//BREAKING//
Loading...

ଭବାନୀପାଟଣା ଠାରେ ସ୍ଥାୟୀ ଜୀବିକା ଓ ଜଳ ବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳା ଅନୁଷ୍ଠିତ


 

 ଭବାନୀପାଟଣା:----( ତର୍ଜମା ନ୍ୟୁଜ ) ଜିଲ୍ଲା ଯୋଜନା କାର୍ଯ୍ୟାଳୟ ର ସଭାଗୃହ ରେ ସ୍ଥାୟୀ ଜୀବିକା ଓ ଜଳବାୟୁ ଶୀର୍ଷକ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କର୍ମଶାଳାରେ ଜିଲ୍ଲାସ୍ତରୀୟ ଅଧିକାରୀ ,ବେସର କାରୀ ସଂସ୍ଥା ଗୁଡ଼ିକର ପ୍ରତିନିଧି ପଞ୍ଚାୟତରାଜ ପ୍ରତିନିଧି ପୁରୁଷ ଓ ମହିଳା କୃଷକ ଓ ସମ୍ବନ୍ଧିତ ସମ୍ପ୍ରସାରଣ ଅଧିକାରୀ ମାନେ ଯୋଗ ଦେଇଥିଲେ ।ଡେପୁଟି ଡାଇରେକ୍ଟର ଶ୍ରୀଯୁକ୍ତ ଶ୍ରୀକାନ୍ତ ଦଳାଇ ଏହି କର୍ମଶାଳା ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପନିର୍ଦେଶକ ଶ୍ରୀଯୁକ୍ତ କିଶୋର ମହାଲିଂ , ଅଣୁ ଯୋଜନା ଓ ଆଜୀବିକା ପ୍ରବୀଣ.କୁମୁଦିନୀ ମିଶ୍ର, ଡି ପି ଏମ, ଓ ଏଲ୍ ଏମ ଶ୍ରୀ ପି କେ ମିଶ୍ର ,ଶ୍ରୀଅମିତାଭ ପଣ୍ଡା କେବିକେ କୃଷି ବିଜ୍ଞାନ କେନ୍ଦ୍ର ଓ ରିଲାଇନ୍ସ ଫାଉଣ୍ଡେସନ ର ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ପଟେଲ ସମେତ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନେ ସେମାନଙ୍କ ର ମତାମତ ଦେବା ସହ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଓ ଏହାର ଜୀବିକା ଉପରେ ପ୍ରଭାବକୁ କିପରି ହ୍ରାସ ଓ ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ବନ୍ଧରେ ବିଶଦ ଭାବେ ଆଲୋଚନା କରିଥିଲେ ।ଉକ୍ତ କର୍ମଶାଳ ରିଲିଏନ୍ସ ଫାଉଣ୍ଡେସନ , ଜିଲାପ୍ରଶାସନ ଓ ଦାପ୍ତା ସଂସ୍ଥା କଳାହାଣ୍ଡି ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe