସମେତ ଶତାଧିକ ସଂଖ୍ତାଲଘୁ ସମ୍ପ୍ରଦାୟ ଉପସ୍ଥିତ ଥିଲେ ।
କଳାହାଣ୍ଡି କଂଗ୍ରେସ ସଂଖ୍ୟାଲଘୁ ସେଲ ତରଫରୁ ଭାରତ ଯୋଡୋ କାର୍ଯ୍ୟକ୍ରମ
By: Tarzama News
0



Post a Comment