ଭବାନୀପାଟଣା:-----
(ତର୍ଜମା ନ୍ୟୁଜ)
ସଦର ବ୍ଲକ ଅନ୍ତର୍ଗତ କୁଲିଆମାଲ ଗ୍ରା: ପ: ଲୁହୁରା କୁନି ଗ୍ରାମ ର ଜନୈକ ବ୍ୟକ୍ତି ଆଜି ଭୋର ସମୟରେ ବଜ୍ରାଘାତ ରେ ପରଲୋକ ହୋଇଥିବା ଜଣା ପଡ଼ିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଲୁହୂରା କୁନି ଗ୍ରାମର ଦୁର୍ଗାଚନ ନାଗ (୪୫) ପି - ଗୋକୁଳ ନାଗ ପ୍ରାତଃ ଘ ୫.୩୦ ମି, ସମୟରେ ପ୍ରତ୍ୟେକ ଦିନ ଭଳି ଆଜିବି ଗାଆଁ ନିକଟ ପୋଖରୀ କୁ ଶୌଚ ହେବା ପାଇଁ ଯାଇଥିଲେ । ତେବେ ହଟାତ୍ ପାଗ ପରିବର୍ତ୍ତନ ଯୋଗୁଁ ପ୍ରବଳ ଘଡଘଡି ସହ ବର୍ଷା ହେବା ଫଳରେ ବଜ୍ରାଘାତ ଘଟି ପରଲୋକ ଗମନ ଘଟିଛି। ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତରଖାନା ରେ ପରଲୋକ ହୋଇଥିବା ଜଣା ପଡ଼ିଥିଲା । ମୃତକ ଙ୍କ ଦୁଇ ପୁଅ ବରିଷ୍ଠ ନାଗ (୧୩)ଓ ଛୋଟ ପୁଅ ରାଜେଶ ନାଗ (୧୦) ବର୍ଷ ସହ ପତ୍ନୀ
ଦିପାନ ନାଗ ସ୍ଵାମୀ ହରେଇ ବେସାହାରା ହୋଇ ପଡିଛନ୍ତି । ରାଜ୍ୟ ସରକାର ତୁରନ୍ତ ପୀଡ଼ିତ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।




Post a Comment