//BREAKING//
Loading...

କେତେ ଅସହାୟ ଆମ ପୋଲିସ ବିଭାଗ: ଏକ ସମୀକ୍ଷା !!!!


ମଗ୍ର ଦେଶରେ ଓ ରାଜ୍ୟ ପୋଲିସ ବିଭାଗରେ ସଂସ୍କାର ଏବଂ ସ୍ୱୟଂ ଶାସିତ କରାଯିବା ନିତାନ୍ତ ଆବଶ୍ୟକ ବୋଲି ମନେହୁଏ ।ବିଭିନ୍ନ ସମୟରେ ପୋଲିସ ବିଭାଗ କୁ ସରକାରୀ କଳ, ଦଳ, କ୍ଷମତା ଶାଳୀ ବ୍ୟକ୍ତି ନିଜ ଇଚ୍ଛା ଅନୁସାରେ ବ୍ୟବହାର କରିବା ଘଟଣା ସମ୍ବିଧାନ ଓ ପୋଲିସ ର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ସାଧାରଣତଃ ପୋଲିସ ବିଭାଗ ରେ କର୍ମଠ, ସଚ୍ଚୋଟ, ସ୍ଵଛ ସେବା ମନୋବୃତି ସମ୍ପନ୍ନ ବ୍ୟକ୍ତି ବା ବ୍ୟକ୍ତିତ୍ୱ ପୋଲିସ ବିଭାଗରେ ଅଲୋଡା ହୋଇ ପଡ଼ିଛନ୍ତି ।ଗଣତାନ୍ତ୍ରିକ ବ୍ୟବସ୍ଥା ଓ ବିଶ୍ୱର ସର୍ଵ ବୃହତ୍ତ ରାଷ୍ଟ୍ର ର ମୁଖ୍ୟ ଅଙ୍ଗ ପୋଲିସ ବିଭାଗ ଆଜି ସରକାରୀ ନିୟନ୍ତ୍ରଣ ଓ ଗୋଳାମି ଶିକାର ହୋଇପଡିଥିବା ସହ ଅସହାୟ ହୋଇ ପଡିଛନ୍ତି । ପୋଲିସ ବିଭାଗରେ ଆବଶ୍ୟକ ଭିତ୍ତି ଭୂମି ର ଅଭାଵ ସାଙ୍ଗକୁ ନିର୍ବାଚିତ ସରକାରୀ ଦଳ, କଳ, ପ୍ରଶାସନିକ ବ୍ୟବସ୍ଥା ପାଇଁ ଏବଂ କ୍ଷମତାସୀନ ରାଜନୈତିକ କ୍ଷମତା ର ଚାଟୁ କାର ମାନଙ୍କ ହୁକୁମ ମାନିବା ଓ ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ନ୍ୟାୟ ଆଶା ରଖି ଥିବା ସାଧାରଣ ନାଗରିକ ମାନଙ୍କ ନ୍ୟାୟ ପ୍ରଦାନ ରେ ମଧ୍ୟ ଇଚ୍ଛା ଥିଲେ ବି କରି ନ ପାରିବା ଓ ସବୁବେଳେ ସରକାରୀ ଚାପ ସହିତ ସାଲିସ କରି ବାକୁ ବାଧ୍ୟ ହୋଇ ଯାଇଥିବା ଯୋଗୁଁ ଲୋକଙ୍କ ବିଶ୍ୱାସ ଭାଜନ ର ବହୁ ଦୂର କୁ ଚାଲି ଯାଇଥିବା ଅନୁଭବ ହେବାରେ ଲାଗିଛି ।କ୍ଷମତାଶୀଳ ରାଜନେତା, ବ୍ୟକ୍ତି ନିଜ ଚାଟୁକାର ସମର୍ଥକ ଜମି ମାଫିଆ, ଖଣି ମାଫିଆ, ଅସାଧୁ ଠିକାଦାର, ବ୍ୟବସାୟୀ, ଚୋର, ଖଣ୍ଟ, ପକେଟମାର, ମଦ ମାଫିଆ, ଅପରାଧୀ ମାନଙ୍କୁ ସଂରକ୍ଷଣ ଦେବା ପାଇଁ ଚାପ ପ୍ରୟୋଗ ଫଳରେ କିଂ କର୍ତବ୍ୟ ଆଜି ପୋଲିସ ବିଭାଗର ଛୋଟ ରୁ ବଡ଼ କର୍ମଚାରୀ ।ସମ୍ପ୍ରତି ଏବେ ଅନେକ ମେଧାବୀ ଛାତ୍ର କଠିନ ପରିଶ୍ରମ କରି ଦେଶବାସୀ ଙ୍କ ସେବା କରିବା ପାଇଁ ପୋଲିସ ରେ ଯୋଗଦାନ କରି କଠିନ ଟ୍ରେନିଂ ସାରି ସରକାରୀ ପୋଲିସ ଚାକିରୀ କରୁଥିଲେ ମଧ୍ୟ କର୍ମକ୍ଷେତ୍ରରେ ଆତ୍ମସନ୍ତୋଷ ପାଇବା କଠିନ ହୋଇ ପଡିଛି ।ପ୍ରତ୍ୟେକ ମୁହୂର୍ତ୍ତରେ ସରକାରୀ ଚାପ ଯୋଗୁଁ ଓ ଭିତ୍ତିଭୂମି ର ଅଭାବ ଫଳରେ ଅସହାୟ ହୋଇ ଯାଇଛନ୍ତି ।ଦେଶର ବିଭିନ୍ନ ଛୋଟ ବଡ଼ ଅଦାଲତ ରେ ଚାଲିଥିବା ମକଦ୍ଦମା ଗୁଡିକ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଆସାମୀ ଖଲାସ ହେବା ପୋଲିସ ର ବିଶ୍ୱାସନୀୟତା ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି । ତେବେ ବାସ୍ତବରେ ପୋଲିସ ବିଭାଗରେ ଭିତ୍ତିଭୂମି ର ଅଭାବ ଓ ପୋଲିସ ରେ ସ୍ୱାଧୀନତା ର ଅଭାବ ଯୋଗୁଁ ଲୋକଙ୍କ ଠାରୁ ଦୂରେଇ ଯାଇଛି ଆଜି ସମଗ୍ର ଦେଶର ପୋଲିସ ପ୍ରଶାସନ । ପୋଲିସ ବିଭାଗ ଏକ ଶୃଙ୍ଖଳିତ ବିଭାଗ ଅଟେ ।ଏହି ବିଭାଗରେ କାର୍ଯ୍ୟରତ କର୍ମଚାରୀ ବୃନ୍ଦ ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ଆଇନ ଶୃଙ୍ଖଳା ଓ ସାଧାରଣ ଲୋକ ଙ୍କ ରକ୍ଷକ ଭାବରେ ନିଜ ସାଧ୍ୟମତେ ଉଦ୍ୟମ ଜାରି ରଖିଥିବା ସେମାନଙ୍କ ମହାନତା ର ପ୍ରତିଫଳନ ଅଟେ । ପୋଲିସ ବିଭାଗକୁ ସରକାର ସଦାବେଳେ ନିଜ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟବହାର କରିବା, ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଓ ଜନ ପ୍ରତିନିଧି ଙ୍କୁ ସୁରକ୍ଷା ଦେବା ରେ ବ୍ୟବହାର କରିବା ରେ ନିୟୋଜନ କରୁଥିବା ଯୋଗୁଁ ପ୍ରାୟ ପୋଲିସ ବିଭାଗର ସମସ୍ତ କର୍ମଚାରୀ ଙ୍କ ଉପରେ ମାତ୍ରାଧିକ ଚାପ ବୃଦ୍ଧି ପାଇଛି ।ଏଥିସହ ରାଜ୍ୟର ସମସ୍ତ ଥାନା, ଫାଣ୍ଡି ଓ ଜିଲ୍ଲା ପୋଲିସ ବିଭାଗରେ ଅନେକ ପଦ ପଦବୀ ଖାଲି ପଡ଼ିଛି ।ଥାନା ମାନଙ୍କରେ ପୋଲିସ ଏସ ଆଇ, ଏ ଏସ ଆଇ, କନେଷ୍ଟବଳ, ହାବିଲଦାର ଅଭାବ ହୋମଗାର୍ଡ ଅଭାବ, ଆବଶ୍ୟକୀୟ ଯାନ ବାହାନ ଅଭାବ ସହିତ ଆବଶ୍ୟକତା ରୁ କମ ଇନ୍ଧନ ପ୍ରଦାନ ବ୍ୟବସ୍ଥା ଓ ସମ୍ପୂର୍ଣ ଭିତ୍ତିଭୂମି ଅଭାବ ପୋଲିସ ପ୍ରଶାସନ ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରୁଥିବା ବେଳେ ଟ୍ରାଫିକ ସମସ୍ୟା ରେ ହୋମଗାର୍ଡ ଭରସା, ସହ ପ୍ରତ୍ୟେକ ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଯେତେ କର୍ମଚାରୀ ଅଭାବ ଥିଲେ ମଧ୍ୟ ସମ୍ପାଦନ କରିବା ଓ ଅନେକ ସମୟରେ ସାଧାରଣ ଲୋକଙ୍କ କୋପର ଶିକାର ହେବା ନିୟମିତ ଘଟଣା ଅଟେ ।ପୋଲିସ ସାଧାରଣ ଲୋକଙ୍କ ବିଶ୍ୱାସ ଭାଜନ ହେବାରେ କେଉଁଠି ତୃଟି ରହିଛି ତାର କାରଣ ଖୋଜି ନିରାକରଣ ର ବ୍ୟବସ୍ଥା ଗ୍ରହଣ କରିବା ସମୟ ଆସିଛି ।ପୋଲିସ ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି, ଚାପଗ୍ରସ୍ତ ଦୂରୀକରଣ, ଆଧୁନିକୀକରଣ, ଭିତ୍ତିଭୂମି ସୁଦୃଢ଼ କରିବା ସହ ସରକାରୀ ନିୟନ୍ତ୍ରଣ ରୁ ସମ୍ପୂର୍ଣ ହଟେଇ ଏକ ସ୍ୱୟଂ ଶାସିତ ସଂସ୍ଥା ରେ ପରିଣତ କରିବା, କର୍ମ କ୍ଷେତ୍ର ରେ ସାମ୍ବିଧାନିକ ବ୍ୟବସ୍ଥା ଭିତରେ ପୋଲିସ କୁ ସରକାରୀ ନିୟନ୍ତ୍ରଣ ବଦଳରେ ସମ୍ପୂର୍ଣ୍ଣ କ୍ଷମତା ଓ ସ୍ୱାଧୀନତା ଦେଇ ଉତ୍ତର ଦାୟିତ୍ୱ ନିରୂପଣ କରିବା ବ୍ୟବସ୍ଥା ଗ୍ରହଣ କରିବା ର ଆଵଶ୍ୟକତା ଜରୁରୀ ହୋଇ ପଡିଛି ।ଯଦି ପୋଲିସ ବିଭାଗ କୁ ସମ୍ପୁର୍ଣ୍ଣ ସ୍ୱାଧୀନତା କ୍ଷମତା ଓ ଭିତ୍ତିଭୂମି ସୁଦୃଢ଼ କରାଗଲେ ଚାପଗ୍ରସ୍ତ ପୋଲିସ ବିଭାଗରେ କାର୍ଯ୍ୟରତ ଯୁବ ଅଧିକାରୀ ବୃନ୍ଦ ନିଶ୍ଚିତଭାବେ ନିଜ ଶ୍ରେଷ୍ଟ ସେବା ଯୋଗାଇ ଦେବା ରେ ସଫଳ ହେବାସହ ରାଜନୈତିକ ଚାପ ରୁ ମୁକ୍ତ ହେଲେ ରାଜ୍ୟ ଓ ଦେଶରେ ଅପରାଧ ନିୟନ୍ତ୍ରଣରେ ନିଜ ଶ୍ରେଷ୍ଠ ଦାୟିତ୍ୱ ସମ୍ପାଦନ କରି ପାରିବେ ଓ ସାଧାରଣ ଲୋକ ଙ୍କ ବିଶ୍ୱାସ ଭାଜନ ହୋଇ ପାରିବେ । ଅନେକ ସମୟରେ ସରକାର ପୋଲିସ ର ମନୋବଳ ବୃଦ୍ଧି କରିବା ପାଇଁ ସମ୍ମାନ ର ବ୍ୟବସ୍ଥା କରିଛନ୍ତି ତେବେ ସେଥିରେ ମଧ୍ୟ ରାଜନୀତି କରଣ ଓ ପକ୍ଷପାତିତା କରାଯାଇ ଥିବା ଅନେକ ନଜିର ରହିଛି ।ତେବେ ପୋଲିସ ବିଭାଗର ଏହି ଦୟନୀୟ ସ୍ଥିତି ପାଇଁ ସରକାର ପ୍ରଶାସନ, କ୍ଷମତାଶାଳୀ , ପ୍ରତ୍ତିପତ୍ତି ଶାଳୀ ଓ ସ୍ୱାର୍ଥାନ୍ଧ କ୍ଷମତାନ୍ଧ ରାଜନୈତିକ ମାନସିକତା ସମ୍ପୂର୍ଣ ରୂପେ ଦାୟୀ । ସ୍ୱାଧୀନତା ର ସତୁରୀ ଦଶକ ପରେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥା ରେ ନିର୍ବାଚିତ ସରକାର ସାଧାରଣ ଲୋକ ଙ୍କ ଧନ ଜୀବନ ସୁରକ୍ଷା ପରିବର୍ତେ କେବଳ ନିଜ ସୁରକ୍ଷା ଓ ନିଜ ସମର୍ଥକ ଙ୍କ ସହାୟତା ଓ ସୁରକ୍ଷା ପାଇଁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବା ଛଡା ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ବିଭାଗକୁ ସମର୍ପିତ ଭାବେ କାର୍ଯ୍ୟ କରିବା ପାଇଁ ସୁଯୋଗ ନ ଦେବା ଯୋଗୁଁ ଆଜି ସାଧାରଣ ଲୋକ ନିଜକୁ ଅସୁରକ୍ଷିତ ମନେ କରୁଛି । ବିଶ୍ୱର ଅନେକ ରାଷ୍ଟ୍ର ପୋଲିସ ବିଭାଗ ର ଆଧୁନିକି କରଣ ଓ ସ୍ୱୟଂ ଶାସିତ କରିବା ସହ କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ଓ ଅପରାଧ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ରତା ଦେଇଛନ୍ତି । ଦେଶର ପୋଲିସ ଉପରେ ସରକାରୀ ସ୍ୱାର୍ଥାନ୍ଧ ଙ୍କ ନିୟନ୍ତ୍ରଣ ଓ କ୍ଷମତାନ୍ଧ ମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ପୋଲିସ ର ଆତ୍ମ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା , ପୋଲିସ କୁ ବ୍ୟବହାର କରି ବିରୋଧୀଙ୍କ ବିରୋଧରେ ରାଜନୈତିକ ଚାପ ପ୍ରୟୋଗ କରିବା ଓ ଲୋକଙ୍କୁ ନ୍ୟାୟ ପ୍ରଦାନ ପରିବର୍ତେ ସରକାର ପୋଲିସ ବିଭାଗ କୁ ଏକ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବା ଯଦି ବନ୍ଦ ନ କରନ୍ତି ତେବେ ସାଧାରଣ ଲୋକ ପୋଲିସ ପକ୍ଷରୁ ଏଇମିତି ନ୍ୟାୟ ପାଇବା ରୁ ବଞ୍ଚିତ ହେଉଥିବେ ।

 ମହମ୍ମଦ ଅଲ୍ଲୀ,  
ମୁଖ୍ୟ ସମ୍ପାଦକ, 
( ତର୍ଜମା ନ୍ୟୁଜ )

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe