*ମୁଁ* *ବଜେଟ* ...
*କହିଲେ* *କହୁଛି* *କହିଲା* । ନଦେଖିଲା ଲୋକ ଦେଖ - କଇଁଛ କାଢ଼ିଛି ବେକ ।
ମୁଁ ଆଜ୍ଞା ବଜେଟ୍ ।ପ୍ରଥମେ ଉପସ୍ଥାପନ ପୂର୍ବରୁ ମହାମହିମ ରାଷ୍ଟ୍ରପତି ସଂସଦ ଗୃହରେ ଝାଳ ନାଳ ହୋଇ ଶାସକ ଦଳ ପ୍ରସ୍ତୁତ କରିଥିବା ଲମ୍ବା ଚିଠି ଅନର୍ଗଳ ପଢ଼ି ଯାଆନ୍ତି ।କଣ ଲେଖା ହେଇଚି ଜାଣିବା ଦରକାର ନାହିଁ। କିନ୍ତୁ ପଢିବାକୁ ବାଧ୍ୟ। ବୁଝି ହେଉନି ସମ୍ବିଧାନ ରେ ଏମିତି ପରମ୍ପରା ରହିଛି କାହିଁକି ? ରାଷ୍ଟ୍ରପତି ନିଜେ କୌଣସି ଜିନିଷ ବନେଇ ପାରିବେ କି ନାହିଁ ଜଣାନାହିଁ। ଉପରୁ ଯାହା ଲେଖା ଆସିବ ତାକୁ ଦେଖି ଦେଖି ପଢ଼ିବେ ।ବଜେଟ ଅଣନିଶ୍ଵସ୍ ହୋଇ କହୁଛି ମୋତେ ୩ ପ୍ରକାର ବ୍ୟକ୍ତି ତର୍ଜମା କରନ୍ତି ।୭/୮ ଦିନ ଖୁବ୍ ତାତି ରହେ । ମିଡ଼ିଆ ବାଲା ଖୁବ୍ ଭୋକି ଥାଆନ୍ତି ।ତା ପରେ ଥଣ୍ଡା ଓ ୩୬୫ ପରେ ଟିଭି ଷ୍ଟୁଡ଼ିଓ ରେ ପୁଣି ଦେଖା ।ଖୁବ୍ ଆଲୋଚନା । ସତେ ଯେମିତି ଆଗରୁ କେବେ ଆଲୋଚନା ହେଇନି । ଚ୍ୟାନେଲ ବାଲା ବ୍ରେକିଂ ନିୟୁଜ ନାଁ ରେ ସାଧାରଣ ଜନତାଙ୍କ ହାର୍ଟ ବିଟ୍ ବଢେଇ ଦିଅନ୍ତି ।କିଛି ସାମ୍ବାଦିକ ଚିଲେଇ ଚିଲେଇ ଟଣ୍ଟି ବସି ଯାଏ ସରକାରଙ୍କ ଗୁଣ ଗାନ କରି । ଏ ୩ ପ୍ରକାର ବ୍ୟକ୍ତିଙ୍କ ଉପରେ ଦି ପଦ ।
*ଶାସକ* *ଗୋଷ୍ଠୀ* :
ପ୍ରତି ବର୍ଷ ମୋତେ ନିମନ୍ତ୍ରଣ କରନ୍ତି ସରକାର । ସୁଟକେଶ୍ ଭିତରେ ଆସେ । ସଂସଦ ଭିତରେ ଖୋଲାହୁଏ ।ମୋତେ ଅର୍ଥମନ୍ତ୍ରୀ ଉପସ୍ଥାପନ କରନ୍ତି । ପ୍ରଧାନ ମନ୍ତ୍ରୀ ଓ ଶାସକ ଦଳ ସାଂସଦ ମାନେ ଟେବୁଲ୍ ବାଡେଇ ସ୍ବାଗତ କରନ୍ତି ।ମନ ପସନ୍ଦ ହେଉ କି ନହେଉ । ମିଛ ହସ ହସି ଟେବୁଲ୍ ବାଡେଇବାକୁ ବାଧ୍ୟ ହୁଅନ୍ତି । ଲୋକ ଦେଖାନିଆ ନହସିଲେ କି ସମର୍ଥନ ନକଲେ ଟିକେଟ ମିଳିବନି କି ସଂସଦ ଭବନରେ ରିହାତି ଖାଇବା ମିଳିବନି ।
*ବିରୋଧୀ* *ଗୋଷ୍ଠୀ* :
ଅନ୍ୟ ପକ୍ଷରେ ବିରୋଧି ମୋତେ ତାଛାଲ୍ୟ କରି କୁହନ୍ତି ଏଇଟା ଅକାମୀ ବଜେଟ୍ ।ଏଥିରେ କିଛି ନାହିଁ ।ମନ ପସନ୍ଦ ହେଉ କି ନହେଉ ବିରୋଧ କରିବା ତାଙ୍କ ଧର୍ମ । ବେଦର ଗାର । ଦଳ ମୁଖିଆ କହିଛି ମାନେ ସଂସଦ ଭବନ ଭିତରେ ହଙ୍ଗାମା ନକଲେ ବିରୋଧୀ ବୋଲି ଜାଣିବେ କେମିତି ? ନହେଲେ ପାର୍ଟି ମୁଖିଆ ଟିକେଟ ଦେବେନି । ଏ ପବିତ୍ର ମନ୍ଦିରରେ ଆସି ଘଣ୍ଟ , ଖୋଳ ଗିନି ବାଡେଇ ପୂଜା କରିବେ କେମିତି ? ବାପା ରାଣ ଢ଼ିଙ୍କି ଗିଳ ଅବସ୍ଥା । ବ୍ୟକ୍ତିଗତ ଭାବରେ ଚାହିଁଲେ ବି ସମର୍ଥନ କରି ପାରିବେନି । କୁଆଡେ ପାର୍ଟି ଲାଇନ ରେ ରହି ମିଡିଆ ସାମ୍ନାରେ ଭଡ଼ଭଡ ହେବାକୁ ବାଧ୍ୟ ।
*ବିଚରା* *ଜନତା* :
କଥାରେ ଅଛି ମୁଁ ଏକୁଳରେ ହେଲି ନା ସେ କୂଳରେ ହେଲି । ହାୟରେ ବିଧାତା ତୁ ଏ କି କଲୁ । ଫୁଟବଲ ପରି ଗୋଟିଏ ଗୋଲ ପୋଷ୍ଟରୁ ଆର ଗୋଲ ପୋଷ୍ଟ । ଶାସକ ଗୋଡ଼ରେ ପ୍ରହାର କରନ୍ତି । ବିରୋଧୀ ବି ଗୋଡ଼ରେ ପ୍ରହାର କରନ୍ତି । ମୋ ନାଁ ନେଇ ଅନେକ ମାଗଣା ଯୋଜନା ତିଆରି ହୁଏ । ବଦନାମ୍ ହୁଏ ମୁଁ ମଜା ନିଅନ୍ତି ଶାସକ,ବିରୋଧୀ । କେବେ ସୁଧୁରିବ ଏ ମାନସିକତା ?? ଅଡ଼ୁଆ ପ୍ରଶ୍ନ ଟିଏ ????
ଗଣତାନ୍ତ୍ରିକ ବାସ୍ତବିକତା ର ଏହି ଲେଖା ଟି ମୋର ନୁହଁ । ଦେଶର ବାର୍ଷିକ ବଜେଟ କୁ ନେଇ ଏହି ସତ୍ୟ ଲେଖାଟି ନିଶ୍ଚୟ ପାଠକ ମାନଙ୍କ ହୃଦୟ କୁ ଛୁଇଁବ। ଯେଉଁ ବନ୍ଧୁ ବି ଏହା ଲେଖିଛନ୍ତି ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଲେଖା କୁ ମୁଁ ତର୍ଜମା ନ୍ୟୁଜ ପୋର୍ଟାଲ ରେ ପ୍ରକାଶିତ ଜରୁଛି ।ଆଶା ପାଠକ ବୃନ୍ଦ ବାର୍ଷିକ ବଜେଟ ଉପରେ ଆଧାରିତ ବାସ୍ତବିକ ସତ୍ୟକୁ ନିଶ୍ଚୟ ଗ୍ରହଣ କରିବା ସହ ଦେଶ ର ସ୍ଥିତି ଓ ଦୁର୍ଗତି କୁ ନେଇ ସମୀକ୍ଷା କରିବେ ।
Post a Comment