ଭବIନିପାଟଣା :----( ତର୍ଜମା ନ୍ୟୁଜ ) ଉପୋଭକ୍ତା ଓକିଲାତି ସଂଘ ବାର୍ଡ ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଏକ ଦିନିକିଆ ସାଇବର ନିରାପତା ଟେଲିକମ ଓ ଗ୍ରାହକ ଅଧିକାର ଓ ଅଭିଯୋଗ ସମ୍ବନ୍ଧୀୟ କର୍ମଶାଳାକୁ ମୁଖ୍ୟ ଅତିଥିରୂପେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ ଉଦଘାଟନ କରିଥିଲେ I ଗ୍ରାମାଞ୍ଚଳର ଶତକଡା ୯୫ ଭାଗ ଟେଲିକମ, ମୋବାଇଲ, ଇନ୍ଟାରନେଟ ,ଡ଼ିଟିଏଚ ଗ୍ରାହକ ବହୁଳ ମାତ୍ରାରେ ବ୍ୟବହାର କରନ୍ତି କିନ୍ତୁ ଟେଲିକମ ଗ୍ରାହକ ସେମାନେ ସେମାନଙ୍କ ଅଧିକାର ଉପରେ ସଚେତନତା ନୁହନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ I କଳାହାଣ୍ଡି ଜିଲ୍ଲାରେ କଲେଜ ମIନଙ୍କରେ ସଚେତନ କାର୍ଯ୍ୟକ୍ରମ ଓ ଜିଲ୍ଲା ଖାଉଟି ଅଦାଲତ ଖାଲିଥିବା ପଦବୀ ପୂରଣ ପାଇଁ ସରକାର ଙ୍କୁ ଅନୁରୋଧ କରାଯିବା ପାଇଁ ମତ ରଖିଥିଲେ ଓ ମୋବାଇଲ ଟାୱାର ର ବିକରଣ ଓ ପ୍ରତ୍ୟକ ଟେଲିକମ କମ୍ପାନୀ ମାନେ ଟ୍ରାଇ ନିୟମ କାନୁନ ମାନିବା ପାଇଁ ପରାମର୍ଶ ଦେଇଥିଲେ ଓ ଆୟୋଜନ କାରୀ ବାର୍ଡ ମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ ବିଭିନ୍ନ ଉପାୟ ମାଧ୍ୟମରେ ସାଇବାର ନିରାପତ୍ତା ଓ ଗ୍ରାହକ ମାନେ କିପରି ସେମାନଙ୍କ ଅଭିଯୋଗ କରିପାରିବେ ସେହି ବ୍ୟବସ୍ଥା ଛାଡି ଟେଲି କମ୍ପାନି ମାନେ ଜାଣିଶୁଣି ଅଭିଯୋଗ ପ୍ରଣାଳୀ ସରଳି କରଣ କରନ୍ତି ନIହିଁ, ଯଦ୍ଵାରା କମ୍ପାନୀ ତାହାର ସୁଯୋଗ ନେଇ ଗ୍ରାହକକୁ ଦିବIରାତ୍ରି ଲୁଟୁଛନ୍ତି ବିଶେଷ କରି ସିମ ଏକ୍ଟିବେସନ କଲାବେଳେ ଇଂରାଜୀ ଭାଷାରେ ଟର୍ମ କଣ୍ଡିସନ ,ବହୁତ ଛୋଟ ଅକ୍ଷରରେ ଲେଖିଥାନ୍ତି , ଭାଷାଭିତ୍ତିକ ରାଜ୍ୟ ଓଡିଶା ହୋଇଥିବା ହେତୁ ଗ୍ରାହକ ମାନେ ଠକାମିର ଶିକାର ହୋଇଥାନ୍ତି I ଆଦିବାସୀ ଅଧ୍ୟୁଷିତ, ଉପ୍ରାନ୍ତ, ଅପହଞ୍ଚ କଳାହାଣ୍ଡି ଜିଲ୍ଲା ଥିବା ଦ୍ରୁଷ୍ଟିରୁ ସରକାରଙ୍କ କଡା ନିଷ୍ପତ୍ତି ଥିଲେ ବି ଟେଲିକମ କମ୍ପIନୀ ମାନେ ଅଣଦେଖା କରିବା, ନେଟୱର୍କ ସମସ୍ଯା, ଇନ୍ଟରନେଟ ଧିମୀଗତି ଚାଲିବI,ଫେକ ମେସେଜ, ନ୍ୟୁନମାନ ସେବା, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଲଟେ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକ ନକରିବା, ଟ୍ରାଇର ଭ୍ଯାଲିଡିଟି ୨୮ ରୁ ୩୦ଦିନ ନିୟମ କଲେବି ଟେଲିକମ କମ୍ପIନୀ ଆଜିସୁଧା କାର୍ଯ୍ୟକ୍ଷମ ନକରିବା, ଘୋରାଇ ଇନ୍ଟରନେଟ ସେବାକାରୀ ଓ, ଡ଼ିଟିଏଚ , ଗ୍ରାହକଠାରୁ ଅଧିକ ମାସିକ ଦର ନେଇଥାନ୍ତି, ବିଶେଷ କରି ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ,ତ୍ରିଲୋଚନ ପୁର, ପ୍ରତାପ ପୁର, ଗୁରୁଜୀମୁଣ୍ଡା,ମଦନପୁର ରାମପୁର କିଆପଦର, କାର୍ଲପାଟ, ଯୂଗସାଇ ପାଟଣା ଇତ୍ୟାଦି ଶତାଧିକ ଗ୍ରାମ କୁ ଆଜି ନେଟୱର୍କ ନିମ୍ନମାନ ବା ନ ଥିବା ବରାବର ବୋଲି ଯାହା ସଭାରେ ଦୃଡ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା I ବିଶେଷ ସୂତ୍ରରୁ ତଥ୍ୟ ଅନୁସାରେ ବର୍ତମାନ ଦେଶରେ ମୋବାଇଲ ଗ୍ରାହକ ୧୫୧ କୋଟି ଜନଗଣନା ସାମଞ୍ଜସ୍ୟ ସହ, ୪୫୯ ନିୟୁତ ସ୍ମାର୍ଟଫୋନ ବ୍ୟବହାରକାରୀ, ୪୮୭ ନିୟୁତ ୱାଟସ ଆପ ଗ୍ରାହକ,୨୪୦ ନିୟୁତ ଫେସବୂକ ଗ୍ରାହକ,୨୧୦ ନିୟୁତ ଇନଷ୍ଟାଗ୍ରାମ ଗ୍ରାହକ , ୭କୋଟି ଡ଼ିଟିଏଚ ଗ୍ରାହକ, ୧୪୦କୋଟି ଇନ୍ଟରନେଟ ଗ୍ରାହକ ଅଛନ୍ତି ଓ ଯୁବପିଡି ଓ ସାଧାରଣ ଲୋକେ ଦିନକୁ ୪ରୁ୫ ଘଣ୍ଟା ଏସବୁ ସେବା ନେଇଥାନ୍ତି ଯାହା ବିଶାଳ ବଜାର ଆମ ଦେଶରେ ସୃଷ୍ଟି କରି ଅଛି ଦୁର୍ଭାଗ୍ୟ ବିଷୟ ଶତକଡା ୯୦ ଭାଗ ଟେଲିକମ ଗ୍ରାହକ ପୀଡିତ ହେବା ସୂଚନା ପ୍ରକାଶ ପାଇଛି, ବୋଲି ଆୟୋଜନକାରୀ ସଂସ୍ଥା ବାର୍ଡ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ ଉଦବେଗ ପ୍ରକାଶ କରିଛନ୍ତି I
ଅଧିକ ରୁ ଅଧିକ ଟେଲିକମ ଓ ସମ୍ପୃକ୍ତ ସେବା ପ୍ରଦାନକାରୀ ଗ୍ରାମଞ୍ଚଳରେ ଖାଉଟି କର୍ମଶାଳା , ଗ୍ରାହକ ମାର୍ଗ ଦର୍ଶନ ଶିବିର କରିବା , ଅଧିକ ଟୋଲଫ୍ରୀ, କଷ୍ଟମର କେୟାର ଫୋନର ସୁବିଧା, ୱାଟସ ଆପରେ ଅଭିଯୋଗ, ଓଡିଆ ଭାଷରେ ସୁଗମ୍ୟ କରିବା , ଘଣ୍ଟା ପ୍ରକାରେ ଟେଲିକମ କମ୍ପାନୀ ମାନେ ଦେୟ ଧାର୍ଯ୍ୟ କରିବା ଓ ଟ୍ରାଇ ନିୟମ ଓ ନିର୍ଦେଶIବଳିକୁ କଡାକଡି ଭାବରେ ପାଳନ କରିବା ଉପରେ ଖାଉଟି କର୍ମୀ ମତ ପ୍ରକାଶ କରିଥିଲେ I ସହକାରୀ ଜିଲ୍ଲାପାଳ ଧୀରଜ ପଟନାୟକ, ସମନ୍ଵିତ ଅଧିକାରୀ ଶ୍ରୀମତୀ କୁସୁମ ବେହେରା, ବଣିକ ସଭାର ସଭାପତି ବିଜଯ ସାହୁ ସମ୍ମାନନୀୟ ଅତିଥି ରୂପେ ଯୋଗଦେଇଥିଲେ, କଳାହାଣ୍ଡି ବିକଳାଙ୍ଗ ମଞ୍ଚ ସଭାପତି ଶ୍ରୀ ହେମନ୍ତ କୁମାର ତାଣ୍ଡି ଚଣ୍ଡୀ ଦାଶ ସାହୁ ପ୍ରମୁଖ ଭିନ୍ନକ୍ଷମଙ୍କ ପାଇଁ ସ୍ଵତନ୍ତ୍ର ମୋବାଇଲ ସଫ୍ଟୱେର ଓ ଆପ କରିବା ନିମନ୍ତେ ଟେଲିକମ କମ୍ପାନୀ ଆଗଭର ହେବା ପାଇଁ ଅନୁରୋଧ କରିଥିଲେ I ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମକୁ ତଦାରଖ ଖାଉଟି କର୍ମୀ ମଞ୍ଜୁଳତା ସାହୁ କରିଥିଲେ I ଭାରତୀୟ ଦୂରସଂଚାର ନିଗମରୁ ଡିଜେଏମ ଏସ ରାଓ, ଜିଓ ତରଫରୁ ଅକ୍ଷୟ ମଲ୍ଲିକ, ଘରୋଇ ଇନ୍ଟରନେଟ ସେବା ପ୍ରଦାନକାରୀ , ନିଜର ସେବା ଉପରେ ବକ୍ତବ୍ଯ ପ୍ରଦାନ କରି ଥିଲେ I
ଜିଲ୍ଲାରେ ନେଟ ୱାର୍କ ଓ ଇଣ୍ଟରନେଟ ଭଲଭାବରେ କାମ ନକରିବା ଓ ବିପର୍ଯ୍ୟସ୍ତ ଥିବାରୁ ଗ୍ରାହକ ମାନେ ବ୍ୟାଙ୍କ ସେବା, ଶିକ୍ଷା ସେବା, ସ୍ୱାସ୍ଥ୍ୟ ସେବା,ବାଣିଜିକ ସେବାରୁ ବଞ୍ଚିତ ହେବା ଓ ଡିଜିଟାଲ ସାକ୍ଷରତା ପ୍ରହସନ ପାଲଟିଛି ବୋଲି ସଭାରେ ସIମୁହିକ ଭାବେ ଗ୍ରାହକ ମାନେ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଥିଲେ I ସଭା ଶେଷରେ ଭିନ୍ନକ୍ଷମ କର୍ମୀ ଦୋଳମଣି ପ୍ରଧାନ ଅଧିକ ଗ୍ରାମାଞ୍ଚଳରେ ସଚେତନତା କରିବା ଉପରେ ଗୁରୁତ୍ଵ ଦେଇଥିଲେ ଓ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,I କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣ ଅଞ୍ଚଳରୁ ବହୁ ବୁଦ୍ଧିଜୀବି, ଖାଉଟି କର୍ମୀ, ସ୍ଵୟଂ ସହାୟକ ଦଳ, ବରିଷ୍ଟ ନାଗରିକ ମଞ୍ଚ,ଅବସର ସୈନିକ ସଙ୍ଘ, ମହିଳା ଓ ଯୁବକ ସଂଘ, ଆଇନଜୀବି, ଛାତ୍ରଛାତ୍ରୀ, ଗଣ ପ୍ରତିନିଧି, ଭିନ୍ନକ୍ଷମ ବୃନ୍ଦ, ଆଶା ଅଙ୍ଗନାବାଡି ବହୁସଂଖ୍ୟାରେ ଯୋଗଦାନ କରିଲେ I





Post a Comment