//BREAKING//
Loading...

ବାସନ୍ତୀ ଧାଇ ଆଉ ନାହାଁନ୍ତି !

 


ନର୍ଲା:------(ତର୍ଜମା ନ୍ୟୁଜ ) ନର୍ଲା ଅଞ୍ଚଳ ର ଜଣେ ଜଣା ଶୁଣା ମହିଳା ତଥା ନର୍ଲା ଡାକ୍ତରଖାନାର ସର୍ବ ପୁରାତନ ଆଶା ଦିଦି ବାସନ୍ତୀ ଦେଇ ଙ୍କ ୮୫ବର୍ଷ ବୟସ ରେ ଦେହାନ୍ତ ହୋଇଯାଇଛି। ବାସନ୍ତୀ ଦେଇ ନର୍ଲା ଡାକ୍ତର ଖାନାରେ ସମସ୍ତ କର୍ଯ୍ୟ ତଥା ଗର୍ଭଧାରଣ ମହିଳା ମାନଙ୍କ ପାଇଁ ଭଗବାନ ସଦୃଶ୍ୟ ଥିଲେ। ରକ୍ତପରୀକ୍ଷା ଠାରୁ ଆରମ୍ଭ କରି ମହିଳା ମାନଙ୍କ ଗର୍ଭଧାରଣ ମହିଳା ମାନଙ୍କୁ ପ୍ରସୂତୀ କରିବାରେ ମାହିର ଥିଲେ ସେଥି ପାଇଁ ବାସନ୍ତୀ ଦେଇ ଙ୍କୁ ବାସନ୍ତୀ ଧାଇ ଆଖ୍ୟା ଦେଇଥିଲେ। ବାର୍ଦ୍ଧକ୍ୟ ଜନିତ ଯୋଗୁଁ ଶଯ୍ୟାସାୟୀ ଥିଲେ। ନର୍ଲା ନିକଟସ୍ଥ ସାନ୍ଦୁଲ ନଦୀ ଶ୍ମାଶନ ଠାରେ ଶବ ସଂସ୍କାର କରାଯାଇଥିଲା । ପୁଅ ସୁଧୀର ମୁଖାଗ୍ନି ଦେଇଥିବା ବେଳେ ଦୁଇ ଝିଅ ଜ୍ବାଇଁ,ନାତି ଓ ନାତୁଣୀ ଉପସ୍ଥିତ ଥିଲେ । ମହିଳା ଜଣକ ପରୋପକାରି ବାତ୍ସଲ୍ୟ ପ୍ରେମୀ, ଧର୍ମ ପରାୟଣ ସମାଜସେବୀ ଥିଲେ । ବାସନ୍ତୀ ଧାଇ ଙ୍କ ମୃତ୍ୟୁ ଖବର ପ୍ରସାରଣ ହେବା ପରେ ନର୍ଲା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ଶେଷ ଦର୍ଶନ ପାଇଁ ନର୍ଲା ଡାକ୍ତରଖାନା ଷ୍ଟାଫ୍ ଓ ନର୍ଲା ର ମାନ୍ୟଗଣ୍ୟ ବ୍ୟକ୍ତି , ନର୍ଲା ଜନ ସାଧାରଣ ଉପସ୍ଥିତ ଥିଲେ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe