//BREAKING//
Loading...

ଝଡ଼ ର ଇଗଲତୁମେ ତୁମେ ତ ଉଦିତ ସୂର୍ଯ୍ୟ


 ଝଡ଼ ର ଇଗଲତୁମେ ତୁମେ ତ ଉଦିତ ସୂର୍ଯ୍ୟ 

ଜନ୍ମଦିନରେ ଅନେକ ଅନେକ ଅଭିନନ୍ଦନ ଶ୍ରୀ ଭକ୍ତ ଚରଣ ଦାସ ଜୀ: ୨୬ନଭେମ୍ବର ୧୯୫୮ ପବିତ୍ର କାର୍ତିକ ପୂର୍ଣ୍ଣିମା ଦିନ ଆପଣଙ୍କ ଜନ୍ମଦିନ ।ଏହି ଶୁଭ ଅବସରରେ ଆପଣଙ୍କୁ ଶୁଭେଚ୍ଛା ଜଣେଇବା ସହ ଜୀବନ ସଂଘର୍ଷ ର କିଛି ଅତୀତ ର ବିରଳ ଫୋଟୋ ଚିତ୍ର ଆପଣଙ୍କ ସମସ୍ତ ବନ୍ଧୁ, ଶୁଭ ଚିନ୍ତକ ତଥା ପରିବାର ବର୍ଗଙ୍କୁ ଭେଟି ଦେଉଛି ।ଆଶା ସମସ୍ତ ବନ୍ଧୁ ଭକ୍ତ ଦାସ ଙ୍କ 64 ବର୍ଷ ମଧ୍ୟରେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଅତିବାହିତ କରିଥିବା ସଂଘର୍ଷମୟ ଜୀବନ ବୃତ୍ତାନ୍ତ ରେ ଅନୁପ୍ରାଣିତ ହେବେ ଓ ଯୁବପିଢି ମାଆ ମାଟି ର ସେବା କରିବା ପାଇଁ ଅନୁପ୍ରାଣିତ ହେବେ ।ଆଦରଣୀୟ ଶ୍ରୀଭକ୍ତ ଦାସ ଙ୍କୁ ଅଭିନନ୍ଦନ ଜଣାଇ ମୁଁ ଲେଖିଥିବା କିଛି   ଶୁଭେଚ୍ଛା ସନ୍ଦେଶ କୁ ନିଶ୍ଚୟ ପଢ଼ିବେ ବୋଲି ଆଶା ଓ ବିଶ୍ୱାସ ରହିଛି

ପ୍ରିୟ ବନ୍ଧୁ, ଆଦରଣୀୟ ଶ୍ରୀ ଭକ୍ତ ଚରଣ ଦାସ ତିଥି ଅନୁଯାୟୀ କାର୍ତିକ ପୂର୍ଣ୍ଣିମା ଦିନ ଆପଣ ଚାରି ଭାଇ ରୁ ସବା ସାନ ପୁତ୍ର ଭାବେ ଏ ଧରାପୃଷ୍ଟ କୁ ଆଗମନ କରିଥିଲେ ।ତା'ର ସୃତି ରେ ଆଜି ଦିନଟି ଆପଣଙ୍କ ସମସ୍ତ ପରିବାରବର୍ଗ, ବନ୍ଧୁ, ଶୁଭେଚ୍ଛୁ, ହିତୈଷୀ ମାନଙ୍କ ପାଇଁ ଖୁସି ର ଦିନ ।କାହିଁକି ନା ଅନେକ ଦୁଃଖ, ଯନ୍ତ୍ରଣା, କଷ୍ଟ, ଓ ଦାରିଦ୍ୟ ସମେତ ସଂସାର ର ସମସ୍ତ କଷ୍ଟ କୁ ଆପଣ ଆକଣ୍ଠ ପାନ କରି ସଙ୍ଘର୍ଷ ମୟ ମନୁଷ୍ୟ ଜୀବନ କୁ ଶ୍ରେଷ୍ଠ ରୁ ଶ୍ରେଷ୍ଠତର କରିବାରେ ସଫଳ ହୋଇଛନ୍ତି ।ଯାହାକି ମାନବ ଜନ୍ମ କୁ ସାର୍ଥକ କରିବା ପାଇଁ ନିତାନ୍ତ ଆବଶ୍ୟକ ଓ ଆପଣ ସମସ୍ତ ଘାତ ପ୍ରତିଘାତ କୁ ଭ୍ରୁକ୍ଷେପ ନ କରି ସେହି ମାନବ ଜନ୍ମର ସେହି ମୂଳ ତତ୍ୱକୁ ହାସଲ କରିଛନ୍ତି ।

ଏଣୁ ଆପଣ ସଦା ସର୍ବଦା ଭଗବାନଙ୍କ ଅତି ନିକଟତର ଓ ପ୍ରିୟ ସନ୍ତାନ ଭାବେ ଆଜି ସମଗ୍ର ଦେଶରେ ଜଣେ କର୍ମଠ, ଚର୍ଚ୍ଚିତ ବ୍ୟକ୍ତିତ୍ୱ ଅଟନ୍ତି ।ଆପଣଙ୍କ ଧରାପୃଷ୍ଠ କୁ ଆଗମନ ର ସୃତି ଦିବସରେ ଅନେକ ଅନେକ ଅଭିନନ୍ଦନ, ଶୁଭେଚ୍ଛା ଓ ଭଗବାନ ଙ୍କ ଠାରେ ପ୍ରାର୍ଥନା ଆପଣ ଦୀର୍ଘ ଜୀବନ ଲାଭ କରିବା ସହ ଦିବ୍ୟଶକ୍ତି ପ୍ରାପ୍ତି କରି ମାନବ ସମାଜ ର କଲ୍ୟାଣ ପାଇଁ ଜଣେ ଆଗଧାଡ଼ି ର ସାଲିସ ବିହୀନ ଯୋଦ୍ଧା ଭାବେ ସଦା ସର୍ବଦା କର୍ମ ଚଞ୍ଚଳ ରହିଥାନ୍ତୁ ଏହାହିଁ ଭଗବାନ ସେହି ସୃଷ୍ଟି କର୍ତା ଙ୍କ ନିକଟରେ ଆକୁଳ ପ୍ରାର୍ଥନା କରୁଛି ।




ତେବେ ହୃଦୟ ର କୌଣସି ଏକ କୋଣ ରୁ ନିଶାର୍ଦ୍ଧରେ ବାହାରି ଥିବା କେତୋଟି ଶବ୍ଦ ଓ ବାକ୍ୟ ବ୍ୟତୀତ ଜଣେ ବନ୍ଧୁ ଭାବରେ ଆପଣଙ୍କୁ କିଛି ଦେବା ପାଇଁ ଭଗବାନ ମତେ ବଞ୍ଚିତ କରିଛନ୍ତି ।ତଥାପି ବି ସୀମିତ ସମ୍ବଳ ର ଏହି ବାକ୍ୟ ଅଞ୍ଜଳୀ କୁ ଭଗବାନ ଶ୍ରୀକୃଷ୍ଟ ଙ୍କ ସୁଦାମା ଭାବରେ ଆପଣଙ୍କୁ ସମର୍ପିତ କରୁଛି ।ଆଶା ଅନିଚ୍ଛା ସତ୍ତ୍ୱେ ବି ନିଶ୍ଚୟ ମୋ ଶୁଭେଚ୍ଛା ଗ୍ରହଣ କରିବେ ।ନୂତନ ଦିନର ନୂତନ ସୂର୍ଯ୍ୟ ନୂତନ ଇତିହାସ ରଚିବାରେ ଅପେକ୍ଷା କରିଛି ଓ ଆମେ ତାକୁ ଉତ୍କଣ୍ଠା ର ସହ ଅପେକ୍ଷା କରିଛୁ ।

ଆପଣଙ୍କ ବନ୍ଧୁ ,

  ମହମ୍ମଦ ଅଲ୍ଲୀ,ବରିଷ୍ଠ ସାମ୍ବାଦିକ



Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe