//BREAKING//
Loading...

ଲାଞ୍ଜିଗଡ଼ ବିଧାୟକ ଚାପ ରେ ଲୋକଙ୍କ ପାଇଁ ଅମୃତ ଧାରା ପାଲଟିଛି ସ୍ବପ୍ନ ଧାରା



ମୁଖିଗୁଡା:------(ତର୍ଜମା ବ୍ୟୁରୋ ନ୍ୟୁଜ )   ରାଜ୍ୟସରକାର ଙ୍କ ଅମୃତ ଧାରା ଯୋଜନା ବିଗତ ୨-୩ ବର୍ଷ ଧରି ଆସିସାରି ଥିଲେ ମଧ୍ୟ କାର୍ଯ୍ୟ କରି ହୋଇପାରୁନାହିଁ ତା ସ୍ଥଗିତ ହୋଇ ରହିଯାଇଛି। ଅମୃତ ଧାରା ଯୋଜନା ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବିଶୁଦ୍ଧ ପାନୀୟ ଜଳ ଲୋକ ମାନଙ୍କ ସୁବିଧା ସୁଯୋଗ କୁ ନେଇ କିପରି ଶୋଷ ମେଣ୍ଟାଇ ବା ସହିତ ଜଳ କୁ ବିଭିନ୍ନ ଉପାୟ ରେ ବ୍ୟବହର କରି ପାରିବେ ଲୋକ ଙ୍କ ଦୁଷ୍ଟି କୁ ନେଇ ଅମୃତ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ତାହା ଆଜି ସ୍ବପ୍ନ ଧାରା ରେ ପରିଣତ ହୋଇ ଓଲଟା ଚିତ୍ର ର ପ୍ରତି ଛବି ସାମ୍ନା କୁ ଆସୁଛି। ଏହି ଯୋଜନା ବାସ୍ତବ ରେ କେତେକ ଅଞ୍ଚଳରେ ରେ ସଂପୂର୍ଣ୍ଣ ହୋଇପାରି ନାହିଁ, ଠିକା କାମ କିଏ କରିବ ବିଧାୟକ ଙ୍କ ସୁପାରିସ ଅପେକ୍ଷାରେ ହଉ କି ସଂପୃକ୍ତ ଅଞ୍ଚଳ ର ଯନ୍ତ୍ରୀ ମାନଙ୍କୁ କିଛି କୁଜି ନେତା ଚାପ ପ୍ରୟୋଗ କରିବା ଫଳରେ ସ୍ବପ୍ନ ହୋଇ ପଡ଼ିଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୂଖିଗୁଡ଼ା ଗ୍ରାମ ପଞ୍ଚାୟତ ରେ ସରକାର ଙ୍କ ତରଫ ରୁ କିଛି ଅନୁଦାନ ରେ ମୁଖିଗୁଡା ଚାରି ଛକ ନିକଟରେ ବସୁଧା ଯୋଜନା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆସି ସାରିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ ।


 କଳାହାଣ୍ଡି ର ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ଯୋଜନା ନାମରେ ପରିଚିତ ମୁଖିଗୁଡ଼ା ଗ୍ରାମ l ହେଲେ ଏହି ଅଞ୍ଚଳ ରେ ହଜାର ହଜାର ଲୋକ ବିଗତ ବର୍ଷ ରୁ ବସବାସ କରି ଆସୁଛନ୍ତି। ତା ସହିତ ମୁଖିଗୁଡ଼ା ଗ୍ରାମ କୋରାପୁଟ, ନବରଙ୍ଗପୁର, ଧର୍ମଗଡ଼, ଭବାନୀ ପାଟଣା, କେସିଙ୍ଗା, ବଲାଙ୍ଗୀ, ରାୟଗଡ଼ା ରାସ୍ତା ସଂଗୋଗ ଥିବାରୁ ଦିନ କୁ 20-30 ବସ ଓ ଗାଡ଼ି ମଟର ରେ ଯାତାୟତ କରିଥାନ୍ତି ଯାତ୍ରୀ। ହେଲେ ମୁଖିଗୁଡ଼ା ଚାରି ଛକ ରେ ପାଣିର ବ୍ୟବସ୍ଥା ନଥିବାରୁ ଖରାଦିନ ଆସି ସାରିଛି । ଯାତ୍ରୀ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ମନମୁଖୀ ଶାସନ ଯୋଗୁଁ ଆସିଥିବା ଯୋଜନା ଯଦି ବର୍ଷ ବର୍ଷ ଧରି ସ୍ତଗିତ ହୋଇ ରହିଯାଇଛି ହେଲେ ଅମୃତ ଧାରା ଯୋଜନା କାହା ପାଇଁ ତାହା ହିଁ ବଡ଼ ପ୍ରଶ୍ନ ? ଏହି ଅଞ୍ଚଳ ରେ ନିଜକୁ ନିଜେ କୁଜି ନେତା ଭାବୁଥିବା କେତେକ ବ୍ୟକ୍ତି ମାନେ ରାଜନୀତି ଚାପ ସୃଷ୍ଟି କରି ସରକାରଙ୍କ ଯୋଜନା କୁ ହେରଫେର କରୁ ଥିବାରୁ କୌଣସି କାମ ଆଗେଇ ପାରୁନାହିଁ ବୋଲି ଅଭିଯୋଗ ହେଉଛି। ସରକାରୀ ଯୋଜନା ରାଜନୀତି ଚାପ ରେ ଚାପି ହୋଇ କାର୍ଯ୍ଯ ଆରମ୍ଭ ହୋଇ ପାରୁନାହିଁ, ତାହେଲେ ଅମୃତ ଧାରା ଯୋଜନା କଣ ରାଜନୀତି କରୁଥିବା ଵାବୁ ମାନଙ୍କ ପାଇଁ ନା ଜନସାଧରଣଙ୍କୁ ପାଇଁ ଏ ସମ୍ପର୍କରେ ବ୍ଲକ ପ୍ରଶାସନ ଠାରୁ ସ୍ଥାନୀୟ ବିଧାୟକ ଙ୍କ ପାଖ ରେ ରେ କୌଣସି ଉତ୍ତର ନାହିଁ । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣ ରେ ଦାବି ହେଉଛି। ଏହାକୁ ନେଇ ଖବର ପ୍ରସାରଣ ଭୟରେ ବିଗତ ବର୍ଷ ର ଅମୃତ ଧାରା କୁ ତରବରିଆ ଭାବରେ ବିଧାୟକ ଅନୁମତି ରେ କାମ ଚାଳିଛି ବୋଲି ଆଲୋଚନା ହେଉଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe