//BREAKING//
Loading...

କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ସ୍ଥିତ ଏସଆରମଲରେ ଜୟପୁର ପ୍ରିମିୟମ ଲିଗ ୨ ର କ୍ରିକେଟ ଖେଳାଳୀଙ୍କ ନିଲାମୀ ଆୟୋଜନ ହୋଇଥିଲା


 ଜୟପୁର:-------------(ତର୍ଜମା ନ୍ୟୁଜ ) କୋରାପୁଟ ଜିଲ୍ଲା ଅନ୍ତର୍ଗତ ଜୟପୁର ସ୍ଥିତ ଏସଆରମଲରେ ଜୟପୁର ପ୍ରିମିୟମ ଲିଗ ୨ ର କ୍ରିକେଟ ଖେଳାଳୀଙ୍କ ନିଲାମୀ ଆୟୋଜନ ହୋଇଥିଲା।ଏହି ପ୍ରତିଯୋଗିତାରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ୭ ଗୋଟି ଦଳ ଭାଗ ନେଇଛନ୍ତି। ପ୍ରତ୍ୟେକ ଦଳ ନିଜ ଦଳ ପାଇଁ ୧୬ ଜଣ ଖେଳାଳିଙ୍କୁ ଚୟନ କରିବେ । ୧୬ ଜଣ ଖେଳାଳିଙ୍କ ମଧ୍ୟରୁ ୧୦ ଜଣ ଖେଳାଳି କୋରାପୁଟ ଜିଲ୍ଲାର ଓ ଅନ୍ୟ ୬ ଟି ମାଲକାନଗିରି, ନବରଙ୍ଗପୁର, ଓ ରାୟଗଡା ଜିଲ୍ଲାର ଖେଳିପାରିବେ। ନିଲାମୀ ପାଇଁ ପୂର୍ବରୁ ୧୬୪ ଜଣ ଖେଳାଳି ନିଜ ନାମ ଜେପିଏଲ୍ ୨ ରେ ପଞ୍ଜିକରଣ କରିଥିଲେ।ଏହି ପ୍ରତିଯୋଗିତାରେ ୨୧ ଟି ଲିଗ ମ୍ୟାଚ ଖେଳା ଯିବ ଏବଂ ସେମୀ ଫାଇନାଲ୍ ପରେ ଫାଇନାଲ ମ୍ୟାଚ ଖେଳାଯିବ ।

ଜେପିଏଲ୍ ୨ ର ୭ ଟି ପ୍ରାୟୋଜକ ଦଳ ହେଲେ ୧ ଜୟପୁର ସୁପେର ଷ୍ଟାର୍ସ, ୨ ଜୟପୁର ଗୋୟାଲସ, ୩ ଏସ୍ ଆର୍ କୁଲ୍, ୪ ଏଭେନଜେର୍ସ, ୫ ଜୟପୁର ଷ୍ଟାଇଜେସ, ୬ ଢାଲ୍ ୱାରିଅଣ୍ଟି, ୭ ମାଉଣ୍ଠେନ ବୋୟସ୍ ।ଏହି ଜେପିଏଲ୍ ୨ ପ୍ରତିଯୋଗିତା ପ୍ରଯୋଜକ ହେଉଛନ୍ତି ସନ୍ତୋଷ ସାହୁ କେଡିଅଫର ଅଧ୍ୟକ୍ଷ ରହିବେ।ଏହି ଜେପିଏଲ୍ ୨ ର ଓରିୟନ କ୍ରିକେଟ କ୍ଲବ ଜୟପୁର ଆୟୋଜକ ରହିବେ ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ହେଲେ ଓରିୟନ କ୍ଲବ ସମ୍ପାଦକ ସିମାଞ୍ଚଳ ରାଉତ,ଓରିୟନ କ୍ଲବ ସଭାପତି ଓ ପରିଚାଳନା ସଦସ୍ୟ ସୁବାଷ ରାଉତ, ଯାନ୍ତ୍ରିକ ମୁଖ୍ୟ ଅସ୍ତି ପଟ୍ଟନାୟକ, ମିଡିଆ ପରିଚାଳକ କାର୍ତିକ ରାଉତ,ଗ୍ରାଉଣ୍ଡ ଏବଂ ଇଭେଣ୍ଟ ପରିଚାଳକ ବାପି ପରିଡା, ସହ ସମ୍ପାଦକ ଓରୀୟନ କ୍ଲବ ସଚିଦାନନ୍ଦ ପରିଡା ପ୍ରମୁଖ ମାନେ ପରିଚାଳନା କରିବେ।ଜେପିଏଲ ୨ ଟୁର୍ଣ୍ଣାମେଣ୍ଟ ଏପ୍ରିଲ ମାସ ଶେଷ ସମୟରେ ଆରମ୍ଭ ହେବ ଏବଂ ଏହା ମଇ ମାସ ପର୍ଯ୍ୟନ୍ତ ଚାଲୁ ରହିବ। କିନ୍ତୁ କୌଣସି ତାରିଖର ଘୋଷଣା କରାଯାଇନାହିଁ ବୋଲି ଜେପିଏଲ୍ ୨ ର ଟାଇଟଲ ସ୍ପୋନସର ସନ୍ତୋଷ ସାହୁ ସୂଚନା ଦେଇଛନ୍ତି।

 ଜୟପୁର ରୁ ସ୍ବତନ୍ତ୍ର ପ୍ରତିନିଧି ବିଷ୍ଣୁ ପ୍ରିୟା ସାହୁ ଙ୍କ ରିପୋର୍ଟ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe