//BREAKING//
Loading...

ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ରୁ ଫେରିଥିବା ଯୁବକ ଯୁବତୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା


 

ଭବାନୀପାଟଣା:---( ତର୍ଜମା ନ୍ୟୁଜ )  କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ କେନ୍ଦ୍ର ସରକାର ଙ୍କ ଗୃହମନ୍ତ୍ରଣାଳୟ କଳାହାଣ୍ଡି ୬୪ ବାଟାଲିୟନ, ସିଆରପିଏଫ ର ମିଳିତ ଉଦ୍ୟମ କ୍ରମେ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ର ଯୋଗ ଦେଇଥିବା ୨0ଜଣ ଯୁବକ ଯୁବତୀ ଙ୍କୁ ଗତକାଲି ୧.୨.୨୦୨୩ ତାରିଖ ରେ ଜିଲ୍ଲାପାଳ ଙ୍କ ସଦ ଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା l ଏହି ଦଳ କେରଳ ରାଜ୍ୟ ର କୋଚି ଠାରେ ଗତ ୨୩ ତାରିଖ ରୁ ୨୯ ଜାନୁଆରୀ ପ୍ରଯ୍ୟନ୍ତ କେରଳ ରାଜ୍ୟ ର ବିଭିନ୍ନ ଏତିହାସିକ ସ୍ଥଳ, ପ୍ରଯ୍ୟଟନ ସ୍ଥଳ ବୁଲିବା ଦେଖିବା ସହ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସ୍ଥାନୀୟ ଲୋକ ସଂସ୍କୃତି ଉପରେ ଆଲୋଚନା କରିବା ଏବଂ ନିଜ ରାଜ୍ୟ ର କଲା ସଂସ୍କୃତି ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ l


 ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ସଂସ୍କୃତି କାର୍ଯ୍ୟକ୍ରମ ରେ ଯୋଗଦାନ କରି ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାପାଳ ସମସ୍ତ ଙ୍କୁ ଶୁଭେଚ୍ଛା ଜଣେଇଥିଲେ l ଆଜିର ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ସମସ୍ତ ଶିବିରାଥୀ ଙ୍କୁ ସ୍ୱାଗତ ଜଣେଇବା ସହ କେରଳ ଠାରେ ପାଇଥିବା ନିଜନିଜ ଅଭିଜ୍ଞତା କୁ ସମସ୍ତ ଙ୍କୁ ଜଣେଇବା ପାଇଁ କହିଥିଲେ l ସମସ୍ତ ଶିବିରାର୍ଥି ମଧ୍ୟ ଉତ୍ସାହିତ ହୋଇ ସେଠାରେ ପାଇଥିବା ଅଭିଜ୍ଞତା ସମ୍ପର୍କ ରେ ସମସ୍ତ ଙ୍କୁ ଜଣେଇଥିଲେ l ଏହି ସ୍ୱାଗତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ,ସିଆରପିଏଫ ୬୪ ବାଟାଲିୟନ ଶ୍ରୀ ପି.କେ. ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ,ଡି ଆଇ ପି ଆର୍ ଓ ଶ୍ରୀ ମନୋଜ କୁମାର ବେହେରା,୬୪ ବାଟାଲିୟନ ଏସଆଇ ମନୋରଞ୍ଜନ ମହାକୁର, ଏନଆଇକେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ ମେହେର, ଲେଖାପାଳ ଶ୍ରୀ ଦୂତିଆ ବନଛୋର ପ୍ରମୁଖ ଉପସ୍ଥିତ ରହି ଶିବିରଥୀ ଙ୍କୁ ସ୍ୱାଗତ ଜଣେଇଥିଲେ 


 ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଶିବିରଥୀ ମାନଙ୍କୁ ସେଠାକାର ଅଭିଜ୍ଞତା ବିଷୟରେ ସମସ୍ତ ଙ୍କୁ ଜଣେଇବା ସହ ଭବିଷ୍ୟତ ରେ ଜଣେ ଭଲ ନାଗରିକ ହେବା ସହ ସବୁବେଳେ ସମାଜ ପ୍ରତି ଉଷର୍ଗୀ ରହିବାକୁ ପରାମର୍ଶ ଦେଇଥିଲେ l ସେହିପରି ଆଦିବାସୀ ମାନଙ୍କ କଲା ସଂସ୍କୃତି ଓ ଲୋକ ପରମ୍ପରା କୁ ବଜାୟ ରଖିବା ସହ ସମସ୍ତ ଙ୍କୁ ସାହାର୍ଯ୍ୟ କରିବାପାଇଁ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ପରାମର୍ଶ ଦେଇଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ରେ ତୃତୀୟ ସ୍ଥାନ ପାଇ ରାଜ୍ୟ କୁ ଗୌରବାନିତ କରିଥିବାରୁ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣେଇଥିଲେ l ଏହି କାର୍ଯ୍ୟକ୍ରମ ରେ ନେହେରୁ ଯୁବକେନ୍ଦ୍ର ସଂଗଠନ ର ସମସ୍ତ ସ୍ବେଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା, ଶମ୍ଭୁ ବିଶି, ଚୁଳମଣୀ ମାଝୀ, ଦୁଲବ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe