ଏକ ହୃଦୟସ୍ପର୍ଶୀ କବିତା
*ମାଆ*
ମାଆ ଏକ କ୍ଷୁଦ୍ର ଧ୍ଵନି ଟିଏ
ତାର ବିଶାଳତା ବୁଝିଛି ଯିଏ
ଆବାହନୀ ମନ୍ତ୍ର ପାଏ ସିଏ
ସ୍ଵର୍ଗ ସୁଖ ତାର ପାଦ ଧୁଏ।
ମା ଏକ କ୍ଷୁଦ୍ର ଶବ୍ଦ ଟିଏ
ତା ବ୍ୟାପକ ଅର୍ଥ ବୁଝେ ଯିଏ
ସାଗର ଗର୍ଭରୁ ମୁକ୍ତା ପାଏ
ତାର ମୂଲ ଆଙ୍କି ପାରେ କିଏ
ମରଣ ତା ଠାରୁ ହାରି ଯାଏ।।
ପୃଥିବୀ ଠାରୁ ବି ବଡ଼ ଯିଏ
ସିଏ ପରା ମା ନାମ ବହେ
ଦୁଃଖ ଦଡମଡ଼ି ଡରି ଯାଏ
ସକଳ ସମୃଦ୍ଧି ପାଖେ ଧାଏଁ ।।
ମା ଡାକେ ଅମୃତ ଝରି ଯାଏ
ଅଜର ଅମର ରସ ଥାଏ
ପିଇ ଦେଲେ ତୃଷ୍ଣା ଭରି ଯାଏ
ଅ ଳି କଲେ ସବୁ ମିଳି ଯାଏ ।।
ସ୍ନେହ, ମମତାର ପ୍ରତିମୂର୍ତ୍ତି ଟିଏ
ରୋଗ ଶଯ୍ୟା ଟିର ସାଥି ହୁଏ
ନିସ୍ୱାର୍ଥ ସେବାର ଭାବ ଟିଏ
ମା ନିର୍ଭୟ ଅଭୟ ଶକ୍ତି ଟିଏ।
ମା ଆରାଧନା କେନ୍ଦ୍ର ଟିଏ
ପବିତ୍ର ଯଜ୍ଞର ବେଦୀ ଟିଏ
ପ୍ରେମ ମୈତ୍ରିର ଘୃତ ହୁଏ
ସତ୍ୟ ଶାନ୍ତି ର ଉତ୍ସ ଟିଏ ।।
ମା ସକଳ ଗୁଣର ଗୁଣ ଟିଏ
ତା ଗୁଣ ମାପିବାକୁ ମୁଁ କିଏ
ସେ ଅନେକ ରୁପର ର ରୂପ ଟିଏ
ଆଶା ଭରସା ର ଦ୍ରୁମ ଟିଏ
ତା ଛାଇ ଜହ୍ନ ଆଲୋକ ଦିଏ
ତା ସ୍ମୃତି ସୂର୍ଯ୍ୟାଲୋକ ହୁଏ
ତା ପାଦେ ଛୋଟ ପ୍ରଣତି ଟିଏ।।
ହୃଷୀକେଶ ପ୍ରଧାନ
ସଂପଡା, ନୟାଗଡ଼।
୧୪.୦୫.୨୩
Post a Comment