ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ନୂତନ କର୍ମକର୍ତ୍ତା ଚୟନ !
ଭବାନୀପାଟଣା:---
(ତର୍ଜମା ନ୍ତୁଜ )
ସମାଜିକ ଓ ବିଚାରକ ଓଡ଼ିଶାର ଅଗ୍ରଣୀ ସଂଗଠନ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ଉପବିଧି ହିସାବରେ କର୍ମକର୍ତ୍ତା ମାନଙ୍କ ଦୁଇ ବର୍ଷ ପୂରଣ ହୋଇଛି,,,ସେଥିପାଇଁ ଭବାନୀପାଟଣା ସଦର ମହକୁମା ଠାରେ ଏକ କର୍ମକର୍ତ୍ତା ଚୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣ ରୁ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ ର ସଦସ୍ୟତା ଗ୍ରହଣ କରିଥିବା ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ଆଲୋଚନା ହୋଇଥିଲା,,,ପରି ଶେଷରେ ସମସ୍ତଙ୍କ ସହମତି ଭିତ୍ତିରେ ପୁରୁଣା କର୍ମକର୍ତ୍ତା ମାନେ ଭଲ କାମ କରୁଛନ୍ତି, ତେଣୁ ସେମାନଙ୍କୁ ଆଉ ଗୋଟିଏ ଥର ସୁଯୋଗ ଦେବା ବୋଲି ସମସ୍ତେ ମତାମତ ଦେଇଥିଲେ,,,ଏହିପରି ଭାବରେ ସଭାପତି ଧନଞ୍ଜୟ ଦୀପ୍ ,ସାଧାରଣ ସମ୍ପାଦକ ଯତୀନ୍ଦ୍ର କର , କୋଷାଧ୍ଯକ୍ଷ ଚୈତନ୍ୟ ବେମାଲ, ସମାଜିକ ମୁଖ୍ୟ ଧବଳେଶ୍ଵର ନାଗ,ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ଯୁବ ବିଭାଗ ମୁଖ୍ୟ ତେଜରାଜ ବେହେରା, ଉପସଭାପତି ବିନ୍ଦୁ ମହାନନ୍ଦ,ଉପସଭାପତି ଟୁକୁମଣି ସୁନା , ଉପଦେଷ୍ଟା ଗଙ୍ଗାଧର ଜାଲ, ଶତ୍ରୁଘ୍ନ ବାଗ, ବିଜୟ ରାଜ ଶିକ୍ଷା, ସମ୍ପାଦକ ଜୟପ୍ରକାଶ ଜାଲ, ଶ୍ରୀକାନ୍ତ ଛତ୍ରୀଆ,ଇନ୍ଦ୍ରମଣି ବାଗ, ଜୁନାଗଡ ବ୍ଲକ ସଭାପତି ମହାଦେବ ବାଗ,ଜୁନାଗଡ ଏନ୍ ଏ ସି ସଭାପତି ଲଳିତ ବାଗ, ସାଧାରଣ ସମ୍ପାଦକ ସୁନ୍ଦର ଲାଲ କୁମାର, ଗୋଲାମୁଣ୍ଡା ବ୍ଲକ ସଭାପତି କ୍ଷେତ୍ର ମୋହନ ଛତ୍ରୀଆ,କୋକସରା ବ୍ଲକ କାର୍ଯ୍ୟକାରୀ ସଭାପତି କୌସିକ ଦୁରିଆ ,ସଦର ବ୍ଲକ ସଭାପତି ସୂର୍ଯ୍ୟଦେବ ବାଗ,ଉପଦେଷ୍ଟା ଦିଗାମ୍ବର ଲୁହା, କେସିଙ୍ଗା ଏନ୍ ଏ ସି ସଭାପତି ବିଷ୍ନୁ ମଙ୍ଗରାଜ,କେସିଙ୍ଗା ଉପଦେଷ୍ଟା ଦୟାନିଧି ନିଆଲ, କଲମପୁର ବ୍ଲକ ସାଧାରଣ ସମ୍ପାଦକ ବଳରାମ ଛତ୍ରୀଆ,ଏମ୍ ରାମପୁର ବ୍ଳକ ସଭାପତି ବୃନ୍ଦାବନ ନାଗ, ଙ୍କ ସମେତ ଅନେକ ସଦସ୍ଯ ସଦସ୍ୟା ମାନେ ଉପସ୍ଥିତ ଥିଲେ ।
Post a Comment