//BREAKING//
Loading...

ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମଜୟନ୍ତୀ ପାଇଁ ପ୍ରେସମିଟ୍ ଜନ୍ମ ମହୋତ୍ସବରେ ଯୋଗଦେବେ ୫ ହଜାର ଭକ୍ତ

 


ନର୍ଲା:---(ତର୍ଜମା ନ୍ୟୁଜ ) ନର୍ଲା ସତସଙ୍ଗ କେନ୍ଦ୍ରରେ ଅନୁଷ୍ଠିତ ହେବ ଅନୁକୂଳଚନ୍ଦ୍ରଙ୍କ ୧୩୫ତମ ଜନ୍ମ ମହୋତ୍ସବ ଓ ନର୍ଲା କେନ୍ଦ୍ରର ଷୋଡଶତମ ବାର୍ଷିକ ଉତ୍ସବ । ଏଥିରେ ଜିଲ୍ଲା ଭିତରୁ ଓ ବାହାରୁ ବହୁ ସଂଖ୍ୟକ ଭକ୍ତ ଯୋଗଦେବେ । ଏଥିପାଇଁ ସରକାରୀ ଅନୁମତିକୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରାତଃ ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ ଏଥିରେ ଏକାଧିକ ଡାକ୍ତର ଯୋଗଦେବେ ବୋଲି ସୂଚନା ମିଳିଛି । ନର୍ଲାରେ ଆଗାମୀ ଦିନରେ ତିଆରି ହେବ ଏକ ଦେଢ କୋଟିର ମନ୍ଦିର ବୋଲି ପ୍ରେସମିଟରେ ସୂଚନା ଦିଆଯାଇଛି । ଶ୍ବେତ କୁମାର ନାଏକ,ଚିତ୍ତରଞ୍ଜନ ପଟ୍ଟନାୟକ, ସରୋଜ ଜେନା, ବଟକୃଷ୍ଣ ଡାକୁଆ,ହୃଷିକେଶ ଭୋଇ,ଶାନ୍ତନୁ କୁମାର ମୁଜମଦାର୍ ପ୍ରମୁଖ ପ୍ରେସମିଟ୍ ରେ ଯୋଗଦେଇଥିଲେ ।


ଦୀପକ କୁମାର ଠାକୁର ନର୍ଲା ତର୍ଜମା ପ୍ରତିନିଧି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe