ଭବାନୀପାଟଣା:-----(ତର୍ଜମା ବ୍ୟୁରୋ ନ୍ୟୁଜ ) କିଏ କିଏ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ରେ କଳାହାଣ୍ଡି ବିଜୁ ଜନତା ଦଳରୁ ବହିଷ୍କୃତ ହେବେ ଏହି ଆଶଙ୍କା ଭିତରେ ସାଇନିଂ କଳାହାଣ୍ଡି ରେଲି ଯୋଗ ଦେଇ ଥିବା ବିଜୁ ଜନତା ଦଳ ନେତା ଙ୍କ ହୋସ ଉଡ଼ି ଯାଇଛି।ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ ଙ୍କୁ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ଆସିବା ପରେ ଦଳର ଅନେକ ଦଳୀୟ ନେତା ଙ୍କ ମଧ୍ୟରେ ଛନକା ପସି ଯାଇଥିବା ଜଣା ପଡ଼ିଛି।
କଳାହାଣ୍ଡି ବିଜୁ ଜନତା ଦଳର ସଭାପତି, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜୁ ଜନତା ଦଳ ନେତା ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଗତ ୨୬ତାରିଖ ଦିନ ଭବାନୀପାଟଣା ଠାରେ ସାଇନିଂ କଳାହାଣ୍ଡି ତରଫରୁ ଅଧ୍ୟକ୍ଷ ଭବାନି ଶଙ୍କର ନିଆଲ ଙ୍କ ନେତୃତ୍ବରେ ବେଦାନ୍ତ କୁ ଖଣି ପ୍ରଦାନ ପାଇଁ କରିଥିବା ରେଲି ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ କରି ଏକ ସାତ ଦିନିଆଁ କାରଣ ଦର୍ଶାଅ ନୋଟିସ ଦେଇଥିବା ଜଣା ପଡ଼ିଛି । ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ ଯେ, ଏହି ରେଳି ଆଦିବାସୀ ମାନଙ୍କୁ ଆଘାତ ଦେବାସହ ଦଳ ପ୍ରତି ଯେଉଁ ଆସ୍ଥା ଓ ବିଶ୍ୱାସ ରହିଛି ତାହା କମିବା ସହ ଦଳ ବିରୁଦ୍ଧରେ ସ୍ବରଉତ୍ତୋଳନ କରିଛନ୍ତି। ବିଜୁ ଜନତା ଦଳର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ଏ ରେଲୀ ରେ ଆମନ୍ତ୍ରଣ କରି ଦଳ ର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରି ଦଳ ବିରୁଦ୍ଧରେ ଏକ ସାମନ୍ତରାଲ ସଂଗଠନ କରିବାସହ ଦଳ ର ଭାବମୂର୍ତ୍ତି ପ୍ରତି ଆଞ୍ଚ ଆସିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ବିଜୁ ଜନତା ଦଳ ପକ୍ଷରୁ ଦଳର ଶୃଙ୍ଖଳା ଭଙ୍ଗ ପ୍ରତି ଗୁରୁତ୍ଵ ଦେବା ସହ ଆସନ୍ତା ସାତ ଦିନ ମଧ୍ୟରେ ଉତ୍ତର ଦେବା ପାଇଁ ନୋଟିସ ପ୍ରଦାନ କରାଯାଇଥିବା ଜଣା ପଡ଼ିଛି। ତେବେ ବେଦାନ୍ତ କିମ୍ବା ବହୁରାଷ୍ଟ୍ରୀୟ କଳା ତାଲିକାଭୁକ୍ତ ଏହି କମ୍ପାନୀ ସପକ୍ଷବାଦୀ ରାଜ୍ୟ ଶାସକ ଦଳର ଜିଲ୍ଲା ସ୍ତରୀୟ ନେତା ମାନଙ୍କ ମଧ୍ୟରେ ଛନକା ପଶିବା ସହ ରେଲି ପରେ ଆଦିବାସୀ ଏବଂ ଜଳ, ଜଙ୍ଗଲ, ଜମି ସୁରକ୍ଷା ସପକ୍ଷ ବାଦି ଙ୍କ ପକ୍ଷରୁ ଗାନ୍ଧୀ ଚୌକରେ ସାଇନିଁ କଳାହାଣ୍ଡି ବିରୁଦ୍ଧରେ ଆୟୋଜିତ ସାଧାରଣ ସଭାରେ ବିଜୁ ଜନତା ଦଳର ନେତା ମାନଙ୍କ ବିରୁଦ୍ଧରେ ବିଶୋଦ୍ଗାର ଭାଷଣ ବିଜୁ ଜନତା ଦଳର ଭାବମୂର୍ତ୍ତି ପ୍ରତି ଆଞ୍ଚ ଆସିଛି ବୋଲି ଆଲୋଚନା ହେଉଛି।





Post a Comment