//BREAKING//
Loading...

ସର୍ଵ ଭାରତୀୟ ପ୍ରତିଯୋଗିତା ରେ ଅମୀୟ ସାହୁ ଦ୍ଵିତୀୟ


 ଭବାନୀପାଟଣା:---- ( ତର୍ଜମା ନ୍ୟୁଜ ) ଲ ଇଣ୍ତିଆ କମ୍ପ୍ୟୁଟର ସଂସ୍ଥା ( ନ୍ଯାସନାଲ ବୋର୍ଡ ଏବଂ କମ୍ପ୍ୟୁଟର ଇଜୁକେସନ ) ଦ୍ବାର ପ୍ରତି ବର୍ଷ ଜାତିୟ ସ୍ତରରେ  କମ୍ପ୍ୟୁଟର ଶିକ୍ଷା ରେ ଅତୁଳନୀୟ ଅବଦାନ ପାଇଁ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଏଥିରେ ଜାତୀୟ ସ୍ତରର ସମସ୍ତ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ମାନେ ଭାଗ ନେଇଥାନ୍ତି । 

ସେହିଭଳି ଯଥା ୨୦୨୩ ବର୍ଷ ପାଇଁ ଏହି ପ୍ରତିଯୋଗିତା  ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା କମ୍ପ୍ୟୁଟର ଇଜୁକେସନ ମିଶନ , ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ରୁ ଶ୍ରୀ ଅମୀୟ କୁମାର ସାହୁ, ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ, ଜୁଗେଶ ନାଏକ, ଯୁବ ସାମ୍ବାଦିକ ଆଶୁତୋଷ ପଟ୍ଟଯୋଶୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସମ୍ମାନିତ ହୋଇଛନ୍ତି। 

ତାଙ୍କୁ କଲିକତା ସ୍ଥିତ ମହାନାୟକ ଉତ୍ତମ ମଞ୍ଚ ଠାରେ ଶ୍ରୀଯୁକ୍ତ ଭାସ୍କର ବାର୍ନାଜି ଲୋକପ୍ରିୟ  ବଙ୍ଗାଳି ସିନେମା ଆକ୍ଟର ଙ୍କ ଦ୍ବାରା ସମ୍ମାନିତ କରାଯାଇଛି। ଅମୀୟ କୁମାର ସାହୁ ଅଲ ଇଣ୍ଡିଆ ସ୍ତରରେ ନବମ ସ୍ଥାନରେ ରହି ଟପ୍ପର ଥିବା ବେଳେ ସମଗ୍ର ଓଡିଶାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଅମୀୟ କୁମାର ସାହୁଙ୍କର ଏହି ସଫଳତା ଆଣି ଦେଇଛି କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଏହାକୁ ନେଇ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। 

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe