//BREAKING//
Loading...

ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।





ନର୍ଲା:--- (ତର୍ଜମା ନ୍ୟୁଜ ) ନର୍ଲା କ୍ରିକେଟ କ୍ଳବ୍ ପକ୍ଷରୁ ରାଜ୍ୟ ‌ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୬ ଗୋଟି ଦଳ ଯୋଗଦାନ କରିଥିବା ବେଳେ ଏମ ଏସ ଇଲେଭେନ ଓ ରିଙ୍କୁ ଏକ୍ସ୍ଆଇ ମଧ୍ୟରେ ଫାଇନାଲ ଖେଳ ହୋଇଥିଲା। ପ୍ରଥମେ ଏମ ଏସ ଇଲେଭେନ ବେଟିଙ୍ଗ କରି ନିର୍ଦ୍ଧାରିତ ୧୫ ଓଭରରେ ଆଠ ଉଇକେଟ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରିଙ୍କୁ ଏକ୍ସ୍ଆଇ ୧୫ ଓଭରରେ ୧୧୮ ରନ୍ ସଂଗ୍ରହ କରି ସମସ୍ତ ଉଇକେଟ ହରାଇ ପରାଜୟର ସମ୍ମୁଖୀନ ହୋଇଥିଲା। ଫଳରେ ଏମ ଏସ ଇଲେଭେନ ଦଳ ଚମ୍ପିୟାନ ହୋଇପାରିଥିଲା। 


ଏହି ଖେଳରେ ଏମ ଏସ ଦଳର ଲବିଶ ମ୍ୟାନ ଅଫ୍ ଦି ସିରିଜ ଓ ମ୍ୟାଚ ଅଫ୍ ଦି ମ୍ୟାଚ ବୁଲୁ ପୁଟେଲ ବିବେଚିତ ହୋଇଥିଲେ। ସେହିପରି ବୋଲର ଭାବେ ଭବାନୀ ଶଙ୍କର ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଖେଳରେ ଅତିଥି ଭାବେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଅଭିନାଶ ଠାକୁର, ନର୍ଲା ପୂର୍ବତନ ଖେଳାଳୀ, ଯୁବନେତା ତଥା ଜଣେ ଜଣାଶୁଣା ଆୟୋଜକ ଭାବେ ସମୀର ଚାନ୍ଦ , ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୂର୍ଗା ପ୍ରସାଦ ମହାନ୍ତି, ତ୍ରିଲକ୍ଷ ହରପାଲ ପ୍ରମୁଖ ଯୋଗଦାନ କରିଥିଲେ। 


ଏଥିରେ ସମୀର ଚାନ୍ଦଙ୍କୁ ମଧ୍ୟ ସମ୍ମାନିତ କରାଯାଇ ଥିବା ବେଳେ ବିଜୟୀ ଦଳକୁ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଦ୍ଵିତୀୟ ଦଳକୁ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସପ୍ତ ପ୍ରଧାନ ଓ କୁମୁଦ ରଥ ଖେଳଟିକୁ ପରିଚାଳନା କରିଥିଲେ। କ୍ରିକେଟ କ୍ଳବର ଦିପୁ ପାତ୍ର, ବଣ୍ଟୁ, ପିଣ୍ଟୁ,ଲୁଲୁ, କିଶୋର, ବିମଳ,ମିଲୁ ପ୍ରମୁଖ ଖେଳରେ ସହଯୋଗ କରିଥିଲେ।

ନର୍ଲା ରୁ ଦୀପକ କୁମାର ଠାକୁର ଙ୍କ ରିପୋର୍ଟ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe