//BREAKING//
Loading...

ଜଙ୍ଗଲରେ ନିଆଁ ରୋକିବା ପାଇଁ ଜନସଚେତନତା।


 ନର୍ଲା:---- (ତର୍ଜମା ନ୍ୟୁଜ ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ ନର୍ଲା ବ୍ଳକ ଅନ୍ତର୍ଗତ ଗାଡେବନ୍ଧ ଓ ରାଣିପଟା ଗ୍ରାମରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଜଙ୍ଗଲରେ ନିଆଁକୁ କେମିତି ରୋକିବା ଓ ଏଥିପାଇଁ ଜନସାଧାରଣ ସଚେତନ ହେବାକୁ ଆହ୍ୱାନ ଦିଆଯାଇଛି। ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ବନାଞ୍ଚଳର ରୁପ୍ରାରୋଡ ବନପାଳ ଶ୍ରୀଯୁକ୍ତ ବିଶ୍ୱଜିତ୍ ଠାକୁରଙ୍କ ଆହ୍ବାନ କ୍ରମେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବାପାଇଁ ସଚେତନ ସଭାର ଆୟୋଜନ ହୋଇଥିଲା ।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଡାବନ୍ଧ ବନ ସୁରକ୍ଷା ସମିତି ସଭାପତି ଶ୍ରୀଯୁକ୍ତ ଦୁର୍ଲଭ ମାହାର ଅଂଶଗ୍ରହଣ କରିଥିଲେ ।

 ରାଣିପଟା ଗ୍ରାମରେ ବନ ସୁରକ୍ଷା ସମିତି ସଭାପତି ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ସାହୁ ଏବଂ ଗାଡେବନ୍ଧ ଗ୍ରାମର ସଭାପତି ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମାଝୀ ବୈଠକ ପରିଚାଳନା କରିଥିଲେ । ତଥା ବନ ବିଭାଗ ରୁପ୍ରାରୋଡ ସେକ୍ସନର କର୍ମଚାରୀ ବନପାଳ ଶ୍ରୀ ବିଶ୍ୱଜିତ୍ ଠାକୁର ଓ ବନରକ୍ଷୀ ଶ୍ରୀଯୁକ୍ତ ଫକୀର ବିଶ୍ବାଳ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପିଏନଜିଓ ଦଳପତି ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ ସଂଯୋଜନା କରିଥିଲେ। ବିକାଶ ଅଧିକାରୀ ଶ୍ରୀଯୁକ୍ତ ଧିରୋଜ କୁମାର ଦାଶ ଓ ଶ୍ରୀଯୁକ୍ତ ଇନ୍ଦ୍ରମଣି ମାଝୀ ଉଭୟ କାର୍ଯ୍ୟକ୍ରମରେ ଧନ୍ୟବାଦ୍ ଦେଇଥିଲେ । ବନ ବିଭାଗର ଏହି ମହତ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆଗାମୀ ଜୀବନରେ ବନ ବିଭାଗକୁ ସହଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ ।


ରିପୋର୍ଟ:-----------ଦୀପକ କୁମାର ଠାକୁର ,ନର୍ଲା-- ତର୍ଜମା ନ୍ୟୁଜ ପ୍ରତିନିଧି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe