//BREAKING//
Loading...

ଭବାନୀପାଟଣା ସୁନ୍ନି ଜାମା ମସଜିଦ ପରିଚାଳନା ନିର୍ଦ୍ଦେଶକ ଭାବରେ ସାବାନ ଭାଈ ନିଯୁକ୍ତ।


କଳାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ସୁନ୍ନି ଜାମା ମସଜିଦ ପରିଚାଳନା କମିଟି ର ପରିଚାଳନା ନିର୍ଦ୍ଦେଶକ (ଏଡମିନିଷ୍ଟେଟ ର) ନିଯୁକ୍ତି ହୋଇ ଥିବା ଜଣା ପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ, ରାଜ୍ୟ ୱାକଫ ବୋର୍ଡ ଅଧିନରେ ଥିବା ଏହି ଜାମା ମସଜିଦ ର ପରିଚାଳନା ଦାୟିତ୍ଵ ସ୍ଥାନୀୟ ମୁସଲିମ ସମ୍ପ୍ରଦାୟ ତରଫରୁ ମନୋନୀତ ବ୍ୟକ୍ତି ମାନେ ପରିଚାଳନା କମିଟି ରେ ତିନି ବର୍ଷ ପାଇଁ ମନୋନୀତ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ର ପରିଚାଳନା କମିଟି ର କାର୍ଯ୍ୟକାଳ ପୁରି ଯାଇଥିବା ଓ ନୂତନ ପରିଚାଳନା କମିଟି ଗଠନ କରିବା ପାଇଁ ୱାକାଫ ବୋର୍ଡ ବାରମ୍ବାର ଜଣାଇଥିଲେ ମଧ୍ୟ ପରିଚାଳନା କମିଟି କୌଣସି ପଦକ୍ଷେପ ନ ନେଇ ଦୀର୍ଘ ବର୍ଷ ହେବ ଦାୟୀତ୍ବ ରେ ରହିଛନ୍ତି । 

ଏଣୁ ଚଳିତ ପବିତ୍ର ରମଜାନ ମାସ ଓ ଇଦ ପର୍ବ ଚୁଚାରୁ ରୂପେ ପାଳନ ଓ ମସଜିଦ ସମ୍ପତ୍ତି ରକ୍ଷଣା ବେକ୍ଷଣ୍ ପାଇଁ ଜିଲ୍ଲାର ବରିଷ୍ଠ ସମାଜସେବୀ ଜନାବ ଆୟୁବ ଅଲ୍ଲୀ ଖାଁ (ସାବନ ଭାଈ) ଙ୍କୁ ଆସନ୍ତା ଛଅ ମାସ ପାଇଁ ସୁନ୍ନି ଜାମା ମସଜିଦ ଭବାନୀପାଟଣାର ଏଡମିନିଷ୍ଟେଟର ବା ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟୀତ୍ବ ପ୍ରଦାନ କରିଥିବା ଜଣା ପଡିଛି । ଆୟୁବ ଅଲ୍ଲୀ ଖାଁ ଙ୍କ ନିଯୁକ୍ତି କୁ ନେଇ ସମଗ୍ର କଳାହାଣ୍ଡି ଜିଲ୍ଲାର ସୁନ୍ନି ମୁସଲିମ ମାନଙ୍କ ମଧ୍ୟରେ ଆନନ୍ଦ ର ଲହରୀ ଖେଳି ଯାଇଛି ।


  ତେବେ ୱାକାଫ୍ ବୋର୍ଡ ଙ୍କ ନିଯୁକ୍ତି କୁ ନେଇ ପୁରାତନ କମିଟି ଆଜିଯାଏଁ ପରିଚାଳନା ପାଇଁ ଦାୟୀତ୍ବ ହସ୍ତାନ୍ତର କରି ନ ଥିବା ଯୋଗୁଁ ଯୁବ ମୁସଲିମ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପ୍ରଶାସନ ତରଫରୁ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe