//BREAKING//
Loading...

*ଇମାନ ପଣ୍ଡା* ଓ *ହୀଙ୍କାର ମିଶ୍ର*ଙ୍କୁ ରାଇଜିଙ୍ଗ ଷ୍ଟାର ଅଫ କଳାହାଣ୍ଡି ଆୱାର୍ଡ ୨୦୨୨ ପ୍ରଦାନ


 

ଭବାନୀପାଟଣା:--(ତର୍ଜମା ନ୍ୟୁଜ) ସ୍ଥାନୀୟ ବିବେକ କଂଫେରେନ୍ସ ହଲ ଠାରେ ଅନୁଷ୍ଠିତ ଆୟୋଜିତ ସଭା ରେ ଇମାନ ପଣ୍ଡା ଓ ହୀଙ୍କାର ମିଶ୍ର ଙ୍କୁ *ରାଇଜିଙ୍ଗ ଷ୍ଟାର ଅଫ କଳାହାଣ୍ଡି ଆୱାର୍ଡ ୨୦୨୨* କଳାହାଣ୍ଡି ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିବେକସେନା ତରଫରୁ ପ୍ରଦାନ କରାଯାଇଛି। ଇମାନ ପଣ୍ଡା କଳାହାଣ୍ଡି ୟୁନିଭରସିଟି ରୁ ପଦାର୍ଥ ବିଜ୍ଞାନ ରେ ୟୁନିଭରସିଟି ଟପର ୨୦୨୨ ଓ ହୀଙ୍କାର ମିଶ୍ର ନବମ ଶ୍ରେଣୀ ର ଛାତ୍ର ନାସା ତରଫରୁ ହେବାକୁ ଥିବା ଆର୍ଟମିସ ରକେଟ ଲଚିଂଙ୍ଗ ରେ ଭାଗନେବା ପାଇଁ କଳାହାଣ୍ଡି ରୁ ମନୋନୀତ ହୋଇଥିବା ଦୁହେଁ ଙ୍କୁ ଏହିବର୍ଷ ର ରାଇଜିଙ୍ଗ ଷ୍ଟାର ଅଫ କଳାହାଣ୍ଡି ଆୱାର୍ଡ ୨୦୨୨ ପ୍ରଦାନ କରାଯାଇଛି ବୋଲି ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ତାଙ୍କ ବକ୍ତବ୍ୟ ରେ କହିଛନ୍ତି।


 ଛାତ୍ରଛାତ୍ରୀ ନିଜ କଠୋର ପ୍ରଚେଷ୍ଟା ଓ ଉଦ୍ୟମବଳରେ ନିଜ ସ୍ଵପ୍ନକୁ ସାକାର କରିବା ସହ କଳାହାଣ୍ଡି ମାଟିକୁ ବିଶ୍ୱ ଦରବାରରେ ପରିଚିତ କରେଇବା ଏକ ଗର୍ବ ଓ ଗୋୖରବ ରେ ବିଷୟ ବୋଲି ଶିକ୍ଷାବିତ ବ୍ରହ୍ମାନନ୍ଦ ସମାଲ ଓ ବିବେକସେନା ର ଉପଦେଷ୍ଟା ମଣ୍ଡଳୀ ର ବରିଷ୍ଠ ସଦଶ୍ୟ ନବୀନ ସା ସଂମ୍ମାନୀତ ଅତିଥି ରୂପେ ଯୋଗଦେଇ ମନ୍ତବ୍ୟ ରଖିଥିଲେ। ସୁଶାନ୍ତ ନାଏକ, ନରେଶ ସୁନାନୀ, ବୃଷଭ ଦାସ ସହଯୋଗ କରିଥିବା ବେଳେ ବିବେକସେନା ବରିଷ୍ଠ ସଦସ୍ୟା ମିକୁମିକ୍ସ ନାୟକ ଧନ୍ୟବାଦ ଦେଇଥିଲେ। ଦୁହିଁଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe