ନର୍ଲା:- (ତର୍ଜମା ନ୍ୟୁଜ ) ଦେବସର ଧାମ (ହରିୟାଣା) ରେ ଆସ୍ଥା ରଖୁ ଥୁବା କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ରୁପ୍ରା ରୋଡ ନିବାସୀ ଶ୍ରୀ ମୂଳଚନ୍ଦ ଅଗ୍ରୱାଲ ଙ୍କ ପରିବାର ଦ୍ୱାରା ନବ ନିର୍ମିତ ଦେବସର ମା ଦୁର୍ଗା ମନ୍ଦିର କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି ଏବଂ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଏପ୍ରିଲ 23 ରେ ହେବାକୁ ଅଛି | ଏହି ନବ ନିର୍ମିତ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ପାଇଁ ହରିୟାଣା (ବିଭାଣି ) ରୁ ଅଖଣ୍ଡ ଜ୍ୟୋତି ଏକ ସୁସଜିତ ରଥ ରେ ଗତ କାଲି ମନ୍ଦିର ପ୍ରାଙ୍ଗଣ ରେ ପହଞ୍ଚି ଯାଇଛି |
ମନ୍ଦିର ର ପ୍ରାଣ ପ୍ରତିଷ୍ଠା ପାଇଁ ଆୟୋଜିତ ଥିବା ଛପନ ପ୍ରହର ଅଖଣ୍ଡ ନାମ ଯଜ୍ଞ 17ଏପ୍ରିଲ ରୁ ଆରମ୍ଭ ହୋଇ 24 ଏପ୍ରିଲ ପର୍ଯନ୍ତ ଅନୁଷ୍ଠିତ ହେବ, ଏହି ନାମ ଯଜ୍ଞ ପାଇଁ ଅଞ୍ଚଳ ର ସମସ୍ତ ଗାଁ ର ସମସ୍ତ ଙ୍କ ଘରକୁ କଳସ ପଠେଇ ଦିଆ ହୋଇଯାଇଥିବା ବେଳେ ଆଜି ସନ୍ଧ୍ୟା 5.00ରୁ ନିକଟ ସାନ୍ଦୁଲ ନଦୀ ରୁ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି | ଏହି କଳସ ଶୋଭା ଯାତ୍ରା ରେ ଲାଖ ଗୁଡା, ରୁପ୍ରା ରୋଡ, ବଲଵସପୁର, ବରଗାଁ, ବିଲାଟ, ଛତାମହୁଲ, ସମସ୍ତ ଗ୍ରାମ ରୁ ବହୁ ସଂଖ୍ୟା ରେ ମହିଳା ଶ୍ରଦ୍ଧାଳୁ ଯୋଗ ଦେଇ ସମସ୍ତ କଳସ କୁ ମନ୍ଦିର ପାଖରେ ଥିବା ପ୍ରହର ମଣ୍ଡପ ପଡିଆ ରେ ସ୍ଥାପନ କରିଥିଲେ ।
ନର୍ଲା ରୁ ଦିପକ ଠାକୁର ଙ୍କ ରିପୋର୍ଟ





Post a Comment