//BREAKING//
Loading...

ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ଦୁଇ ନକଲି ମାଓବାଦି ଗିରଫ ।

 ମାଓବାଦୀ ନାଁରେ ଟଙ୍କା ମାଗିବା ଅଭିଯୋଗ ରେ ଦୁଇ ନକଲି ମାଓବାଦି ଗିରଫ ।




ନର୍ଲା ପୁଲିସର ସଫଳତା


 ନର୍ଲା:-------------------(ତର୍ଜମା  ନ୍ୟୁଜ)       କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ବାଲିସିଙ୍ଗା ପଞ୍ଚାୟତ ଅଧିନସ୍ଥ    ବୋରିଙ୍ଗ ପଦର ଗ୍ରାମର ବାସିନ୍ଦା ଡମ୍ବରୂଧର ଗଡତିଆଙ୍କ ଅଭିଯୋଗ ଅନୁଯାୟୀ ଗତ ୧୧ ତାରିଖରେ କେହି ଜଣେ ଦୁର୍ବୁତ୍ତ ତାଙ୍କୁ ରାତି ୮ଟା ୩୦ମିନିଟରେ ୯୩୩୭୯୭୨୪୦୬ ନମ୍ବରରୁ କଲ କରି ନିଜକୁ ମାଓବାଦୀ ପରିଚୟ ଦେଇ ୩ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ । ଏହାପରେ ଡମ୍ବରୁ ଗତ ୧୨ ତାରିଖରେ ନର୍ଲା ଥାନାରେ ଲିଖିତ ଅଭିଯୋଗ କରିବା ପରେ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର ତନାଘନା ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ରୁ ଜଣାପଡିଥିଲା କଲ୍ ଆସିଥିବା ନମ୍ବରଟି ଜଣେ ଶିକ୍ଷକଙ୍କର ଓ ସେ ତାଙ୍କ ମୋବାଇଲକୁ ଆଗରୁ ହଜେଇଥିଲେ । ଉକ୍ତ ମୋବାଇଲକୁ ପାଇଥିଲେ କୁରମେଲ୍ ପଞ୍ଚାୟତ ର କିଲବେଡା ଗ୍ରାମର ମଳୟ ପଧାନ । ଏହି ନମ୍ବରକୁ ବ୍ୟବହାର କରି ବୋରିଙ୍ଗ ପଦର ଗ୍ରାମର ରାଜେନ୍ଦ୍ର ପଧାନ ଡମ୍ବରୁଧର ଙ୍କୁ  ୩ ଲକ୍ଷ ଟଙ୍କା ଦାବୀ କରିଥିଲେ । ତେବେ ଡମ୍ବରୁ ଓ ରାଜେନ୍ଦ୍ର ମଧ୍ୟରେ ଆଗରୁ ଶତ୍ରୁତା ଥିବା ତଦନ୍ତକାରୀ ଅଧିକାରୀ ଗଙ୍ଗାଧର ମେହେର ଜଣାଇଛନ୍ତି । ଏହାପରେ ପୁଲିସ ନିଜର ଜାଲ ବିଛାଇଥିଲା । କୌଶଳ କ୍ରମେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲା ନର୍ଲା ପୁଲିସ । ଧରା ପଡିବା ପରେ ସତକୁ ମାନିଥିବା ପୁଲିସ ପ୍ରକାଶ କରିଛି । ଅନେକ ସମୟରେ ସାଇବର୍ ଅପରାଧ ଘଟୁଥିବା ବେଳେ ଓ ଏଥିପାଇଁ ପୁଲିସ କୁ ନାକେଦମ୍ ହେବାକୁ ପଡୁଥିବା ବେଳେ ଏହି ଘଟଣାରେ ଆଇଆଇସି ଅଭିଯୁକ୍ତଙ୍କୁ ଧରିବା ନର୍ଲା ପାଇଁ ବଡ ସଫଳତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।  ଏ ସମ୍ପର୍କରେ ନର୍ଲା ଥାନା କେସ୍ ନମ୍ବର ୬୧/୨୦୨୩,ଦଫା ୩୮୪,୨୦୧ ଓ ୩୪ ଆଇପିସିରେ ଦୁଇ ଅଭିଯୁକ୍ତ ରାଜେନ୍ଦ୍ର ଓ ମଳୟକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣା ପଡ଼ିଛି । ଅଭିଯୁକ୍ତଙ୍କ ଠାରୁ ୪ଟି ମୋବାଇଲ୍




 ଜଵତ ହୋଇଥିବା ପୋଲିସ ସୂତ୍ର ରୁ ପ୍ରକାଶ।


ଦୀପକ ଠାକୁର, ନର୍ଲା l

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe