//BREAKING//
Loading...

ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବୀର ଉଦ୍‍ଯାପିତ


 

ଭବାନୀପଟଣା:---( ତର୍ଜମା ନ୍ୟୁଜ ) ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଓ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରୟୋଜିତ ତ୍ରୀ-ଦିବସୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବିର ଉଦ୍‍ଯାପିତ ହୋଇଯାଇଛି । ଏହି ତ୍ରୀ-ଦିବସୀୟ ଶିବିରର ଶେଷ ଦିବସରେ ପ୍ରଥମେ ପ୍ରାତଃ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଆରମ୍ଭ ହେବାପରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସ୍ୱଚ୍ଛତା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରର ଶେଷ ଦିବସର ପ୍ରଥମ ଶୈକ୍ଷିକ ପ୍ରଶିକ୍ଷଣରେ କଳାହାଣ୍ଡିର ବିଶିଷ୍ଟ ସାମ୍ବାଦିକ, ସ୍ତମ୍ବକାର, ଉମାଶଙ୍କର କର ସ୍ୱେଚ୍ଛାସେବୀ ମାନଙ୍କୁ ଅନୁମୋଦିତ ବିକାଶ ସଂପର୍କରେ ଆଲୋଚନା କରିଥିଲେ। ଏହାର ଦ୍ୱିତୀୟ ଅଧିବେଶନ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ସ୍ୱେଚ୍ଛାସେବୀ ମାନଙ୍କୁ “ଜୀବନରେ ଯୋଗର ଆବଶ୍ୟକତା” ଉପରେ ଆଲୋକପାତ କରିଥିଲେ । ଶ୍ରୀ ଅଜିତ ଉତ୍ତରାୟ ଜିଲ୍ଲା ନିୟୋଜନ ଅଧିକାରୀ କଳାହାଣ୍ଡି ବୃତ୍ତି ପରାମର୍ଶ ଉପରେ ସ୍ୱେଚ୍ଛାସେବୀ ମାନଙ୍କୁ ପରାମର୍ଶ ଦେଇଥିବା ବେଳେ ଜିଲ୍ଲା ପୋଲିସ ବିଭାଗର ଶୁଶ୍ରୀ ଭବାନୀ ପ୍ରଧାନ ସାମାଜିକ ଗଣମାଧ୍ୟମର ବ୍ୟବହାର ଓ ଅପବ୍ୟବହାର ଉପରେ ମତ ପୋଷଣ କରିଥିଲେ । ଏହି ଶୈକ୍ଷିକ କାର୍ଯ୍ୟକ୍ରମ ପରେ ଏହାର ଉଦ୍‍ଯାପନୀ ଉତ୍ସବରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ କୂଳପତି ପ୍ରଫେସର ସଂଜୟ କୁମାର ଶତପଥି ସ୍ୱେଚ୍ଛାସେବୀ ମାନଙ୍କୁ ପୁରଷ୍କାର ଓ ପ୍ରମାଣପତ୍ର ବଣ୍ଟନ କରିଥିଲେ । ଏହି ଉଦ୍‍ଯାପନୀ ଉତ୍ସବରେ ଅନ୍ୟତମ ଅତିଥି ରୂପେ ସି.ପି.ଜି.ସି ମେଜର ଜୟଦେବ ସାହୁ , ଏନ୍‍ ଏସ୍‍ ଏସ୍‍ କାର୍ଯ୍ୟକ୍ରମ ସଂଯୋଜକ ଡ. ଚିତ୍ତରଂଜନ ଖୁଣ୍ଟିଆ , ପ୍ରତାପ ଚନ୍ଦ୍ର ଦାଶ , ସନ୍ତୋଷ ମୁଣ୍ଡ, ରୋଜମେରୀ ଏକ୍କା , ଡ. ପ୍ରିୟ ରଂଜନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଏବଂ ଶେଷରେ ଶ୍ରୀ ଜୟନ୍ତ ଦଣ୍ଡସନା ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe