ସେହି ପ୍ରଧାନମନ୍ତ୍ରୀ ସଡ଼କ ଡ୍ରେନ ର ପୁରୁଣା କାମ କୁ ମନରେଗା ଯୋଜନା ରେ ୧୦ ଲକ୍ଷ ଟଙ୍କା ର ଫାଇଲ ଖୋଲି କାମ ତରବରିଆ ଭାବେ ସାରିଦେଇ ବିଲ କରିବା ପାଇଁ ଯୋଜନା ପ୍ରସ୍ତୁତଚାଲିଥିବା ଜଣା ପଡ଼ିଛି । ଏହି GRS ବାବୁ କାହା ଛତ୍ରଛାୟାରେ ଏପରି ବଳିୟାନ ଓ ପ୍ରକାଶ ଥାଉ କି ଗ୍ରାମବାସୀ ଙ୍କ କହିବା ଅନୁସାରେ ଜି.ଆର୍.ଏସ୍ ମାସ କୁ ଥରେ ଗ୍ରାମ ପଞ୍ଚାୟତ କୁ ପରିଦର୍ଶନରେ ଯାଆନ୍ତି ଆଉ ବାକି ସମୟ ରେ ମୂଖିଗୁଡା ଠାରେ ଥିବା ତାଙ୍କ ବାସଭନରେ ରହି କାଗଜପତ୍ର ରେ ସବୁ କାମ କୁ ତଦାରଖ କରୁଛନ୍ତି । ସରକାରୀ କର୍ମଚାରୀ ହେଇ କି ସରକାରଙ୍କ ଯୋଜନା ପାଇଁ ଆସୁଥିବା ଟଙ୍କା ନିଜେ ଠିକାଦାର ସାଜି ଆତ୍ମସାତ କରୁଛନ୍ତି ବୋଲି ଅଭିଯୋଗ ହେଉଛି ,ବାବୁ ଜି.ଆର୍.ଏସ୍ କିଛି ଜନପ୍ରତିନିଧି କୁ ହାତରେ ଧରି କାମ ଗୁଡ଼ିକୁ ଅତି ନିମ୍ନମାନ ର କରିଦେଇ ଖାଲି ରାସ୍ତା କଡ଼ରେ ଥିବା ଗଛଲତା ସଫା କରିବା ସହ ସେହି କାମକୁ ଅତି ତରବରିଆ ଭାବରେ ସାରିଦେଇ ବିଲ କରିବାକୁ ପ୍ରୟାସ ଆରମ୍ଭକରି ଥିବା ଅଭିଯୋଗ ହେଉଛି । ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ନିଜକୁ ବଡ ଅଫିସର ବୋଲାଉ ଥିବା ଏହି ଜି.ଆର୍.ଏସ୍ ସରକାରୀ ବାବୁ ଙ୍କ ଦୁର୍ନୀତି ସମ୍ପର୍କରେ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଅସଲ ମୁଖା ଖୋଲିବା ସହ ଦୁର୍ନୀତି ନିବାରଣ ବିଭାଗ ଜରିଆରେ ତଦନ୍ତ ହେଲେ ଅନେକ ଗୁଡ଼ିଏ ତଥ୍ୟ ବାହାରିବ ବୋଲି ଉକ୍ତ ଗ୍ରାମ ପଞ୍ଚାୟତ ର ଜନସାଧାରଣ ଓ ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି।ତେବେ ଏ ଜିଆରଏସ ବାବୁ ଙ୍କ କାରନାମା ଉପରେ କେବେ ତଦନ୍ତ ଓ ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକିରହିଲା ।
ସ୍ୱତନ୍ତ୍ର ପ୍ରତିନିଧି ( ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ର ଦୃର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଧୀନରେ ଥିବା ଅନେକ ଗ୍ରାମପଞ୍ଚାୟତ ବ୍ଲକ ଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ରେ ଥିବା ବେଳେ କୌଣସି ବଡ ଅଧିକାରୀ ବା ଅଫିସର ମାନେ ଏଠିି ଆସୁ ନଥିବା ର ଫାଇଦା ନେଇ ଏଠିକାର କିଛି ଲୋକ ନିଜକୁ ନେତା ଦେଖେଇ ହେଉଥିବା ଟାଉଟର ମାନେ ଓ ଗ୍ରାମରୋଜଗାର ସେବକ ମିଳିତ ଭାବେ ଲୁଟ ପାଟ ସହ ବ୍ୟାପକ ଦୁର୍ନୀତି ଚଳାଇ ଥିବା ଅଭିଯୋଗ ହେଉଛି । ଏହାର ଏକ ଜ୍ୱଳନ୍ତା ଉଦାହରଣ ସାଜିଛି କଲାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ତଳନାଗୀ ଗ୍ରାମ ପଞ୍ଚାୟତରେ। ଦୁର୍ନୀତି ପଛରେ ଅଛନ୍ତି ବର୍ତ୍ତମାନ ପଞ୍ଚାୟତ ତଳ ନାଗୀ ରେ କାର୍ଯ୍ଯରତ ଥିବା ଗ୍ରାମରୋଜଗାର ସେବକ (ଜି.ଆର୍.ଏସ୍ )। ନିଜ କୁ ସେ ଜଣେ ବଡ଼ ଅଫିସର ମନେ କରିବା ସହ ଏକ ଠିକାଦାର ସାଜିଛନ୍ତି। ଇନ୍ଦ୍ରାବତୀ ଯିବା ପାଇଁ ୦୮ କିଲୋମିଟର ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ହୋଇଛି। ସେହି ସମୟରେ ରାସ୍ତା ର ଉଭୟ ପାଶ୍ୱର୍ରେ ଡ୍ରେନ କାମ ମଧ୍ୟ ହୋଇଥିଲା ।
Post a Comment