ଜୟପାଟଣା - -(ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ଗ୍ରାମ ଠାରେ ପରମ ପୂଜ୍ୟ ମହିମା ସାଧୁ ବ୍ରହ୍ମ୍ ଅବଧୂତ ବ୍ରହ୍ମଚାରୀ ବାବା ଙ୍କ ଦ୍ୱାରା ମହିମା ଧର୍ମର ଧାର୍ମିକ ରୀତି ନୀତି ଓ ବିଧି ଅନୁଯାୟୀ ସମାରୋହ ର ସହ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞ କାର୍ଯ୍ୟରେ ସାଧୁ ମଧୁ ଦାସ, ସାଧୁ ଚନ୍ଦ୍ରମଣି ଦାସ, ସାଧୁ ମହେନ୍ଦ୍ର ଦାସ ସହଯୋଗ କରିଥିଲେ। ଜନାର୍ଦନ ଭକ୍ତ ଓ ସହଯୋଗୀ ଙ୍କ ଦ୍ଵାରା ଅତି ସୁନ୍ଦର ଭାବେ ଖଞ୍ଜଣୀ ବାଦ୍ୟ ଓ ଭଜନ ପରିବେଷଣ କରିଥିଲେ। ଭକ୍ତ କିଶୋର ସା ଙ୍କ ଗୃହରେ ଅନୁଷ୍ଠିତ ଏହି ଯଜ୍ଞ ରେ ଅଖଣ୍ଡ ଦୀପ ପ୍ରତିଷ୍ଠା ଓ ଶୂନ୍ୟ ବ୍ରହ୍ମ ଙ୍କୁ ଦୀପଦାନ ପରେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମ୍ ଅବଧୂତ ବ୍ରହ୍ମଚାରୀ ବାବା ଦେଶ, ଗ୍ରାମ, ତଥା ଉପସ୍ଥିତ ଭକ୍ତ ଙ୍କ ମଙ୍ଗଲ କାମନା ସହ ଶସ୍ୟ ଶ୍ୟାମଳା ଧରିତ୍ରୀ, ବିଶ୍ୱର ଶାନ୍ତି ଓ ମଙ୍ଗଳ କାମନା କରି ଶୂନ୍ୟ ବ୍ରହ୍ମ ଙ୍କ ଉଦ୍ଧେଶ୍ୟରେ ଘୃତା ହୁତି ପ୍ରଦାନ କରିଥିଲେ। ଏହି ପବିତ୍ର ଯଜ୍ଞ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଆବାଳ ବୃଦ୍ଧ ବନିତା ଯୋଗଦେଇ ଆଶୀର୍ବାଦ ଲଭିଥିଲେ।ଭକ୍ତ କିଶୋର ସା ଙ୍କ ସପରିବାର ସମସ୍ତଙ୍କୁ ଆପ୍ୟାୟିତ କରିଥିଲେ।




Post a Comment