//BREAKING//
Loading...

ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ୨୦୨୨-୨୩ ଉଦ୍‌ଯାପିତ ।


 

ଭବାନୀପାଟଣା:----( ତର୍ଜମା ନ୍ୟୁଜ )  ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା ଠାରେ କଳାହାଣ୍ଡିର ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ୨୦୨୨-୨୩ ଉଦ୍‌ଯାପିତ ହୋଇଯାଇଛି । ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ୨୦୨୨-୨୩ର ଉଦ୍‌ଘାଟନ କରିଥିଲେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଇନ୍ଦ୍ରାବତୀ ଉଚ୍ଚ ବିଦ୍ୟାଳୟ, ଡଙ୍ଗରିଗୁଡ଼ାର କଳାକାର ଛାତ୍ରୀଗଣ ସଙ୍ଗୀତ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପି, ଅନ୍ୱେଷା ରେଡ୍ଡି କହିଥିଲେ ଯେ ଜିଜ୍ଞାସାରୁ ନୂତନତା ଓ ନୂତନତାରୁ ଆବିଷ୍କାର ଓ ଉଦ୍ଭାବନ । ସେଥିପାଇଁ ନିଜ ଭିତରେ ନିଜକୁ ପ୍ରଶ୍ନ ପଚାରିବାର ଓ ମନ ଭିତରେ ଥିବା ସନ୍ଦେହକୁ ମୋଚନ କରିବାକୁ ଛାତ୍ରଛାତ୍ରୀମାନେ ଅହରହ ପ୍ରୟାସ କଲେ ଦିନେ ସଫଳତାର ଶିଖରରେ ନିଶ୍ଚୟ ପହଂଚି ପାରିବେ । ସମାରୋହରେ ସଭାପତିତ୍ୱ କରିଥିଲେ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡା, ବି.ଇ.ଓ. ନର୍ଲା ତପିମଣି ଜାନୀ, ବି.ଇ.ଓ. କେସିଙ୍ଗା ବବ୍ରୁବାହାନ ପ୍ରଧାନ, ବି.ଇ.ଓ. ଥୁଆମୂଳ ରାମପୁର ଲୋକନାଥ ବେହେରା ଯୋଗଦେଇଥିଲେ ।


 କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ସରକାରୀ ହାଇସ୍କୁଲ, ଶଗଡ଼ାର ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ । ସେହିପରି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଓୟୁଏଟି ଭବାନୀପାଟଣାର ଡିନ୍ ତଥା ବୈଜ୍ଞାନିକ ପ୍ରଫେସର ଡ. ସପନ କୁମାର ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ପବ୍ଲିକ ହେଲ୍‌ଥ ଅଫିସର ଡା, ନିହାରେନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବିଜ୍ଞାନ ଜୀବନକୁ ସରଳ କରିଛି ଓ ଜୀବନକୁ ଆହୁରି ସରସ ସୁନ୍ଦର କରିବା ପାଇଁ ସମସ୍ତ ଯୋଗ ବିଜ୍ଞାନକୁ ଆପଣେଇବା ଆବଶ୍ୟକ । ସେହିପରି ମୁଖ୍ୟ ଅତିଥି ପ୍ରଫେସର ତ୍ରିପାଠୀ କହିଥିଲେ ଯଦି ଚେଷ୍ଟା ନିରବଛିନ୍ନ ରହେ ତେବେ ଜୀବନରେ ସଫଳତା ନିଶ୍ଚିତ ପ୍ରାପ୍ତ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡି ଆଇ ପି ଆର୍ ଓ ମନୋଜ ବେହେରା ବି.ଇ.ଓ. କୋକସରା ନେପାଳ ଚନ୍ଦ୍ର ବାଗ, ବି.ଇ.ଓ. ଭବାନୀପାଟଣା ଠାକୁର ଚରଣ ସାହୁ, ବି.ଇ.ଓ. ଧର୍ମଗଡ଼ ନବକିଶୋର ସାହୁ , ଜିଲ୍ଲା ଶାରୀରିକ ଶିକ୍ଷରା ନିରୀକ୍ଷକ ମହେନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ ଯୋଗ ଦେଇଥିଲେ । କାର୍ଯକ୍ରମର ପରିଚାଳନା କରିଥିଲେ ପୂର୍ବତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପ୍ରକାଶ ନିଶଙ୍କ । 


କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଚୟନହୋଇ ଆସିଥିବା ୭୧ଟି ପ୍ରୋଜେକ୍ଟ ଅଂଶ ଗ୍ରହଣ କରିଥିଲେ । ସେ ମଧ୍ୟରୁ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀମାନେ ହେଲେ ଆଦର୍ଶ ବିଦ୍ୟାଳୟ ନର୍ଲାର ଆଦ୍ୟା ଅଗ୍ରୱାଲ, ସରକାରୀ ହାଇସ୍କୁଲ ଜୁନାଗଡ଼ର ଅବିନାଶ ଶୁକ୍ଳା, ଆଦର୍ଶ ବିଦ୍ୟାଳୟ ନର୍ଲାର ସ୍ୱୟମ୍ ସ୍ୱାଗତ କର, ଆଦର୍ଶ ବିଦ୍ୟାଳୟ ଭବାନୀପାଟଣାର ଜ୍ୟୋତିରଂଜନ ମହାକୁଡ଼, ସରକାରୀ ଉଚ୍ଚ ବିଦ୍ୟାଳୟ ତଲବେଲଗାଁର ନନ୍ଦିନୀ ବେମାଲ, ସରକାରୀ ପ୍ରାଥମିକ ବିଦ୍ୟାଳୟ ପେରମଂଜିର ମନୋଜ କୁମାର ନାଏକ, ପଂଚାୟତ ହାଇସ୍କୁଲ ଉଚ୍ଛଲାର କ୍ଷିତେନ୍ଦ୍ର ରାଉତ । ବିଚାରକ ଭାବରେ ପ୍ରିୟଦର୍ଶନୀ ଇନ୍ଦିରା ମହାବିଦ୍ୟାଳୟ ଜୁନାଗଡ଼ର ଅଧ୍ୟାପିକା ସସ୍ମିତା ପଣ୍ଡା, ମ.ରାମପୁର କଲେଜର ଅଧ୍ୟାପକ ତ୍ରିନାଥ ବିଷୋୟୀ, ପ୍ରଗତି କନ୍‌ସେପ୍ଟ ସ୍କୁଲର ଶିକ୍ଷକ ଉଦିତ ପ୍ରତାପ ଗହୀର ଓ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ଭବାନୀପାଟଣାର ଅଧ୍ୟାପକ ତୁଷାରକାନ୍ତ ଦାଶ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଶାନ୍ତିଶଙ୍ଖଳା ରକ୍ଷା କରିବା ତଥା କାର୍ଯ୍ୟକ୍ରମରେ ସହଯୋଗ କରିବା ନିମନ୍ତେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କେଡ଼େଟ୍‌ମାନେ ବରିଷ୍ଠ ଶିକ୍ଷକ ରବି କାନୁନ୍‌ଗୋଙ୍କ ନେତୃତ୍ୱରେ ଯୋଗ ଦେଇଥିଲେ । 


 କାର୍ଯକ୍ରମର ପ୍ରଥମ ଦିବସ ୧୭.୧୨.୨୦୨୨ ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାଇନ୍ସ କୁଇଜ୍ ପ୍ରତିଯୋଗିତା ପରିଚାଳନା କରିଥିଲେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶୁଭେନ୍ଦୁ ଶେଖର ବେହେରା ଓ ମହେଶ କୁମାର ଭାଟି । ସେହିପରି ସାଇନ୍ସ ମିରାକିଲ୍‌କୁ ପ୍ରଦର୍ଶନ କରିଥିଲେ ବରିଷ୍ଠ ଶିକ୍ଷକ ନାରାୟଣ ସାହୁ, ସମୀର କୁମାର ବେହେରା, ନିରୋଜ କୁମାର ସାହୁ, ସନ୍ତୋଷ କୁମାର କର, ପରମାନାନ୍ଦ ଛୁଆଳ ସିଂହ, ବିରେନ୍ଦ୍ର କୁମାର ଆଚାର୍ଯ୍ୟ ପ୍ରମୁଖ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe