//BREAKING//
Loading...

ଧୂଳିମାଟି ବାଳି ରେ ନିର୍ମାଣ ହେଉଛି ନାଗୁପଡା ବିଜୁସେତୁ ବ୍ରିଜ ।

 



 ଜୟପାଟଣା----( ତର୍ଜମା ନ୍ୟୁଜ )  ଜୟପାଟଣା ବ୍ଳକ ଅନ୍ତର୍ଗତ ପାଇକ କେନ୍ଦୁମୁଣ୍ଡି ପଞ୍ଚାୟତ ନାଗୁପଡ଼ା ଗ୍ରାମ ରେ ୬ କୋଟି ଟଙ୍କା ବ୍ୟୟରେ ବିଜୁସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। ନାଗୁପଡ଼ା ଗ୍ରାମବାସୀ ଭଲ ରାସ୍ତା ଟେ ନଥିବାରୁ ଛଞ୍ଚାଣ ନାଳ ଓ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତ,ବ୍ଲକ ଠୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀ ପ୍ରଶାସନ ଙ୍କୁ ବାରମ୍ବାର ବାରମ୍ୱାର ଅଭିଯୋଗ କରି, ଅନେକ ଥର ଭୋଟ ବର୍ଜନ କରିଥିଲେ । ହେଲେ ଦିର୍ଘ ବର୍ଷ ପରେ ନାଗୁପଡ଼ା ଗ୍ରାମ ବାସୀ ଙ୍କ ଛଞ୍ଚାଣ ନାଳ ରେ ବିଜୁ ସେତୁ ନିର୍ମାଣ ପାଇଁ ଲାଞ୍ଜିଗଡ଼ ବିଧାୟକ ଶିଳାନ୍ୟାସ କରିଥିଲେ। ଗ୍ରାମ ବାସୀ ଙ୍କ ବହୁବର୍ଷ ରୁ ଦେଖିଥବା ସ୍ବପ୍ନ ଅଧା ବାଟ ରେ ବାଟ ବଣା ହେବା କୁ ଲାଗିଛି।


 ବିଜୁସେତୁରେ ସ୍ଥାନୀୟ ନାଳ ର ନିମ୍ନ ମାନର ମାଟି ମିଶ୍ରିତବାଳି, ଲୋକାଲ ମେଟଲ, ରେ କଂକ୍ରିଟ ହେଉଛି , ତାସହ ଲୁହାରଡ଼ ସିମେଣ୍ଟ, ଆକଳନ ଅନୁସାରେ ଠିକ୍ ସେ ବ୍ୟବହାର କରୁନାହାଁନ୍ତି ବୋଲି ଅଭିଯୋଗ ହେଉଛି ।ଏ ନେଇଗ୍ରାମବାସୀ ମାନେ ବିଜୁ ସେତୁ କାର୍ଯ୍ୟ ରେ ନିୟୋଜିତ ଥିବା କନିଷ୍ଠ ଯନ୍ତ୍ରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ଯ ସେ କର୍ଣ୍ଣ ପାତ କରୁ ନ ଥିବା ଅଭିଯୋଗ ହେଉଛି । ଅନ୍ୟପଟେ ଠିକାଦାର ଙ୍କ ପୋଷା ଗୁଣ୍ଡା ମାନେ ଗାଁ ର ଲୋକ ମାନଙ୍କୁ ଅଭିଯୋଗ କରୁଛ ବୋଲି ଭୟ ଭିତ ଓ ଧମକ ଦେଇ କାମ ସାରି ବାକୁ ଉଦ୍ୟମ ଚାଲିଛି ।


ତେବେ ନିର୍ମାଣଧୀନ ଏହି ବ୍ରିଜ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଙ୍କ ଦ୍ଵାରା ତଦନ୍ତ ସହ ଠିକାଦାର ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ମଧ୍ୟରେ ହରିଲୁଟ ମଧୁଚନ୍ଦ୍ରିକା ଯୋଜନା ର ପର୍ଦାଫାସ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe