ଭବାନୀପାଟଣା:-----( ତର୍ଜମା ନ୍ୟୁଜ ) କଳାହାଣ୍ଡି ସମବାୟ ଆନ୍ଦୋଳନ ର ଅନ୍ୟତମ ପୁରୋଧା ପୂର୍ବତନ ସମବାୟ ବ୍ୟାଙ୍କ ସଭାପତି ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ର ସର୍ଵ ଭାରତୀୟ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ, ଇଂରାଜୀ ଭାଷା ର ବିଦ୍ୱାନ ତଥା ବର୍ଷିୟାନ ଆଜୀବନ କଂଗ୍ରେସ ନେତା କୈଳାଶ ପଣ୍ଡା ଙ୍କ 85 ବର୍ଷ ବୟସରେ ନିଜ ଚୁରା ଗାଁ ବାସଭବନ ରେ ଆଜି ପରଲୋକ ଗମନ ଘଟିଛି ।
ଏହି ବର୍ଷିୟାନ ଆଜୀବନ ସଂଗ୍ରାମୀ ଙ୍କ ନିକଟରେ କଳାହାଣ୍ଡି ବାସୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରୁଛୁ । ଏହି ବର୍ଷିୟାନ ଆଜୀବନ ସଂଗ୍ରାମୀଙ୍କ ପରଲୋକ ରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରାସ ବିହାରୀ ବେହେରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ, ଶ୍ରୀ ଜଗନ୍ନାଥ ପଟ୍ଟନାୟକ,ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ପଟ୍ଟଯୋଶୀ, ବରିଷ୍ଠ ସମାଜସେବୀ ଦୁର୍ଗା ଶଙ୍କର କର, ଜଗନ୍ନାଥ ମୁଣ୍ଡ, ଜୟନ୍ତ କୁମାର ବେହେରା, ଶ୍ରୀ ରବୀନ୍ଦ୍ର କୁମାର ପଟ୍ଟଯୋଶୀ, ବରିଷ୍ଠ ସାମ୍ବାଦିକ ଶ୍ରୀଶାନ୍ତନୁ କୁମାର ବେହେରା, କଳାହାଣ୍ଡି ସାମ୍ବାଦିକ ସଙ୍ଘ ସଭାପତି ମହମ୍ମଦ ଅଲ୍ଲୀ ଖାଁ, ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ କଳାହାଣ୍ଡି ଜିଲ୍ଲା ପାଇଁ ଅପୁରଣୀୟ କ୍ଷତି ଓ ଜଣେ ବୟୋଜ୍ୟେଷ୍ଠ ସମବାୟ ଆନ୍ଦୋଳନ ର ପୁରୋଧା ଙ୍କୁ ହରେଇଛି ବୋଲି ଶୋକ ପ୍ରକାଶ କରିଛନ୍ତି । ତର୍ଜମା ନ୍ୟୁଜ ପରିବାର କଳାହାଣ୍ଡି ମାଟିର ସୁଯୋଗ୍ୟ ସନ୍ତାନ ଙ୍କୁ ହରେଇ ମର୍ମାହତ ।ଅମର ଆତ୍ମାର ସଦଗତି କାମନା କରୁଛୁ ।



Post a Comment