ଜୟପାଟଣା::---( ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲାର ତାଳଗୁଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ ଶିକ୍ଷା ଅଧିକାରୀ ଧରମା ପ୍ରଧାନ ଅଧ୍ୟକ୍ଷତା ରେ ସ୍କୁଲ ପରିସର ରେ ଆୟୋଜିତ ବାର୍ଷିକ କ୍ରୀଡ଼ା କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୂଖ୍ୟ ଅତିଥି ଭାବରେ ଏହି କ୍ରୀଡ଼ାକୁ ଉଦ୍ଘାଟନ କରିଥିଲେ । ଶିକ୍ଷା ଗ୍ରହଣ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଶାରୀରିକ ମାନସିକ ବିକାଶ ନିମନ୍ତେ କ୍ରୀଡ଼ା ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ଛାତ୍ରଛାତୀଙ୍କ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହିତ କରିବାରେ ବିଦ୍ୟାଳୟ ସ୍ତରୀୟ ଏହି ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିଛି ବୋଲି ବିଧାୟକ ମତପ୍ରକାଶ କରିଥିଲେ ।
ଏଥିରେସାମ୍ବାଦିକ ଚିତ ରଞ୍ଜନ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ସ୍ତରୀୟ ପାଠ୍ୟକ୍ରମରେ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ପରସ୍ପର ମଧ୍ୟରେ ଭାତୃତ୍ୱଭାବ ବଜାୟ ରଖି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ପ୍ରଫୁଲ୍ଲ କୁମାର ବେହେରା ସ୍ୱାଗତ ଅଭିଭାଷଣ ପ୍ରଧାନ କରିବା ସହ ଛାତ୍ର ଛାତ୍ରୀ କିପରି ଭଲ ପାଠ ପଢ଼ି ନିଜ ସ୍କୁଲ ର ନାମ ରଖିବେ ଓ ନିଜ ପ୍ରତି ଦୃଷ୍ଟି ଦେଇ ଉଜ୍ଜଳ ଭବିଷ୍ୟତ ଗଢ଼ିବେ ଏବଂ ସ୍କୁଲ ର ଶିକ୍ଷାବିକାଶ ଓ ସୌଦର୍ଯ୍ୟ ନିଜେ କିପରି ତାଙ୍କ ଶିକ୍ଷକତା ସମୟରୁ ଗଢ଼ି ଆସୁଛନ୍ତି ତାହା ଓ ନିଜ ମତ ପ୍ରକାଶ କରିବା ସହ ସମସ୍ତ ସଦସ୍ୟ ଙ୍କୁ ଗଭୀର କୃତାଜ୍ଞତା ଜଣାଉଛନ୍ତି।
ଏଥିରେ ଆଜିର ଅତିଥି ଜିଲ୍ଲା ଶିକ୍ଷକ ସଂଘ ସଭପତି :- ଶ୍ରୀ ଯୁକ୍ତ ସୁରେନ୍ଦ୍ର ମୋହନ ଯୋଶୀ, ସି. ଆର୍ ସିସି:-ଦୁର୍ଯ୍ୟୋଧନ ବଣୁଆ, ଶିକ୍ଷକ:- ସୋରଜ ମିଶ୍ର ,ପ୍ରଧାନ ଶିକ୍ଷକ ରେଙ୍ଗଲା ପାଲି ଶ୍ରୀ ଯୁକ୍ତ ଲଳିତ କୁମାର ନାଏକ , ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ:-ରଜନୀ କାନ୍ତ ଠାକୁର ,ଗଣେଶ ବେହେରା, ସମାଜ ସେବୀ :- ଚତୁର ସୁନା,ସରପଞ୍ଚ ଶ୍ରୀମତୀ ଜୟନ୍ତି ମହାଳିକ, ସାମ୍ୱାଦିକ ଅସ୍ରଫ ଅଲ୍ଲୀ ସମ୍ମାନିତ ଅତିଥି ସମସ୍ତେ ଯୋଗଦେଇ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ହାର-ଜିତକୁ ଗୁରୁତ୍ୱ ନଦେଇ ସର୍ବଦା ଖେଳୱାଡ଼ ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେଇଥିଲେ ।
ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସ୍କୁଲ୍ ପରିସର ରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ କ୍ରୀଡା ଓ ନାଚ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୃତି ପରବେଷଣ କରାଯାଇଥିଲା । ସର୍ବ ଶେଷ ରେ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ ମହାଳିକ,ଶିକ୍ଷୟତ୍ରୀ ସରିତା ପଟ୍ଟନାୟକ, ବିଜୟୀ ସାହୁ,ମେଘମାଳା ଛଟୋଇ ସଭାପତି:- ଶ୍ରୀ ଯୁକ୍ତ ହରିହର ସୁନା ସମସ୍ତେ ଉପସ୍ଥିତ ରହି ଏହି କ୍ରୀଡା ଉତ୍ସବକୁ ପରିଚାଳନା କରିଥିଲେ ।







Post a Comment