//BREAKING//
Loading...

ଇନ୍ଦ୍ରାବତୀ ଦକ୍ଷିଣ ଜଳ ସେଚନ ବିଭାଗର ର ମନମୁଖୀ କେନାଲ କାମ।

 ଜୟପାଟଣା:----------( ତର୍ଜମା ବ୍ୟୁରୋ ନ୍ୟୁଜ ) କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା ଦକ୍ଷିଣ ଜଳ ସେଚନ ପ୍ରକଳ୍ପ ଅଧୀନରେ ଥିବା ଗଣ୍ଡଗୁଡ଼ା ର କେନାଲ ମରାମତି କାର୍ଯ୍ୟ ଚାଳିଛି। କେନାଲ ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଥିବା ବେଳେ ଇଷ୍ଟିମେଣ୍ଟ ଆକାର ରେ କାର୍ଯ୍ଯ ହୋଇଥାଏ। ହେଲେ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି ମୁଖିଗୁଡ଼ା ଦକ୍ଷିଣ ଜଳ ସେଚନ ପ୍ରକଳ୍ପ ଅଧୀନ ରେ ଥିବା RCD-01 ର କେନାଲ କାମ ବିନା ଟେଣ୍ଡର ତା ସହିତ ଅତି ରୁ ଅତି ନିମ୍ନ ମାନରେ ମରାମତି କାର୍ଯ୍ୟ ଚାଳିଛି। 


ଏଠାରେ ପ୍ରଶ୍ନ ବାଚି ସୃଷ୍ଟି ହେଉଛି? ଦକ୍ଷିଣ ଜଳ ସେଚନ ବିଭାଗ ର ଯନ୍ତ୍ରୀ ନିଜେ ଦାୟିତ୍ଵ ରେ ଥାଇ ମଧ୍ୟ ଏଭଳି କାମ ହେଉଛି। କେନାଲ ମରାମତି ପାଇଁ ପ୍ରତି ବର୍ଷ ଏଭଲି କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଥିବାବେଳେ ଏହା ଜଳ ସେଚନ ପ୍ରକଳ୍ପ ବିଭାଗ ର ଗୋଟିଏ କେନାଲ କଥା ନୁହେଁ। ଉଭୟ ଯନ୍ତ୍ରୀ ଓ ଗୋଦି ଠିକାଦାର ମାନେ ନିମ୍ନ ମାନର କାର୍ଯ୍ୟ କରି ମାଲା ମାଲ ହେଉଛନ୍ତି l ଠିକା ଦାର ସ୍ଵାର୍ଥରେ ଅନ୍ଧ ବିଶ୍ବାସ ପାଳିଟି ଥିବା ବେଳେ ଚାଷୀ ସ୍ଵାର୍ଥ ଚୁଲିବାକୁ ଯାଇଛି ତା ଚାଷୀ ଓ ବୁଦ୍ଧିଜୀବୀ କୋହିଛନ୍ତି। ଏହିସବୁ ମନମୁଖୀ ଶାସନ ହେବା ସହିତ ଇତିରୁ ଅତି ନିମ୍ନ ମାନର କେନାଲ ମରାମତି ଓ ବିନା ଟେଣ୍ଡର ରେ ହେଉଥିବା ପାଇକେନ୍ଦୁମୁଣ୍ଡି ସବ ମାଇନର ଗଣ୍ଡ ଗୁଡ଼ା କେନାଲ ମରାମତି କାର୍ଯ୍ୟ ହେଉଥିବାରୁ ପାଣି ପଞ୍ଚାୟତ ଚାଷୀ ମାନେ ଏହାକୁ ବିରୋଧ କରୀ ଯନ୍ତ୍ରୀ ଙ୍କୁ ଏହି ବିଷୟ ରେ ଜଣାଇ ଥିବାରୁ କାମକୁ ତରବରିଆ ଭାବରେ ବନ୍ଦ କରି ରଖିଛନ୍ତି। ଏହାର ଉଚଦନ୍ତ ହେଲେ ପରଦାଫାସ୍ ହେବ ବୋଳି ଚାଷୀ ମତ ରଖୁଛନ୍ତି।


Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe