//BREAKING//
Loading...

ଅନ୍ଧାରୀ ମୂଳକ ର ଦୁଖଃ"ପୁରୁଣା ପଦର ଗ୍ରାମବାସୀ ଙ୍କ ପାଇଁ ସରକାରୀ ଯୋଜନା ସାତ ସପନ :



 ସ୍ୱତନ୍ତ୍ର ଉପସ୍ଥାପନା:----( ତର୍ଜମା ନ୍ୟୁଜ )  ଳାହାଣ୍ଡି ଜିଲ୍ଲା ର ଦୁର୍ଗମ ଥୁଆମୂଲ ରାମପୁର ବ୍ଲକ୍ ଅନ୍ତର୍ଗତ ତଳନାଗୀ ଗ୍ରାମ ପଞ୍ଚାୟତ ର ପୁରୁଣାପଦର ଗ୍ରାମ ଉପାନ୍ତ ବହୁଳ ଆଦିବାସୀ ଇନ୍ଦ୍ରାବତୀରେ ବୁଡି ଅଞ୍ଚଳ ନାମରେ ନାମିତ। ନବରଙ୍ଗ ପୁର ସୀମା କୁ ଲାଗି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ ଘେରା ରେ ଏହି ଗାଆଁ ଅବସ୍ଥିତ । କେନ୍ଦ୍ର ଓ ରାଜ୍ୟ ସରକାର ଉପାନ୍ତ ଆଦିବାସୀ ଅଞ୍ଚଳ ମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସରକାର ଙ୍କ ବିଭିନ୍ନ ଯୋଜନା ଏହି ଗ୍ରାମ ପାଇଁ ସାତ ସପନ ପାଲଟିଛି। ଗ୍ରାମବାସୀ କହିବା ଅନୁସାରେ ସେମାନେ ବିଗତ ୨୦-୩୦ବର୍ଷ ହେବ ଗାଆଁ ରେ ବସ ବାସ କରୁଛନ୍ତି। ଗାଁ ରେ ପ୍ରାୟ ୪୫ ପରିବାର ବସ ବାସ କରନ୍ତି। ଭୋଟର ସଂଖ୍ୟା ୧୭୦, ପିଲା ଛୁଆ ପଢ଼ିବା ସଂଖ୍ୟା -୩୦ ଥିବାବେଳେ, ପ୍ରାୟ ଦାଦନ ଶ୍ରମିକ ମଧ୍ୟ ଅଛନ୍ତି ତଥାପି ଏହି ଗାଁ ରେ ସରକାରୀ ଯୋଜନା ଅପହଞ୍ଚ । ରାସ୍ତା ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ, ଶିକ୍ଷା, ଜୀବିକ,ବିଜୁଳି ,ଜଳ କିଛି ବ୍ୟବସ୍ଥା ନାହିଁ,ରାସ୍ତା ଘାଟ ଓ ସ୍ଵାସ୍ଥ୍ୟ ବ୍ୟବସ୍ଥା ଠିକ୍ ନଥିବାରୁ ଲୋକ ମାନେ ନାହିଁ ନଥିବା ଅବସ୍ଥା ସମ୍ମୁଖୀନ ହେଉଛନ୍ତି। ଗ୍ରାମ ବାସୀ ଖାଲ ଢେପ ରାସ୍ତା ରେ ଯାତାୟତ କରୁଛନ୍ତି ତା ସହ ସ୍ଵାସ୍ଥ୍ୟ ସେବା ପାଇଁ ପାଇଁ ହସ୍ପିଟାଲ୍ ଟେ ବି ନ ଥିବାରୁ ପୋଡ଼ଶୀ ଜିଲ୍ଲା ନବରଙ୍ଗପୁର ପୁର କୁ ଗର୍ଭବତୀ ମହିଳା ଠୁ ରୋଗୀ ମାନଙ୍କୁ ନେଇ ଯାଉଛନ୍ତି । ଶିକ୍ଷା ବ୍ୟବସ୍ଥା କହିଲେ ପିଲା ଛୁଆ ପଡ଼ିବା ପାଇଁ ଅଙ୍ଗନୱାଡି କେନ୍ଦ୍ର ଟେ ବି ନାହିଁ। ୨-୩ କିମି ରାସ୍ତା ଚାଲି ଚାଲି ଅଙ୍ଗନୱାଡି କେନ୍ଦ୍ର ଯାଉଛନ୍ତି । ଜୀବିକା ନିର୍ବାହ କହିଲେ ଦାଦନ ଖଟିବାକୁ ବିଭିନ୍ନ ଜିଲ୍ଲା କୁ ଯାଇ ନିଜ ପରିବାର ର ପ୍ରତିପୋଷଣ କରୁଛନ୍ତି ।ଜଳ ହିଁ ଜୀବନ ହେଲେ ଗାଆଁ ପାଇଁ ପିଇବା ପାଣି ର ଘୋର ସମସ୍ୟା ହେଉଛି।ଗୋଟିଏ ନଳ କୂପ ଥିଲେ ମଧ୍ୟ ତାହା ବି ଅଚଳ ଅବସ୍ଥାରେ । ଶେଷରେ ନଦୀ ନାଳ ପାଣି ବ୍ୟବହାର ଜୀବନ ବଞ୍ଚାଉଚ୍ଚନ୍ତି। ନଚେତ ବିଭିନ୍ନ ରୋଗ ରେ ପୀଡ଼ିତ ହୋଇମୃତୁ୳ ବରଣ କରିଛନ୍ତି।


ହେଲେ ସରକାରଙ୍କ ଉପାନ୍ତ ଆଦିବାସୀ ଅଞ୍ଚଳ ମାନଙ୍କ ରେ ବସୁଧାରା ଯୋଜନା ମଧ୍ୟ ଫେଲ ହେଉଛି ।ସରକାର ଙ୍କ ବିଦ୍ୟୁତ୍ ବିଭାଗ ଯୋଜନା ରୁ ଗାଁ ପାଇଁ ବିଜୁଳି ଟେ ପାଇଥିଲେ ହେଲେ ବିଦ୍ୟୁତ୍ ବିଭାଗ ଗାଆଁ ର ବିଭିନ୍ନ ସମସ୍ୟା ସମ୍ପର୍କରେ କାରଣ ଦର୍ଶାଇ ବିଗତ ୨-୩ ବର୍ଷ ହେବ ବିଦ୍ୟୁତ୍ କାଟି ଦେଇଛନ୍ତି। ନା ଅଛି ଟ୍ରାନ୍ସଫର୍ମର ନା ଅଛି ମିଟର ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଜୁଳି ବି ଗାଁ ପାଇଁ ସପନ । ଗ୍ରାମବାସି ବିଭିନ୍ନ ସମୟରେ ସରପଞ୍ଚ ଠାରୁ ଆରମ୍ଭ କରି ସମସ୍ତ ନିର୍ବାଚିତ ପ୍ରତିନିଧି, ପ୍ରଶାସନ ଓ ସରକାର ଙ୍କୁ ଜଣାଇଥିଲେ ମଧ୍ୟ ଅନ୍ଧାରୀ ମୂଳକ ର ଏହି ପୀଡିତ ଗ୍ରାମବାସୀ ଙ୍କ ନ୍ୟାର୍ଯ୍ୟ ସମସ୍ୟା ର ସମାଧନ ପାଇଁ ଆଖି ବନ୍ଦ କରି ଦେଇଥିବା ବାସ୍ତବିକ ସ୍ୱାଧୀନ ଦେଶର ଉପାନ୍ତ ଅଞ୍ଚଳ ବାସୀ ଙ୍କ ପାଇଁ ଲଜ୍ୟାକର ଘଟଣା ଅଟେ । 


ଗ୍ରାମବାସୀ ଙ୍କ ପାଇଁ ପ୍ରଶାସନ, ସରକାର ଓ ଚେତିବେ ଓ ସେମାନଙ୍କ ମୌଳିକ ଅଧିକାର ଶିକ୍ଷା, ସ୍ୱାସ୍ଥ୍ୟ,ବିଜୁଳୀ, ଆଲୁଅ, ଗମନା ଗମନ ଓ ସ୍ଵଛ ପାନୀୟ ଜଳ ଓ ଜୀବନ ଜୀବିକା କେବେ ପାଇବେ ନାଁ ଅନ୍ଧାରୀ ମୂଳକ ର ଅନ୍ଧକାର ଭିତରେ ମଉଳି ଯିବେ ଦେଖିବାକୁ ବାକି ରହିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe