//BREAKING//
Loading...

ଆମ ଚିକିତ୍ସା ବ୍ୟବସ୍ଥା ର ଦୟନୀୟ ସ୍ଥିତି !!


 ଦେଶରେ ସବୁଠୁ ଅଧିକ ଦୁର୍ନୀତି ଆମ ଚିକିତ୍ସା ବ୍ୟବସ୍ଥା । ସାଧାରଣ ଲୋକଙ୍କ ପାଇଁ ସରକାରୀ ଉପଚାର ଅଧା ନକଲି, ଅଧା ଅସଲି, ନିମ୍ନ ମାନର ଔଷଧ । ପ୍ରାଇଭେଟ୍ ରେ ଡାକ୍ତର ଫିସ ସହ ଔଷଧ ମୂଲ୍ୟ ର ଲାଭାଂଶ ରୁ ଡାକ୍ତର, ଓ ରିଟେଲ ଭାଗ ରୋଗୀ ଠାରୁ ଖୋଲା ଖୋଲି ଲୁଟ । ପ୍ରାଇଭେଟ୍ ଡାକ୍ତର ଖାନା କୁ ରୋଗୀ ଙ୍କୁ ନେବା ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦଲାଲ ମାନେ ବି ସକ୍ରିୟ ରୁହନ୍ତି । ଡାକ୍ତର ଖାନା ରୋଗୀ ଙ୍କ ଠାରୁ ଆଦାୟ କରୁଥିବା ଟଙ୍କା ରେ ଦଲାଲ ର ମଧ୍ୟ ବଡ ଭାଗ ହାତ ଥାଏ । ଆମ ପଶ୍ଚିମ ଓଡ଼ିଶାରୁ ୱାଲ୍ଟିଅର  ବା ବିଶାଖାପାଟଣା ଯାଉ ଥିବା ରୋଗୀ ମାନଙ୍କ ମଧ୍ୟରୁ ଅଧିକ ରୋଗୀ ଆମ ଦେଶୀ ସେଟିଂ ମାଷ୍ଟର ଦଲାଲ ମାନଙ୍କ ଜରିଆରେ ହିଁ ଡାକ୍ତର ଙ୍କ ପାଖରେ ପହଞ୍ଚି ଥାଆନ୍ତି ।ଚିକିତ୍ସା ପାଇଁ ଆବଶ୍ୟକ ପରୀକ୍ଷା ପାଇଁ ପ୍ରାଇଭେଟ୍ ପେଥୋଲୋଜି କୁ ଡାକ୍ତର ଙ୍କ ସୁପାରିସ ସେଇଠି ବି ସୁପାରିଶ କରିଥିବା ଡାକ୍ତରଙ୍କ 35%ରୁ ଅଧିକ ଭାଗ । ନିର୍ଦ୍ଧିଷ୍ଟ ଔଷଧ କମ୍ପାନୀ ର ଔଷଧ ଲେଖିବା ପାଇଁ କମ୍ପାନୀ ପକ୍ଷରୁ ନିଜ ଏଜେଣ୍ଟ ମାନଙ୍କ ଜରିଆରେ ବିଭିନ୍ନ ପ୍ରଲୋଭନ, ଗିଫ୍ଟ, ବିଦେଶ ଟୁର ସହ କାହିଁରେ କେତେ ଅଫର୍। ଔଷଧ କମ୍ପାନୀ ମାନଙ୍କ ଦ୍ଵାରା ଯେଉଁ MRP ଲେଖା ଯାଇ ଥାଏ ତାହା ନାମକୁ ମାତ୍ର ଅଟେ ।MRP ର 85%ଅଧିକ କେବଳ ଉପରୁ ତଳ ଯାଏଁ ଭାଗ ବଣ୍ଟା ହୁଏ । ଜିଲ୍ଲା କୁ ଔଷଧ କମ୍ପାନୀ ଦ୍ଵାରା ହୋଲ୍ସେଲ ଡିଲର ମାନଙ୍କୁ ଏବଂ ଖୁଚୁରା ଔଷଧ ଦୋକାନୀ ମାନଙ୍କୁ ବିକ୍ରୟ ପାଇଁ ଆସୁଥିବା  ଔଷଧ ଗୁଡ଼ିକର ନିୟନ୍ତ୍ରଣ କରିବା ପାଇଁ ଡ୍ରଗ ଇନିସପେକ୍ଟର ଜ

କାର୍ଯ୍ୟାଳୟ ରହିଛି । ଡ୍ରଗ ଇନିସ୍ ପେକ୍ଟର ଓ ବିଭାଗ କେବଳ ଡଗ (କୁକୁର) ର କର୍ତ୍ତବ୍ୟ ନିର୍ବାହ କରି ଜିଲ୍ଲାର ସମସ୍ତ ଔଷଧ ଦୋକାନୀ ମାନଙ୍କ ପାଖରୁ ମାସିକ ବଟି ଆଦାୟ କରିବା ଓ ଔଷଧ ଯାଞ୍ଚ କରିଥିବା କେବଳ କାଗଜ ପତ୍ର ରେ ଦର୍ଶାଇ ମସ୍ତି ରେ । ସାଧାରଣ କି ଧନୀକ ପରିବାର ହୁଅନ୍ତୁ ପ୍ରାଇଭେଟ୍ ଚିକିତ୍ସା ପାଇଁ ବେସରକାରୀ ହସ୍ପିଟାଲ ରେ ଆର୍ଥିକ ଲୁଟ ହଉ କି ସରକାରୀ ହସ୍ପିଟାଲ ରେ ନିମ୍ନ ମାନର ଚିକିତ୍ସା ବ୍ୟବସ୍ଥା ସବୁଥିରେ ରୋଗୀ ଓ ତାଙ୍କ ପରିବାର ବର୍ଗ ଆର୍ଥିକ ଶୋଷଣ ର ଶିକାର ହେଉଥିବା ଆମ ବ୍ୟବସ୍ଥା ର ଦୟନୀୟ ଓ ଦୁର୍ନୀତି ରେ ସବୁଠୁ ବେଶି ଉବୁଟୁବୁ ସଂସ୍ଥା । ତେବେ ଧନ ହାନି ପ୍ରାଣ ପୀଡା ସହ ଶ୍ମଶାନ, କବ୍ରସ୍ଥାନ  କୁ ନିଜ ସବୁ କିଛି ହରାଇ  ନ ଯିବା ପର୍ଯ୍ୟନ୍ତ ରୋଗୀ ଓ ପରିବାର ବର୍ଗ ଙ୍କ ନିସ୍ତାର ନାହିଁ । ସମସ୍ତ ଙ୍କ ଦିନେ ନା ଦିନେ ପରିବାର ରେ ରୋଗୀ ଙ୍କ ଚିକିତ୍ସା ପାଇଁ ସୁଯୋଗ ମିଳି ଥିବ। ଥରେ ଚିନ୍ତା କରନ୍ତୁ ଦେଖି କେତେ ସତ କେତେ ମିଛ ମୋ ଲେଖା ଟି, ଏହି ପରି ଅନ୍ୟାୟ , ଶୋଷଣ, ଅବ୍ୟବସ୍ଥା ଓ ଲୁଟ ବିରୋଧରେ ଓ ନିଜ ମୌଳିକ ଅଧିକାର ହାସଲ ପାଇଁ ସ୍ଵର୍ ଉତ୍ତୋଳନ ନ କଲେ  କିମ୍ବା ସଚେତନ ବର୍ଗ ସତ୍ୟ କୁ ସାମ୍ନା କୁ ନ ଆଣିଲେ କେମିତି ନିଶହାୟ , ରୋଗଗ୍ରସ୍ତ ପରିବାର ନିଜ ମୌଳିକ ଅଧିକାର ଚିକିତ୍ସା ସୁବିଧା ବିନା ଶୋଷଣ ରେ ପାଇ ପାରିବେ ।

ବିଚାର ଦେଶ ବାସି ଙ୍କ ରୋଗୀ ଙ୍କୁ ଲୁଟ୍ ବ୍ୟବସ୍ଥା ର ପ୍ରତିବାଦ ପାଇଁ ଏକ ସଚେତନ ଲେଖା ।

ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe