//BREAKING//
Loading...

ଅତିରିକ୍ତ ମୁଖ୍ୟ ଶାସନ ସଚିବ ( ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ) ତଥା ଭାରପ୍ରାପ୍ତ ସଚିବ ଆକଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଶ୍ରୀ ସତ୍ୟବ୍ରତ ସାହୁ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ।

 


ଭବାନୀପାଟଣା :---( ତର୍ଜମା ନ୍ୟୁଜ )

ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀଗୃହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତଥା ଭାରପ୍ରାପ୍ତ ସଚିବ ଆକଂଖୀ ଜିଲ୍ଲା କାର୍ଯ୍ୟକ୍ରମ ଶ୍ରୀ ସତ୍ୟବ୍ରତ ସାହୁ ଜିଲ୍ଲାର ବିଭିନ୍ନ ବିଭାଗ ସ୍ବାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି, ଜଳ ସମ୍ପଦ, ପ୍ରାଣୀ ସମ୍ପଦ, ବିଦ୍ୟୁତିକରଣ, ରାସ୍ତା ନିର୍ମାଣ, ମୁଦ୍ରା ଋଣ, ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍ ସନ୍, ଜନଧନ ଯୋଜନା, ଦକ୍ଷତା ବିକାଶ ଉପରେ ସମୀକ୍ଷା କରି ଥିଲେ । ବୈଠକରେ ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ସଚିନ୍ ପାୱାର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଶ୍ରୀ ସାହୁ କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ଯୋଜନାର ପ୍ରଣୟନ ,ବିକାଶ ଓ ମାପଦଣ୍ଡ ଲକ୍ଷ୍ୟ ଧାର୍ଯ୍ୟକୁ କେତେ ଛୁଇଁଛି, ତା ଉପରେ ବିଶେଷ ଆଲୋଚନା କରି ଥିଲେ । ସାରା ଭାରତବର୍ଷରେ ୧୧୨ ଟି ଆକାଙ୍କ୍ଷୀ ଜିଲ୍ଲାରୁ କଳାହାଣ୍ଡି ୧୭ ରାଙ୍କ୍ ହାସଲ କରିଛି ଏବଂ ଏହି ରାଙ୍କକୁ ଆଗକୁ ନେବାକୁ ପଡ଼ିବ ବୋଲି ଶ୍ରୀ ସାହୁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ । ଶିକ୍ଷା କ୍ଷେତ୍ରରେ ଯେଭଳି ପିଲା ମଝିରୁ ପାଠ ନ ଛାଡ଼ିବେ ତା ଉପରେ ଦୃଷ୍ଟି ଦେବା, ଗୁଣାତ୍ମକ ଶିକ୍ଷା ପ୍ରଦାନ, ଶିକ୍ଷକ ନିଜ ପୋଷ୍ଟିଂ ସ୍ଥାନ ରେ ରହିବା, ଉନ୍ନତ ଓ ସ୍ୱଚ୍ଛ ପରିବେଶ, ଶୌଚାଳୟ ର ବ୍ୟବସ୍ଥା, ବିଦ୍ୟାଳୟରେ ଶିକ୍ଷକମାନଙ୍କ ଦ୍ଵାରା 5ଟିର ସଠିକ୍ ରୂପାୟନ, ବିଦ୍ୟୁତିକରଣ, ପାଠ୍ୟ ପୁସ୍ତକ ଆଗ୍ରହରେ ପଢ଼ିବା ଉପରେ ଗୁରୁତ୍ବ ଦେବାକୁ ଡି.ଇ.ଓ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


ସେଭଳି କୃଷି କ୍ଷେତ୍ରରେ ଅଣ ଧାନ ଓ ମିଶ୍ରିତ କୃଷିକୁ ପ୍ରାଧାନ୍ୟ, କୃଷି ବୀମା, ଧାନ ଓ କପାର ଉତ୍ପାଦନ, କ୍ଷୁଦ୍ର ଜଳ ସେଚନ, ମୃତ୍ତିକା କାର୍ଡ ବଣ୍ଟନ ସହିତ କୃଷକର ଲାଭ ପାଇଁ ସମସ୍ତ ସ୍କିମ୍ ର ସଠିକ୍ ରୂପାୟନ ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭିତ୍ତିଭୂମି ବିକାଶରେ ଘରକୁ ବିଦ୍ୟୁତିକରଣ, ଗ୍ରାମ ପଞ୍ଚାୟତରେ ନେଟ୍ ସଂଯୋଗ, ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ସମସ୍ତ ଗ୍ରାମକୁ ସଂଯୋଗୀକରଣ, ପ୍ରତ୍ୟେକ ଘରକୁ ଶୌଚାଳୟ, ପାନୀୟ ଜଳ ଉପରେ ଗୁରୁତ୍ଵ ଦେବା ଓ ଲକ୍ଷ୍ୟ ଧାର୍ଯ୍ୟ ମାପଦଣ୍ଡକୁ ଆଗକୁ ନେବାକୁ ପରାମର୍ଶ ଦେଇଥିଲେ । ଯେଉଁ ଗ୍ରାମକୁ ରାସ୍ତା ସଂଯୋଗ ହୋଇପାରୁନାହିଁ ତାହାକୁ ଅଗ୍ରାଧିକାର ଭିତ୍ତିରେ ସର୍ଭେ କରି ଶୀଘ୍ର ନିର୍ମାଣ କରିବାକୁ ସି.ସି.ଇ.ଆର୍.ଡବ୍ଲୁ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହାତୀ ଚଳାଚଳ ରାସ୍ତା ରେ ମୁଖ୍ୟତଃ ରାତ୍ର ସମୟରେ ବହୁ ଗ୍ରାମ ଅନ୍ଧାର ଯୋଗୁଁ ଅସୁବିଧା ଭୋଗ କରୁଥିଲେ ତାହାର ସମାଧାନ ନିମନ୍ତେ ସେହି ଅଞ୍ଚଳରେ କେବୁଲ ତାରର ଉପଯୋଗୀ କରିବା ତଥା ଏହା ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଅଧିକ୍ଷକ ଯନ୍ତ୍ରୀ ଟି.ପି.ଡବ୍ଲୁ.ଓ.ଡି.ଏଲ.ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।


ସେଭଳି ଧାନ ଚାଷ ପରେ ମୁଗ ବିହନ ଆବଶ୍ୟକ ହୋଇ ଥିବା ଅଞ୍ଚଳ ରେ ଚାଷୀ ମାନଙ୍କ ପାଇଁ 160 କ୍ୱୀଣ୍ଟାଲ ମୁଗ ବିହନ ଶୀଘ୍ର ବ୍ୟବସ୍ଥା କରିବାକୁ ସି.ଡି.ଏ.ଓ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗର୍ଭବତୀ ମହିଳାଙ୍କ ଯତ୍ନ, ଶିଶୁ ମୃତ୍ୟୁ ହାରକୁ କମ୍ କରିବା, ଶିଶୁ ଯତ୍ନ, ଆନେମିଆକୁ ନିୟନ୍ତ୍ରଣ, ଲିଙ୍ଗଗତ ପାର୍ଥକ୍ୟକୁ ହ୍ରାସ ଉପରେ ଗୁରୁତ୍ବ ଦେବାକୁ ସି.ଡ଼ି.ଏମ୍.ଓ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲାଞ୍ଜିଗଡ଼ ଓ ଥୁଆମୂଲ୍ ରାମପୁର ଅଞ୍ଚଳରେ ନେଟ ସୁବିଧା ନଥିବା ଯୋଗୁ ଯେଉଁ ଅସୁବିଧା ହୁଏ, ତାହାର ସମାଧାନ ଓ ଟାୱାର ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ବି.ଏସ.ଏନ୍.ଏମ୍ ଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ।ଅତିରିକ୍ତ ଶାସନ ସଚିବ ଶ୍ରୀ ସାହୁ ଏହି ଅବସରରେ ସଦ୍ୟ ନିଯୁକ୍ତି ପାଇ ଥିବା ୩୦ ଜଣ ଆର୍.ଆଇ ଓ ଅମିନ ଙ୍କୁ ୫ଟି ମନ୍ତ୍ର ଓ ଲୋକଙ୍କ ସେବାକୁ ଗୁରୁତ୍ବ ଦେବାକୁ କହିଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe